ETV Bharat / state

କୂଅରୁ ବାହାରୁଛି ତତଲା ପାଣି, ଦେଖିବାକୁ ଲୋକଙ୍କ ଭିଡ

author img

By ETV Bharat Odisha Team

Published : Nov 5, 2023, 4:49 PM IST

କୂଅଁରୁ ବାହାରୁଛି ତତଲା ପାଣି
କୂଅଁରୁ ବାହାରୁଛି ତତଲା ପାଣି

ଦେବଗଡ଼ ପୌରାଞ୍ଚଳ ଅନ୍ତର୍ଗତ 3 ନମ୍ବର ୱାର୍ଡରେ ପୁରାତନ ମହିଳା ମହାବିଦ୍ୟାଳୟ କୂଅରୁ ବାହାରୁଛି ତତଲା ପାଣି । ଏନେଇ କୂଅ ନିକଟରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

କୂଅଁରୁ ବାହାରୁଛି ତତଲା ପାଣି

ଦେବଗଡ: କୂଅରୁ ବାହାରୁଛି ତତଲା ପାଣି । ଏକଥା ଜଣା ପଡିବା ପରେ କୂଅ ନିକଟରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଦେବଗଡ଼ ପୌରାଞ୍ଚଳ ଅନ୍ତର୍ଗତ 3 ନମ୍ବର ୱାର୍ଡରେ ।

ସୂଚନା ମୁତାବକ, ଜିଲ୍ଲାର 3 ନମ୍ବର ୱାର୍ଡ ବଣିଆ ସାହି ସ୍ଥିତ ପୁରାତନ ମହିଳା ମହାବିଦ୍ୟାଳୟ ପରିସରରେ ଥିବା କୂଅରୁ ବାହାରୁଛି ଉତ୍ତପ୍ତ ପାଣି । ଏହି ପାଣିର ତାପମାନ ଅଧିକ ଥିବାରୁ ଏହାକୁ ସ୍ପର୍ଶ କରିବା କିମ୍ବା ବ୍ୟବହାର କରିବା ସମ୍ଭବ ହେଉନାହିଁ । ଏପରିକି କୂଅ ଭିତରେ ଥିବା ପାଣିରୁ ଏକ ଉତ୍ତପ୍ତ ବାଷ୍ପ ବାହାରୁଥିବା ମଧ୍ୟ ଦେଖାଯାଇଛି । ତେବେ ଏହି କୂଅଟି 4 ବର୍ଷ ପୂର୍ବରୁ ଖୋଳା ଯାଇଥିବା ବେଳେ , ଏହା ଦୀର୍ଘ ସମୟ ହେବ ବ୍ୟବହାର ହେଉନଥିଲା । ହେଲେ ବଣିଆ ସାହି ଗଜଲକ୍ଷ୍ମୀ ପୂଜା କମିଟିର କିଛି ଯୁବକ ପାଣି ନେବାକୁ ଏହି କୂଅକୁ ଆସିଥିଲେ । ହେଲେ କୂଅରୁ ପାଣି ଟାଣି ବ୍ୟବହାର କରିବା ସମୟରେ ଏହି ପାଣି ଅସ୍ୱାଭାବିକ ଭାବେ ଉତ୍ତପ୍ତ ଥିବା ଦେଖି ତାହା ବ୍ୟବହାର କରି ନଥିଲେ ।

ଏ ସମ୍ପର୍କରେ ସାହି ଲୋକଙ୍କୁ ଜଣାଇବା ପରେ ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଘଟଣା ସ୍ଥଳକୁ ଲୋକଙ୍କ ସୁଅ ଛୁଟିଛି । କୂଅରୁ ବାହାରୁଥିବା ପାଣି ଅଧିକ ଉତ୍ତପ୍ତ ଥିବାରୁ ତାହା ବ୍ୟବହାର ଉପଯୋଗୀ ହୋଇ ପାରୁନାହିଁ । ଏପରିକି କୂଅ ଭିତରୁ ଉତ୍ତପ୍ତ ବାଷ୍ପ ବାହାରୁଥିବା ମଧ୍ୟ ଦେଖିବାକୁ ମିଳିଛି । ତେବେ ଗତ କିଛିଦିନ ହେଲା ଜିଲ୍ଲାରେ ଶୀତ ଅନୁଭୂତ ହେଉଥିବା ବେଳେ, ଏଭଳି ସ୍ଥିତିରେ ଏହି କୂଅର ପାଣି କିଭଳି ଓ କେଉଁ କାରଣରୁ ଉତ୍ତପ୍ତ ହେଲା ତାହା ଜାଣିବାକୁ ସମସ୍ତଙ୍କ ମନରେ ଉତ୍ସୁକତା ଦେଖାଦେଇଛି । ଏହାର ସଠିକ କାରଣ କିଛି ଜଣା ପଡ଼ିନାହିଁ ।

ଏହା ମଧ୍ୟ ପଢନ୍ତୁ- ପୁଣି ଶ୍ରୀମନ୍ଦିରରେ ଅବ୍ୟବସ୍ଥା, ଟ୍ୟାପରୁ ବାହାରୁଛି ନାଲି ରଙ୍ଗର ଗୋଳିଆ ପାଣି

ତେବେ ଭୂତଳ ସ୍ତରରେ ଥିବା କୌଣସି ରାସାୟନିକ ପ୍ରକ୍ରିୟା କାରଣରୁ କୂଅର ପାଣି ଉତ୍ତପ୍ତ ହୋଇ ଯାଇଥିବା ସାଧାରଣରେ ଅନୁମାନ କରାଯାଉଛି । ଅନ୍ୟପଟେ ଏ ସମ୍ପର୍କରେ ଖବର ପାଇ ଦେବଗଡ଼ ପୌରାଧକ୍ଷା ଶାନ୍ତିମଞ୍ଜରୀ ଦେଇ ଘଟଣାସ୍ଥଳକୁ ଆସି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି । ଏଥିସହ କୂଅର ପାଣିକୁ ପରୀକ୍ଷା ନିରୀକ୍ଷା କରି ଏହାର ସଠିକ କାରଣ ଜାଣିବା ପାଇଁ ଜନସ୍ୱାସ୍ଥ୍ୟ ବିଭାଗୀୟ କତ୍ତୃପକ୍ଷଙ୍କୁ ଜଣାଇଛନ୍ତି ।

ଇଟିଭି ଭାରତ, ଦେବଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.