ETV Bharat / state

ଡାକ୍ତର ଓ କର୍ମଚାରୀଙ୍କୁ ଦୁର୍ବ୍ୟବହାର ଘଟଣା, ୩ ଗିରଫ

author img

By

Published : Nov 6, 2020, 12:40 PM IST

ଢେଙ୍କାନାଳ ମୁଖ୍ୟ ହସ୍ପିଟାଲରେ ଡାକ୍ତର ଓ କର୍ମଚାରୀଙ୍କୁ ଦୁର୍ବ୍ୟବହାର ଘଟଣାରେ 3 ଜଣଙ୍କୁ ଗିରଫ କରିଛି ଟାଉନ ଥାନା ପୋଲିସ । ଅଧିକ ପଢନ୍ତୁ..

ଡାକ୍ତର ଓ କର୍ମଚାରୀଙ୍କୁ ଦୁର୍ବ୍ୟବହାର ଘଟଣା, ୩ ଗିରଫ
ଡାକ୍ତର ଓ କର୍ମଚାରୀଙ୍କୁ ଦୁର୍ବ୍ୟବହାର ଘଟଣା, ୩ ଗିରଫ

ଢେଙ୍କାନାଳ: ଡାକ୍ତର ଓ କର୍ମଚାରୀଙ୍କୁ ଦୁର୍ବ୍ୟବହାର ଘଟଣାରେ ତିନି ଜଣଙ୍କୁ ଗିରଫ କରିଛି ଢେଙ୍କାନାଳ ଟାଉନ ଥାନା ପୋଲିସ । ଏହି ୩ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

ଡାକ୍ତର ଓ କର୍ମଚାରୀଙ୍କୁ ଦୁର୍ବ୍ୟବହାର ଘଟଣା
ଡାକ୍ତର ଓ କର୍ମଚାରୀଙ୍କୁ ଦୁର୍ବ୍ୟବହାର ଘଟଣା


ଅଭିଯୁକ୍ତଙ୍କ ମଧ୍ୟରେ ଢେଙ୍କାନାଳ ଖମାର ସାହିର ବାବୁଲି ନାୟକ, ଲକ୍ଷ୍ମୀ ନାୟକ ଓ ଅନ୍ୟ ଜଣେ ବାଜି ଚୌକିର ବିକ୍ରମ ସିଂ ବୋଲି ଜଣାପଡିଛି ।

ଡାକ୍ତର ଓ କର୍ମଚାରୀଙ୍କୁ ଦୁର୍ବ୍ୟବହାର ଘଟଣା
ଡାକ୍ତର ଓ କର୍ମଚାରୀଙ୍କୁ ଦୁର୍ବ୍ୟବହାର ଘଟଣା

ଗତ 1 ତାରିଖରେ ଖମାର ସାହିର ଜଣେ ଯୁବକଙ୍କର ମୂତ୍ୟୁକୁ ନେଇ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଥିଲା। ତେବେ ଚିକିତ୍ସା ଅବହେଳା ଅଭିଯୋଗ କରି ପରିବାର ଓ ସ୍ଥାନୀୟ ଲୋକେ ଡାକ୍ତରଖାନାରେ ଡାକ୍ତର ଓ କର୍ମଚାରୀଙ୍କୁ ର୍ଦୁବ୍ୟବହାର କରିଥିଲେ । ଏହି ର୍ଦୁବ୍ୟବହାର ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଢେଙ୍କାନାଳ ମୁଖ୍ୟ ହସ୍ପିଟାଲ ସମ୍ମୁଖରେ ଡାକ୍ତର ଓ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ।

ଡାକ୍ତର ଓ କର୍ମଚାରୀଙ୍କୁ ଦୁର୍ବ୍ୟବହାର ଘଟଣା
ଡାକ୍ତର ଓ କର୍ମଚାରୀଙ୍କୁ ଦୁର୍ବ୍ୟବହାର ଘଟଣା

ଏ ସଂକ୍ରାନ୍ତରେ ଟାଉନ ଥାନାରେ ଏକ ମାମଲା ମଧ୍ୟ ରୁଜୁ ହୋଇଥିଲା । ତେବେ ଏହି ମାମଲାରେ ଟାଉନ ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.