ETV Bharat / state

ପରିତ୍ୟକ୍ତ କୂଅରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ

author img

By

Published : Nov 8, 2021, 6:58 AM IST

dhenkanal dead body rescue in well
ପରିତ୍ୟକ୍ତ କୂଅରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ

ଢେଙ୍କାନାଳ ସଦର ଥାନା ବୋରାପଦା ଗ୍ରାମ ଏହି ଯୁବକଙ୍କୁ ତିନିଦିନ ପୂର୍ବେ ସଂଘବଦ୍ଧ ଭାବେ ହତ୍ୟା ପରେ ନିଖୋଜ କରିଥିଲେ ମୃତଦେହ । ମୃତକ ପରିବାରଙ୍କ ପକ୍ଷରୁ ଅଭିଯୋଗ ପରେ ପୋଲିସ ଚଳାଇଥିଲା ତଦନ୍ତ। ଅଧିକ ପଢନ୍ତୁ...

ଢେଙ୍କାନାଳ: ପରିତ୍ୟକ୍ତ କୂଅରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ । ଢେଙ୍କାନାଳ ସଦର ଥାନା ବୋରାପଦା ଗ୍ରାମ ଏହି ଯୁବକଙ୍କୁ ତିନିଦିନ ପୂର୍ବେ ସଂଘବଦ୍ଧ ଭାବେ ହତ୍ୟା ପରେ ନିଖୋଜ କରିଥିଲେ ମୃତଦେହ । ମୃତକ ପରିବାରଙ୍କ ପକ୍ଷରୁ ଅଭିଯୋଗ ପରେ ପୋଲିସ ଚଳାଇଥିଲା ତଦନ୍ତ। ସେପଟେ ଅଭିଯୁକ୍ତ ମାନେ ଫେରାର ହୋଇଛନ୍ତି ।

ପରିତ୍ୟକ୍ତ କୂଅରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ

ତିନିଦିନ ଧରି ପୋଲିସର ଖୋଜା ଖୋଜି ପରେ ରବିବାର ଏକ ପରିତ୍ୟକ୍ତ କୂଅରୁ ନିଖୋଜ ଯୁବକର ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ ଜଣଙ୍କ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ବୋରାପଦା ଗ୍ରାମର ପୀତବାସ ଦାସ ବୋଲି ଜଣାପଡିଛି । ବୋରାପଦା ଗ୍ରାମ ନିକଟରେ ଥିବା ଏକ ନିଛାଟିଆ ପରିତ୍ୟକ୍ତ କୂଅରୁ ପିତବାସଙ୍କ ଗଳିତ ମୃତଦେହକୁ ଉଦ୍ଧାର କରିଛି ସଦର ଥାନା ପୋଲିସ । ପୀତବାସ ପୂର୍ବରୁ ଏକ ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଥିବା ବେଳେ ତାଙ୍କ ଗ୍ରାମର କିଛି ଯୁବକଙ୍କ ସହ ତାଙ୍କର ତିକ୍ତତା ରହିଥିଲା ।

ଗତ ୩ ତାରିଖ ରାତିରେ ପୂର୍ବ ଶତ୍ରୁତାରୁ ପିତବାସଙ୍କୁ ତାଙ୍କ ଗ୍ରାମର କେତେକ ଯୁବକ ସଂଘବଦ୍ଧ ଭାବେ ଆକ୍ରମଣ କରି ପୀତବାସଙ୍କୁ ନିଖୋଜ କରିନେଇଥିଲେ ବୋଲି ତାଙ୍କ ପରିବାର ପକ୍ଷରୁ ସଦର ଥାନାରେ ଅଭିଯୋଗ କରିଥିଲେ । ସେଦିନ ଠାରୁ ପିତବାସ ନିଖୋଜ ଥିଲେ । ତେବେ ଆକ୍ରମଣ କରୁଥିବା ଜାଗାରୁ ପିତବାସର ବାଇକକୁ ମଧ୍ୟ ପୋଲିସ ଉଦ୍ଧାର କରିଥିଲେ । ଏପରିକି ତାଙ୍କ ପରିବାର ପକ୍ଷରୁ ପିତବାସଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇ ତାଙ୍କୁ ନିଖୋଜ କରିନେଇଥିବା ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ଓ ଅଭିଯୁକ୍ତ ମାନଙ୍କ ତୁରନ୍ତ ଗିରଫ ପାଇଁ ଜିଲ୍ଲାପାଳଙ୍କ ଠାରେ ଗୁହାରି କରିଥିଲେ ।

ତେବେ ଘଟଣା ଦିନ ଠାରୁ ମଧ୍ୟ ସଦର ପୋଲିସ ବିଭିନ୍ନ ଜାଗାରେ କୂଅ ଓ ଜଙ୍ଗଲ ଖୋଜା ଖୋଜି ଜାରି ରଖିଥିଲା । ରବିବାର ବୋରାପଦା ଗ୍ରାମ ନିକଟରେ ଏକ ନିଛାଟିଆ ସ୍ଥାନରେ ଥିବା ଏକ ପରିତ୍ୟକ୍ତ କୂଅରୁ ଦୁର୍ଗନ୍ଧ ବାହାରୁଥିବା ଖବର ପାଇ ସଦର ପୋଲିସ ପହଞ୍ଚିଥିଲା। ଦମକଳ ବାହିନୀ ଓ ଜେସିବି ମାଧ୍ୟମରେ କୂଅକୁ ଖୋଲି ମୃତଦେହକୁ ଉଦ୍ଧାର କରିଥିବା ଜଣାପଡ଼ିଛି । ମୃତଦେହ ଉଦ୍ଧାର କରି ପୋଲିସ ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ମୃତଦେହର ପରିସ୍ଥିତି ଦେଖିଲେ ଆକ୍ରମଣ ଘଟଣା ଦିନ ଠାରୁ ଅଭିଯୁକ୍ତ ମାନେ ପିତବାସଙ୍କୁ ପିଟି ପିଟି ହତ୍ୟା ପରେ ଏହି କୂଅରେ ପକାଇ ଫେରାର ହୋଇଯାଇଥିବା ଅନୁମାନ କରାଯାଇଛି । ଫରେନସିକ ଟିମ ମାଧ୍ୟମରେ ପୋଲିସ ତଦନ୍ତ ଜାରି ରଖିଛି ।

ତେବେ ଗତ କିଛିଦିନ ପୂର୍ବେ ପୀତବାସଙ୍କ ଭାଇ ରତ୍ନାକରଙ୍କୁ ଅଭିଯୁକ୍ତ ମାନେ ମାଡ଼ ମାରିଥିବା ଘଟଣାରେ ରତ୍ନାକର ଗୋବିନ୍ଦପୁର ଫାଣ୍ଡିରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ସେପରି କିଛି କାର୍ଯ୍ୟାନୁଷ୍ଠାନ ନେଇନଥିଲେ । ଏ ସମ୍ପର୍କରେ ଗଣମାଧ୍ୟମରେ ପୋଲିସ ପାଟି ଖୋଲୁନାହିଁ । ଏପରିକି ସେହି ଘଟଣାରେ ଆପୋଷ ସମାଧାନ ପାଇଁ ଅଭିଯୁକ୍ତ ମାନେ ପିତବାସଙ୍କୁ ଗତ ୩ ତାରିଖ ରାତିରେ ଡକାଇ ଏପରି କାଣ୍ଡ କରିଥିବା ତାଙ୍କ ପରିବାର ପକ୍ଷରୁ କୁହାଯାଇଛି । ଏପରିକି ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରି ଫାଶି ଦେବାକୁ ମୃତ ପିତବାସଙ୍କ ପରିବାର ଦାବି କରିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.