ETV Bharat / state

ଠକିଦେଲା PBDA, ଜିଲ୍ଲାର ଚାଷୀଙ୍କୁ ମିଳିଲାନି ଛେଳି

author img

By

Published : Aug 25, 2021, 8:19 PM IST

ଠକିଦେଲା PBDA, ଜିଲ୍ଲାର ଚାଷୀଙ୍କୁ ମିଳିଲାନି ଛେଳି
ଠକିଦେଲା PBDA, ଜିଲ୍ଲାର ଚାଷୀଙ୍କୁ ମିଳିଲାନି ଛେଳି

ଜିଲ୍ଲାର ପାଉଡ଼ିଭୂୟାଁ ଉନ୍ନୟନ ସଂସ୍ଥାର ପାରଦର୍ଶିତା ନେଇ ପ୍ରଶ୍ନ ଉଠାଇଛନ୍ତି ଚାଷୀ । PBDA ଅଧିନରେ ଛେଳିଚାଷ ପାଇଁ ନିର୍ମାଣ ହୋଇଥିବା 3ଟି ଛେଳି ଘର ଦୀର୍ଘଦିନ ଧରି ପରିତ୍ୟକ୍ତ ଭାବେ ଜିଲ୍ଲାରେ ପଡି ରହିଛି । ଅଧିକ ପଢନ୍ତୁ...

ଦେବଗଡ: ପାଉଡି ଭୂୟାଁ ଲୋକଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବା ଲକ୍ଷ୍ୟରେ ଛେଳିଚାଷ ପାଇଁ ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମାଣ କରାଗଲା ଛେଳି ଘର । ହେଲେ ବର୍ଷ ପରେ ବର୍ଷ ବିତି ଯାଇଥଲେ ସୁଦ୍ଧା ଲୋକଙ୍କୁ ମିଳିଲାନି ଛେଳି । ଯାହାକି ଛେଳି ଚାଷୀଙ୍କୁ ନିରାଶ କରିବା ସହିତ ପାଉଡ଼ିଭୂୟାଁ ଉନ୍ନୟନ ସଂସ୍ଥାର ପାରଦର୍ଶିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଭଳି ସ୍ଥିତି ଦେଖିବାକୁ ମିଳିଛି ବାରକୋଟ ବ୍ଲକ ବାଇଧରନଗର ଗାଁରେ ।

ଠକିଦେଲା PBDA, ଜିଲ୍ଲାର ଚାଷୀଙ୍କୁ ମିଳିଲାନି ଛେଳି
ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକର ବାଇଧରନଗର ଗାଁରେ ବସବାସ କରନ୍ତି 30ଟି ପାଉଡ଼ିଭୂୟାଁ ଆଦିମ ଜନଜାତି ପରିବାର । ଏହି ପାଉଡ଼ିଭୂୟାଁ ଲୋକଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବା ଲକ୍ଷରେ ଗତ 2019 ମସିହାରେ ପାଉଡ଼ିଭୂୟାଁ ଉନ୍ନୟନ ସଂସ୍ଥା ( ପି.ବି.ଡ଼ି.ଏ ) ପକ୍ଷରୁ ଛେଳିଚାଷ ପାଇଁ ଗାଁରେ ଥିବା ମା ସରସ୍ଵତୀ , ମା ଠାକୁରାଣୀ ଓ ମା ତାରିଣୀ ଆଦି ତିନୋଟି ମହିଳା ସଙ୍ଘକୁ ଚୟନ କରାଗଲା ଓ ତିନୋଟି ମହିଳା ସଙ୍ଘ ପାଇଁ ତିନୋଟି ଛେଳିଘର ନିର୍ମାଣ ହୋଇଥିଲା । ହେଲେ ଛେଳି ଘର ନିର୍ମାଣ ବେଳେ ଛେଳିଚାଷ ପାଇଁ ଉତ୍ସାହୀ ଗ୍ରାମବାସୀ ଶ୍ରମଦାନ କରି ଘର ଗୁଡିକ ନିର୍ମାଣ କରିଥିଲେ । ମାତ୍ର ଇତି ମଧ୍ୟରେ ଦୁଇବର୍ଷ ବିତିବାକୁ ବସିଥିଲେ ସୁଦ୍ଧା ଗାଁର ତିନୋଟି ମହିଳା ସଙ୍ଘକୁ ଏଯାଏଁ ଛେଳି ଯୋଗାଇ ଦିଆଗଲା ନାହିଁ । ଫଳରେ ଛେଳିଚାଷ ପାଇଁ ଆଶାବାନ୍ଧି ବସିଥିବା ମହିଳା ସଙ୍ଘ କର୍ମକର୍ତ୍ତା ଛେଳିଚାଷ କରିବାରୁ ବଞ୍ଚିତ ହୋଇଛନ୍ତି । ସେପଟେ ଛେଳିଚାଷ ପାଇଁ ନିର୍ମାଣ ହୋଇଥିବା ତିନୋଟି ଛେଳି ଘର ଦୀର୍ଘଦିନ ଧରି ପରିତ୍ୟକ୍ତ ଭାବେ ପଡିରହି ମାଟିରେ ମିଶି ଯିବାକୁ ବସିଛି । ପି.ବି.ଡ଼ି.ଏ କତ୍ତୃପକ୍ଷ ଯଦି ଲୋକଙ୍କୁ ଛେଳି ଯୋଗାଇ ଦେଲେନାହିଁ । ତେବେ କେଉଁ ପରିସ୍ଥିତିରେ ଲୋକଙ୍କୁ ପ୍ରତିଶୃତି ଦେଇ ଛେଳିଘର ନିର୍ମାଣ କଲେ ? ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ପାଉଡି ଭୂୟାଁ ଆଦିମ ଜନଜାତି ଲୋକଙ୍କ ବିକାଶ ପାଇଁ ସରକାର ପାଉଡି ଭୂୟାଁ ଉନ୍ନୟନ ସଂସ୍ଥା ମାଧ୍ୟମରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ସତ , ହେଲେ ବିଭାଗୀୟ କତ୍ତୃପକ୍ଷଙ୍କ ଏଭଳି ଖାମ ଖିଆଲି ନୀତି ଯୋଗୁଁ ଏହାର ସୁଫଳ ଲୋକେ ପାଇବାରୁ ବଞ୍ଚିତ ହେଉଛନ୍ତି ।


ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.