ETV Bharat / state

୨୦୦ ୟୁନିଟ ମାଗଣା ବିଜୁଳି ଦାବିରେ ଆପ୍‌ର ବିକ୍ଷୋଭ ପ୍ରଦର୍ଶନ

author img

By

Published : Jul 6, 2023, 9:20 AM IST

୨୦୦ ୟୁନିଟ ମାଗଣା ବିଜୁଳି ଦାବିରେ ଆପ୍‌ର ବିକ୍ଷୋଭ ପ୍ରଦର୍ଶନ
୨୦୦ ୟୁନିଟ ମାଗଣା ବିଜୁଳି ଦାବିରେ ଆପ୍‌ର ବିକ୍ଷୋଭ ପ୍ରଦର୍ଶନ

ବିଦ୍ୟୁତ କାଟ୍ ବିଦ୍ୟୁତ କାଟ୍ ପ୍ରତିବାଦରେ ଢେଙ୍କାନାଳରେ ଆପ୍‌ର ବିକ୍ଷୋଭ ପ୍ରଦର୍ଶନ । ପ୍ରତ୍ୟେକ ପରିବାରକୁ ୨୦୦ ୟୁନିଟ୍ ଯାଏଁ ମାଗଣା ବିଜୁଳି ଦେବାକୁ ଦାବି କଲା ଦଳ । ଅଧିକ ପଢନ୍ତୁ

ଢେଙ୍କାନାଳ: ଅଘୋଷିତ ବିଦ୍ୟୁତ କାଟ୍ ନେଇ ରାଜ୍ୟବ୍ୟାପୀ ଅସନ୍ତୋଷ ଲାଗି ରହିଛି । ଅହସ୍ୟ ଗୁଳିଗୁଳି ମଧ୍ୟରେ ବାରମ୍ବାର ବିଦ୍ୟୁତ କାଟ ଲୋକଙ୍କୁ ଅତିଷ୍ଠ କରିପକାଇଛି । ଢେଙ୍କାନାଳ ଜିଲ୍ଲାରେ ଏହି ବିଦ୍ୟୁତ ବିଭ୍ରାଟକୁ ନେଇ ଏବେ ଆନ୍ଦୋଳନକୁ ଓହ୍ଲାଇଛି ଆମ୍ ଆଦମୀ ପାର୍ଟିର ଓଡ଼ିଶା ଶାଖା । ବିଦ୍ୟୁତ କାଟ ବିରୋଧରେ ପ୍ରତିବାଦ କରିବା ସହ ଓଡ଼ିଶାର ପ୍ରତ୍ୟେକ ପରିବାରକୁ ୨୦୦ ୟୁନିଟ୍ ଯାଏଁ ଦେୟମୁକ୍ତ ବିଜୁଳି ଦେବାକୁ ଆପ୍ ଦାବି କରିଛି । ଏହି ପରିପ୍ରେକ୍ଷୀରେ ଆପ୍ କର୍ମୀମାନେ ଢେଙ୍କାନାଳ ସହରର ବାଜି ଚୌକ ଛକରୁ ଏକ ବିଶାଳ ପ୍ରତିବାଦ ଶୋଭାଯାତ୍ରାରେ ଯାଇ ଜିଲ୍ଲାପାଳଙ୍କ ସମ୍ମୁଖରେ ପହଞ୍ଚିଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଦ୍ୟୁତ ସେବାରେ ଟାଟା ପାୱାରର ମନମାନି ବିରୁଦ୍ଧରେ ନାରାବାଜି କରିଥିଲେ ।

ମାଗଣା ବିଜୁଳି ଦାବିରେ ଆପ୍‌ର ବିକ୍ଷୋଭ ପ୍ରଦର୍ଶନ

ଏହାଧ୍ୟ ପଢନ୍ତୁ: ବ୍ରହ୍ମପୁରରେ ଆପର ସମାବେଶ, ୨୦୦ ୟୁନିଟ୍ ଦେୟମୁକ୍ତ ବିଦ୍ୟୁତ୍ ପ୍ରଦାନ ଦାବି

ଆପ୍ ଜିଲ୍ଲା ସଭାପତି ଅଭିଯୋଗ କରିଛନ୍ତି ଯେ, ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଗରିବ ଖଟିଖିଆମାନଙ୍କ ବସ୍ତିରେ ଦୀର୍ଘ ଦିନ ଧରି ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିଦିଆଯାଇଛି । ଏହାକୁ ଆପ୍ କର୍ମୀମାନେ ନିନ୍ଦା କରିଛନ୍ତି । ଅପରପକ୍ଷରେ ଅନ୍ୟ ରାଜ୍ୟ ପରି ପରିବାର ପିଛା ଅନ୍ୟୁନ ୨୦୦ ୟୁନିଟ ଦେୟ ମୁକ୍ତ ବିଦ୍ୟୁତ ଯୋଗାଇ ଦେବାପାଇଁ ଆପ୍ ଦାବି କରିଛି । ଏ ସମ୍ପର୍କରେ ଏକ ସ୍ମାରକପତ୍ର ମଧ୍ୟ ଜିଲ୍ଲାପାଳଙ୍କୁ ଦିଆଯାଇଛି ।

ଏହାମଧ୍ୟ ପଢନ୍ତୁ: ଅଘୋଷିତ ବିଦ୍ୟୁତ କାଟ୍ ପ୍ରତିବାଦରେ କଂଗ୍ରେସର ରଣହୁଙ୍କାର

ଆପ୍ ଅଭିଯୋଗ କରିଛି ଯେ, ବିଦ୍ୟୁତ ଉପଭୋକ୍ତାମାନଙ୍କ ସ୍ବାର୍ଥକୁ ଜଳାଞ୍ଜଳି ଦେଇ ସରକାର ଟାଟା ପାୱାର କମ୍ପାନୀକୁ ବିଦ୍ୟୁତ ସେବା ଟେକି ଦେଇଛନ୍ତି । ଯାହାଫଳରେ ଟାଟା ପାୱାର କର୍ମଚାରୀଙ୍କଠାରୁ ପଦାଧିକାରୀ ପର୍ଯ୍ୟନ୍ତ ସମସ୍ତେ ବିଦ୍ୟୁତ ଉପଭୋକ୍ତାଙ୍କୁ ନାନା ଉପାୟରେ ଲୁଟି ଚାଲିଛନ୍ତି । ସେହିପରି ପ୍ରବଳ ଗରମ ମଧ୍ୟରେ ଅଘୋଷିତ ବିଦ୍ୟୁତ ସାଧାରଣ ଲୋକଙ୍କୁ ଅସ୍ତବ୍ୟସ୍ତ କରିଦେଇଛି । ଏହାର ପ୍ରତିବାଦ ସ୍ୱରୁପ ଆପ୍ ଢେଙ୍କାନାଳ ସହରର ବାଜି ଚୌକ ଛକରୁ ଏକ ବିଶାଳ ପ୍ରତିବାଦ ଶୋଭାଯାତ୍ରାରେ ଯାଇ ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ନାରାବାଜି କରିଛି । ତେବେ ବିଦ୍ୟୁତ କାଟକୁ ନେଇ ପୂର୍ବରୁ କଂଗ୍ରେସ ଓ ବିଜେପି ଆନ୍ଦୋଳନକୁ ଓହ୍ଲାଇଥିଲେ । ଅଘୋଷିତ ବିଦ୍ୟୁତ କାଟରେ ଅତିଷ୍ଠ ସାଧାରଣ ଲୋକେ ମଧ୍ୟ ଏହାର ପ୍ରତିବାଦ କରିଥିଲେ । ଏବେ ଆପ୍ ୨୦୦ ୟୁନିଟ ମାଗଣା ବିଜୁଳି ପ୍ରଦାନ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଛି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.