ETV Bharat / state

3 ଦିନରେ ୬ ମୁଣ୍ଡ ନେଲା କୋରୋନା

author img

By

Published : Jun 30, 2021, 7:31 PM IST

coroan took 6 head last three days dhenkanal
ତିନି ଦିନରେ ୬ମୁଣ୍ଡ ନେଲା କୋରୋନା

ଢେଙ୍କାନାଳ ଜିଲ୍ଲାରେ ତିନି ଦିନ ଭିତରେ ୬ ଜଣଙ୍କ କୋରୋନା ଜନିତ ମୃତ୍ୟୁ ହୋଇଛି। ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା କୋରୋନା ମୃତ୍ୟୁ ସଂଖ୍ୟା ୬୪ ରେ ପହଞ୍ଚିଛି । ଅଧିକ ପଢନ୍ତୁ...

ଢେଙ୍କାନାଳ: ଜିଲ୍ଲାରେ କୋରୋନା ସଂକ୍ରମଣ ଗ୍ରାଫ ତଳମୁହାଁ ଥିବାବେଳେ ମୃତ୍ୟୁ ସଂଖ୍ୟାରେ ବ୍ରେକ ଲାଗୁନାହିଁ । ଜିଲ୍ଲାରେ ତିନି ଦିନ ଭିତରେ ୬ ଜଣଙ୍କ କୋରୋନା ଜନିତ ମୃତ୍ୟୁ ହୋଇଛି ।

ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା କୋରୋନା ମୃତ୍ୟୁ ସଂଖ୍ୟା ୬୪ ରେ ପହଞ୍ଚିଛି। ଆଜି ତିନି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ମଙ୍ଗଳବାର ଜଣଙ୍କର ସୋମବାର ଦିନ ୨ ଜଣଙ୍କର ଏପରି ୬ ଜଣଙ୍କର କୋରୋନାରେ ମୃତ୍ୟୁ ହୋଇସାରିଛି । ଏହି ମୃତ ୬ ଜଣଙ୍କ ମଧ୍ୟରୁ ହିନ୍ଦୋଳ ବ୍ଳକ ରାସୋଳରୁ ୫୩ ବର୍ଷୀୟ ମହିଳା, କଙ୍କଡାହାଡ ବ୍ଳକର ୮୬ ବର୍ଷର ବୃଦ୍ଧ, ପରଜଙ୍ଗ ବ୍ଳକର ୪୦ ବର୍ଷୀୟ ପୁରୁଷ, କଙ୍କଡାହାଡ ବ୍ଳକ ଗମୁଆ ଗ୍ରାମର ୫୬ବର୍ଷୀୟ ପୁରୁଷ, କାମାକ୍ଷାନଗର ବ୍ଳକର ୪୫ ବର୍ଷୀୟ ପୁରୁଷ, ଗଦିଁଆ ବ୍ଳକର ୩୪ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଛି। କିଛିଦିନ ହେଲା ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ଶହେ ଭିତରେ ରହୁଥିବା ବେଳେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।

ଢେଙ୍କାନାଳରୁ ଉର୍ମିଳା ପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.