ETV Bharat / state

ଏନଏଚ ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ , ଆନ୍ଦୋଳନକୁ ଓହ୍ଲାଇଲା ବିଜେଡି

author img

By

Published : Nov 25, 2022, 4:07 PM IST

ଏନଏଚ ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ , ଆନ୍ଦୋଳନକୁ ଓହ୍ଲାଇଲା ବିଜେଡି
ଏନଏଚ ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ , ଆନ୍ଦୋଳନକୁ ଓହ୍ଲାଇଲା ବିଜେଡି

ଏନଏଚ ୫୫ ସଂପ୍ରସାରଣ ମନ୍ଥରତାର ପ୍ରତିବାଦ । ଢେଙ୍କାନାଳ କଲେଜ ବାଇପାସ ଛକରେ ୬ଘଣ୍ଟିଆ ଏନଏଚକୁ ଅବରୋଧ କରି ପ୍ରତିବାଦ ପ୍ରଦର୍ଶନ କଲା ବିଜେଡି । ଏଥିଯୋଗୁଁ ଯାନବାହାନ ଚଳାଚଳ ବନ୍ଦ ଯୋଗୁଁ କଟକ ସମ୍ବଲପୁର ଯୋଗାଯୋଗ ବିଛିନ୍ନ ହୋଇଛି । ଅଧିକ ପଢନ୍ତୁ

ଢେଙ୍କାନାଳ: ୫୫ନମ୍ବର ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟରେ ଅହେତୁକ ମନ୍ଥରତା । ଏନେଇ ଉଭୟ ଅବିଭକ୍ତ ଅନୁଗୋଳ ଓ ଢେଙ୍କାନାଳବାସୀଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ତେଣୁ ବିଜେଡି ଆନ୍ଦୋଳନକୁ ଓହ୍ଲାଇଛି । ଢେଙ୍କାନାଲ କଲେଜ ବାଇପାସ ଛକରେ ୬ ଘଣ୍ଟିଆ ଏନଏଚ କୁ ଅବରୋଧ କରି ପ୍ରତିବାଦ ପ୍ରଦର୍ଶନ ।

ଏନଏଚ ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ , ଆନ୍ଦୋଳନକୁ ଓହ୍ଲାଇଲା ବିଜେଡି

ସୂଚନା ଅନୁଯାୟୀ, ରାଜ୍ୟର ଦୁଇ ପ୍ରମୁଖ ବାଣିଜ୍ୟସ୍ଥଳୀ କଟକ ସମ୍ବଳପୁର ଯୋଗାଯୋଗର ଲାଇଫ ଲାଇନ କୁହାଯାଉଥିବା ଏହି ରାଜପଥରେ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ନେଇ ଆନ୍ଦୋଳନକୁ ଓହ୍ଲାଇଛି ବିଜେଡି । ପ୍ରତିବାଦରେ ୬ ଘଣ୍ଟିଆ ରାଜପଥ ବନ୍ଦ ଡାକରା ଦେଇଛନ୍ତି ବିଜେଡି କର୍ମୀ । ଫଳରେ ଆଜି ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ଯାଏଁ ରାଜପଥରେ ଗାଡ଼ି ମଟର ଚଳାଚଳ ସଂପୂର୍ଣ୍ଣ ଠପ ହୋଇଯାଇଥିଲା । ଯାହାକୁ ନେଇ ସାଧାରଣ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା ।

ରାଜପଥ କାର୍ଯ୍ୟର ମନ୍ଥରତା ଓ ଠିକାସଂସ୍ଥାର ମନମାନି ନେଇ ବିଜେଡି କର୍ମୀ ମାନେ ବିଭିନ୍ନ ନାରବାଜି ଦେଇ ପ୍ରତିବାଦ ପ୍ରଦର୍ଶନ କରିଥିଲେ । ଏହି ଆନ୍ଦୋଳନରେ ଅନୁଗୋଳ ର ବିଜେଡି ନେତା ଓ କର୍ମୀ ସାମିଲ ଥିବାବେଳେ ସାଧାରଣ ଲୋକ ମଧ୍ୟ ସମର୍ଥନ ଜଣାଇଥିଲେ । ଅନ୍ୟପଟେ ବିଜେଡି କର୍ମୀ ମାନେ ଏହି ପ୍ରତୀକ ଧର୍ମଘଟ ମାଧ୍ୟମରେ ଠିକା ସଂସ୍ଥାକୁ ଚେତାବନୀ ଦେଇଥିବାବେଳେ ତୁରନ୍ତ କାର୍ଯ୍ୟ ତ୍ବରାନ୍ବିତ ନ କଲେ ଆଗାମୀ ସମୟରେ ଆନ୍ଦୋଳନ ଭୟଙ୍କର ହେବ ବୋଲି ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.