ETV Bharat / state

ବେଆଇନ ଦେଶୀ ବନ୍ଧୁକ ଜବତ କଲା ବାରାକୋଟ ପୋଲିସ, ଅଭିଯୁକ୍ତ ଗିରଫ

author img

By

Published : Oct 1, 2022, 10:19 AM IST

ଶୁକ୍ରବାର ଦେବଗଡ଼ ଜିଲ୍ଲା ବାରାକୋଟ ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି । ଯୁବକଙ୍କ ନିକଟରୁ ଦେଶୀ ବନ୍ଧୁକ ଜବତ ହୋଇଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ

ବେଆଇନ ଦେଶୀ ବନ୍ଧୁକ ଜବତ କଲା ବାରାକୋଟ ପୋଲିସ, ଅଭିଯୁକ୍ତ ଗିରଫ
ବେଆଇନ ଦେଶୀ ବନ୍ଧୁକ ଜବତ କଲା ବାରାକୋଟ ପୋଲିସ, ଅଭିଯୁକ୍ତ ଗିରଫ

ଦେବଗଡ଼: ବେଆଇନ ବନ୍ଧୁକ ରଖିବା ଅଭିଯୋଗରେ ଶୁକ୍ରବାର ବାରାକୋଟ ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ବାରକୋଟ ଥାନା ଅଧୀନ ଜୟପିଛୁଳା ଗ୍ରାମର ମହାନ୍ତି ମୁଣ୍ଡା(୨୫) । ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ନେଇ ଶୁକ୍ରବାର ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସପି ପ୍ରମୋଦ କୁମାର ରଥ ସୂଚନା ଦେଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଦୁର୍ଗା ପୂଜା ଅବସରରେ ଜିଲ୍ଲାର ସମସ୍ତ ଥାନା ଅଞ୍ଚଳରେ ଜିଲ୍ଲା ପୋଲିସ ପକ୍ଷରୁ ସ୍ବତନ୍ତ୍ର ପାଟ୍ରୋଲିଂ ଚାଲିଥିବା ବେଳେ ଗତକାଲି ରାତିରେ ବାରାକୋଟ ଥାନା ଅନ୍ତର୍ଗତ ଜୟପିଛୁଳା ଗ୍ରାମରେ ଜଣେ ଯୁବକ ବେଆଇନ ଭାବେ ବନ୍ଧୁକ ରଖିଥିବା ନେଇ ପୋଲିସ ବିଶେଷ ସୂତ୍ରରୁ ସୂଚନା ପାଇ ଜୟପିଛୁଳା ଗ୍ରାମର ମହାନ୍ତି ମୁଣ୍ଡାଙ୍କ ଘରେ ପୋଲିସ ଚଢାଉ କରିଥିଲେ । ଏହାସହିତ ମହାନ୍ତିଙ୍କ ନିକଟରୁ ଏକ ଦେଶୀ ବନ୍ଧୁକ ଓ ଗୁଳି ପୋଲିସ ଜବତ କରିଥିଲା ।

ଏହା ବି ପଢନ୍ତୁ- ଗାଈ ଗୁହାଳ ପାଲଟିଛି ରାସ୍ତାଘାଟ, ନିରବଦ୍ରଷ୍ଟା ପୌର କର୍ତ୍ତୃପକ୍ଷ !

ଏହା ସହିତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ନେଇ ଶୁକ୍ରବାର ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସପି ପ୍ରମୋଦ କୁମାର ରଥ ସୂଚନା ଦେଇଛନ୍ତି । ବାରକୋଟ ଥାନା ପୋଲିସ ଗିରଫ ଅଭିଯୁକ୍ତ ମହାନ୍ତିକୁ ଗତକାଲି କୋର୍ଟ ଚାଲାଣ କରିଛି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଡିଏସପି(ଡିଆଇବି) ପ୍ରଦୀପ କେରକେଟା, ବାରକୋଟ ଥାନାଧିକାରୀ କନକ ମାଝୀ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଦେବଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.