ETV Bharat / state

ରାସ୍ତାକାମକୁ ନେଇ ଗୋଷ୍ଠୀ ସଂଘର୍ଷ, ୩ଗୁରୁତର

author img

By

Published : Dec 17, 2020, 7:02 PM IST

Updated : Dec 17, 2020, 7:18 PM IST

ରାସ୍ତାକାମକୁ ନେଇ ଗୋଷ୍ଠୀ ସଂଘର୍ଷ, ୩ଗୁରୁତର
ରାସ୍ତାକାମକୁ ନେଇ ଗୋଷ୍ଠୀ ସଂଘର୍ଷ, ୩ଗୁରୁତର

ଢେଙ୍କାନାଳରେ ରାସ୍ତାକାମକୁ ନେଇ 2 ଗୋଷ୍ଠୀ ସଂଘର୍ଷ । ଉଭୟ ପକ୍ଷରୁ 3 ଗୁରୁତର । ଅଧିକ ପଢନ୍ତୁ...

ଢେଙ୍କାନାଳ: ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ ଅଁଳାବେଡା ଗ୍ରାମରେ ରାସ୍ତାକାମକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି । ଏଥିରେ ତିନି ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଥିବାବେଳେ ପୋଲିସ ପହଞ୍ଚି ମାମଲାର ତଦନ୍ତ ଆରମ୍ଭ କରିଛି ।

ରାସ୍ତାକାମକୁ ନେଇ ଗୋଷ୍ଠୀ ସଂଘର୍ଷ, ୩ଗୁରୁତର
ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ ଅଁଳାବେଡା ଗ୍ରାମରେ ରାସ୍ତାକାମ ଓ ଗଛକଟାକୁ ନେଇ ତୁମୁଳକାଣ୍ଡ ଘଟିଛି । ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଉଭୟ ପକ୍ଷର 3 ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ସଂଘର୍ଷ ସମୟରେ ଉତ୍ୟକ୍ତ ଲୋକେ ଠେଙ୍ଗା ଓ ଭୁଜାଲି ବ୍ୟବହାର କରିଥିବା ଜଣାପଡିଛି ।ଗୁରୁତର ତିନିଜଣ ଉକ୍ତ ଗ୍ରାମର ମୂଲିଆ ବିଶ୍ବାଳ, କୈବଲ୍ୟ ବିଶ୍ବାଳ ଓ ସୁଚିତ୍ର। ବିଶ୍ଵାଳ ନାମକ ଜଣେ ମହିଳା ଥିବା ଜଣାପଡିଛି । ଅଁଳାବେଡା ଗ୍ରାମରେ ଏକ ରାସ୍ତାକାମ ଚାଲୁ ଥିବାବେଳେ ସେଠାରୁ କିଛି ଗଛକାଟି ଦେଇଥିଲେ ଠିକାଦାର । ଫଳରେ ଦୁଇଗୋଷ୍ଠୀ ମଧ୍ୟରେ ମାଡପିଟ ହୋଇଥିଲା । ଉଭୟ ପକ୍ଷରୁ ରାସୋଳ ଥାନାରେ ଅଭିଯୋଗ ହେବାପରେ ପୋଲିସ୍ ୨ଟି ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି ।

ଢେଙ୍କନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Last Updated :Dec 17, 2020, 7:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.