ETV Bharat / state

ଅସହାୟ ଶିଶୁକୁ ଉଦ୍ଧାର କଲା ପୋଲିସ

author img

By

Published : Jun 13, 2021, 8:56 PM IST

child rescue in dhenkanal
ଅସହାୟ ଶିଶୁକୁ ଉଦ୍ଧାର କଲା ପୋଲିସ

ଅସହାୟ ଶିଶୁକୁ ଉଦ୍ଧାର କଲା ପୋଲିସ । ଢେଙ୍କାନାଳ ବସଷ୍ଟାଣ୍ଡ ଟ୍ରାଫିକ ଛକରୁ ଟାଉନ ପୋଲିସ ଶିଶୁକୁ ଉଦ୍ଧାର କରି ଯାଞ୍ଚ ଆରମ୍ଭ କରିଛି । ଅଧିକ ପଢନ୍ତୁ...

ଢେଙ୍କାନାଳ: ଅସହାୟ ଶିଶୁକୁ ଉଦ୍ଧାର କଲା ପୋଲିସ । ଢେଙ୍କାନାଳ ବସଷ୍ଟାଣ୍ଡ ଟ୍ରାଫିକ ଛକରୁ ଟାଉନ ପୋଲିସ ଶିଶୁକୁ ଉଦ୍ଧାର କରି ଯାଞ୍ଚ ଆରମ୍ଭ କରିଛି ।

ଅସହାୟ ଶିଶୁକୁ ଉଦ୍ଧାର କଲା ପୋଲିସ

ଶିଶୁଟି ଏକ ବାଳିକା ଓ ତାର ବୟସ ୧୩ ବର୍ଷ ହେବ ବୋଲି ଅନୁମାନ କରାଯାଇଛି । ଶିଶୁଟି ଏକୁଟିଆ ବସି କାନ୍ଦୁଥିବା ଦେଖି ସ୍ଥାନୀୟ ଲୋକେ ଟାଉନ ପୋଲିସକୁ ଖବର ଦେଇଥିଲେ । ଶିଶୁଟିର ଘର ଅନୁଗୋଳ ନାଲକୋ ସିସପିପି ଅଞ୍ଚଳରେ ବୋଲି ଜଣାପଡିଛି । ସେ ଢେଙ୍କାନାଳ ସହରର କୁଞ୍ଜକାନ୍ତ ଅଞ୍ଚଳରେ ସତ୍ୟବ୍ରତ ସାହୁଙ୍କ ଘରେ ରହୁଥିଲା ବୋଲି ପ୍ରକାଶ କରିଛି ।

ତେବେ ଶିଶୁଟି ତାଙ୍କ ନିଜ ଘରକୁ ପଳାଇବା ପାଇଁ ଲୁଚି ଖସି ଆସିଥିବା ଜଣାପଡିଛି । ତେବେ ଜଣେ ନାବାଳିକା ଶିଶୁ କୁଞ୍ଜକାନ୍ତର ଅନ୍ୟ ଜଣଙ୍କ ଘରେ କାହିଁକି ରହୁଥିଲା ସେ ସମ୍ପର୍କରେ ପୁଲିସ ତଦନ୍ତ ଆରମ୍ଭ କରିଛି । ଶିଶୁଟି ସମ୍ପର୍କରେ ଅଧିକ ତଥ୍ୟ ପାଇଁ ଟାଉନ ପୋଲିସର ଶିଶୁ ଓ ମହିଳା ଡେସ୍କ ପକ୍ଷରୁ ଯାଞ୍ଚ ଚାଲିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.