ETV Bharat / state

ଅସରାଏ ବର୍ଷାରେ ଧୋଇଗଲା ନବନିର୍ମିତ ରାସ୍ତା, ଲକ୍ଷାଧିକ ଲୁଟ କଲେ ଠିକାଦାର !

author img

By

Published : May 15, 2021, 10:31 PM IST

ନିମ୍ନମାନ ର କାର୍ଯ୍ୟ ଯୋଗୁଁ ଅସରାଏ ବର୍ଷାରେ ଧୋଇଗଲା ନବନିର୍ମିତ ରାସ୍ତା
ନିମ୍ନମାନ ର କାର୍ଯ୍ୟ ଯୋଗୁଁ ଅସରାଏ ବର୍ଷାରେ ଧୋଇଗଲା ନବନିର୍ମିତ ରାସ୍ତା

ନିମ୍ନ ମାନର ରାସ୍ତା ନିର୍ମାଣ କରି ଲକ୍ଷାଧିକ ଟଙ୍କା ଖାଇଗଲେ ଠିକାଦାର । ଅଧିକ ପଢନ୍ତୁ:

ଦେବଗଡ଼: ନିମ୍ନ ମାନର ରାସ୍ତା ନିର୍ମାଣ କରି ଲକ୍ଷାଧିକ ଟଙ୍କା ଖାଇଗଲେ ଠିକାଦାର । ଅସରାଏ ବର୍ଷାରେ ଧୋଇଗଲା ନବନିର୍ମିତ ରାସ୍ତା । ଯାତାୟତରେ ଅସୁବିଧା ଭୋଗୁଛନ୍ତି ଅଞ୍ଚଳବାସୀ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରିଆମାଳ ବ୍ଲକର ଉଟୁଣିଆଁ ପଞ୍ଚାୟତରେ ।

ଅସରାଏ ବର୍ଷାରେ ଧୋଇଗଲା ନବନିର୍ମିତ ରାସ୍ତା
ଅସରାଏ ବର୍ଷାରେ ଧୋଇଗଲା ନବନିର୍ମିତ ରାସ୍ତା

ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଉଟୁଣିଆଁ ପଞ୍ଚାୟତର ହାଡ଼ିସଂହାର ଗାଁ ଠାରୁ ବାବାଜିମଠ ପର୍ଯ୍ୟନ୍ତ ଯାଇଥିବା ରାସ୍ତା ଅବସ୍ଥା ଏବେ ବେହାଲ ହୋଇ ପଡିଛି । ଏହି ରାସ୍ତା ଉପରେ ହାଡ଼ିସଂହାର ଓ ବାବାଜୀମଠ ଦୁଇଟି ଗାଁର ଲୋକେ ସମ୍ପୂର୍ଣ୍ଣ ନିର୍ଭର କରିଥାନ୍ତି । ଗତ ଦୁଇମାସ ପୂର୍ବରୁ ଉଟୁଣିଆଁ ପଂଚାୟତ ପକ୍ଷରୁ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ମାଧ୍ୟମରେ ଏହି ରାସ୍ତାର ଉନ୍ନତିକରଣ କାର୍ଯ୍ୟ କରାଯାଇଥିଲା । ତିନି କିଲୋମିଟର ଏହି ରାସ୍ତାର ଉନ୍ନତିକରଣ କାର୍ଯ୍ୟରେ ବ୍ୟୟ ହୋଇଥିଲା ପାଖାପାଖି 5ଲକ୍ଷ ଟଙ୍କା ।

ନିମ୍ନମାନ ର କାର୍ଯ୍ୟ ଯୋଗୁଁ ଅସରାଏ ବର୍ଷାରେ ଧୋଇଗଲା ନବନିର୍ମିତ ରାସ୍ତା
ନିମ୍ନମାନ ର କାର୍ଯ୍ୟ ଯୋଗୁଁ ଅସରାଏ ବର୍ଷାରେ ଧୋଇଗଲା ନବନିର୍ମିତ ରାସ୍ତା

ମାତ୍ର ଗତ ଦୁଇଦିନ ପୂର୍ବରୁ ଜିଲ୍ଲାରେ ହୋଇଥିବା କାଳବୈଶାଖୀ ଜନିତ ଅସରାଏ ବର୍ଷାରେ ଏହି ରାସ୍ତାର ଅଧିକାଂଶ ସ୍ଥାନରେ ଘାଇ ସୃଷ୍ଟି ହୋଇ ଧୋଇହୋଇ ଯାଇଛି । ଫଳରେ ଏହି ରାସ୍ତାରେ ଯାତାୟତ କରିବାରେ ଉକ୍ତ ଦୁଇଗୋଟି ଗ୍ରାମବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାସ୍ତା ନିର୍ମାଣ କରୁଥିବା ଠିକାଦାର ରାସ୍ତାର ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର କରିଥିବାରୁ ରାସ୍ତାଟି ସାମାନ୍ୟ ବର୍ଷାରେ ଧୋଇ ଯାଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ବିଭାଗୀୟ ଉଚ୍ଚ କତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟିଦେଇ ତୁରନ୍ତ ରାସ୍ତାର ମରାମତି କାର୍ଯ୍ୟ କରାଇବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।


ଦେବଗଡ଼ରୁ ସରୋଜ ଶତପଥି ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.