ETV Bharat / state

ହାତୀ ପାଦତଳେ ଗଲା ଜୀବନ, ଆତଙ୍କରେ ମହୁଲ ଫୁଲ ବ୍ୟବସାୟୀ

author img

By

Published : Mar 29, 2022, 5:46 PM IST

ହାତୀ ପାଦତଳେ ଯାଉଛି ଜୀବନ, ଆତଙ୍କରେ ମହୁଲ ଫୁଲ ବ୍ୟବସାୟୀ
ହାତୀ ପାଦତଳେ ଯାଉଛି ଜୀବନ, ଆତଙ୍କରେ ମହୁଲ ଫୁଲ ବ୍ୟବସାୟୀ

ମହୁଲ ଫୁଲ ସଂଗ୍ରହ ପାଇଁ ଜଙ୍ଗଲକୁ ଯାଇଥିବା ସମୟରେ ମହିଳାଙ୍କୁ ଦଳିଦେଲା ହାତୀ । ଗତ କିଛିଦିନ ହେବ ହାତୀଙ୍କ ଉପଦ୍ରବ ପାଇଁ ଆତଙ୍କରେ ମହୁଲ ଫୁଲ ବ୍ୟବସାୟୀ । ଅଧିକ ପଢନ୍ତୁ

ଦେବଗଡ: ମହୁଲ ଫୁଲ ସଂଗ୍ରହ ପାଇଁ ଜଙ୍ଗଲକୁ ଯାଇଥିବା ସମୟରେ ମହିଳାଙ୍କୁ ଦଳିଦେଲା ହାତୀ । ମୃତକ ମହିଳା ହେଲେ ରିଆମାଳ ରେଞ୍ଜ ଅଧିନ ଖଣ୍ଡାଧୂଆଁ ଗାଁର ପ୍ରମିଳା ପ୍ରଧାନ(40) । ମିଳିଥିବା ସୂଚନା ଅନୁଯାୟୀ , ଆଜି(ମଙ୍ଗଳବାର) ସକାଳ 8 ଟା ସମୟରେ ଖଣ୍ଡାଧୂଆଁ ଗାଁର 40 ବର୍ଷୀୟା ମହିଳା ପ୍ରମିଳା ପ୍ରଧାନ ଗାଁ ନିକଟସ୍ଥ ଉଟୁଣିଆଁ ଘାଟି ଜଙ୍ଗଲକୁ ମହୁଲ ଫୁଲ ସଂଗ୍ରହ ପାଇଁ ଯାଇଥିଲେ । ଏହି ସମୟରେ ଜଙ୍ଗଲରେ ଥିବା ଏକ ହାତୀ ହଠାତ୍ ତାଙ୍କୁ ଆକ୍ରମଣ କରିବା ସହ ପାଦରେ ଦଳି ଦେଇଥିଲା । ଫଳରେ ଘଟଣାସ୍ଥଳରେ ସମ୍ପୃକ୍ତ ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଏନେଇ ସ୍ଥାନୀୟ ଲୋକଙ୍କ ପାଖରୁ ଖବର ପାଇ ରିଆମାଳ ରେଞ୍ଜ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛନ୍ତି ।

ସେପଟେ ବନବିଭାଗ ପକ୍ଷରୁ ମୃତଦେହ ବ୍ୟବଚ୍ଛେଦ ପାଇଁ ଦେବଗଡ଼ ଡାକ୍ତରଖାନାକୁ ପଠାଇ ଦିଆଯାଇଛି । ହାତୀ ଆକ୍ରମଣରେ ମୃତ୍ୟୁ ଘଟିଥିବା ମହିଳାଙ୍କ ପରିବାରକୁ ସରକାରଙ୍କ ପକ୍ଷରୁ ଘୋଷିତ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ବନବିଭାଗ ପକ୍ଷରୁ ପ୍ରକାଶ ପାଇଛି । ଏହି ଘଟଣା ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି । ସେପଟେ ବିଗତ କିଛିମାସ ହେବ ଖଣ୍ଡାଧୂଆଁ ଓ ଉଟୁଣିଆ ଅଞ୍ଚଳରେ ହାତୀ ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଛି ।

ହାତୀପଲଙ୍କୁ ଆୟତ୍ତ କରିବାରେ ବନବିଭାଗ ଏପର୍ଯ୍ୟନ୍ତ ସଫଳ ହୋଇପାରି ନାହିଁ । ତେଣୁ ଧନ ଜୀବନ ନଷ୍ଟ ହେବା ସହିତ ଏନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ବିଶେଷ କରି ମହୁଲ ଫୁଲ ସଂଗ୍ରହ କରି ଜୀବିକା ନିର୍ବାହ କରୁଥିବା ଗରିବ ଶ୍ରେଣୀର ଲୋକେ ଜଙ୍ଗଲକୁ ଯିବାକୁ ଭୟ କରୁଛନ୍ତି ।

ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.