ETV Bharat / state

ଖତ ଖାଉଛି କୋଟିଏ ଟଙ୍କାର ହାର୍ଭେଷ୍ଟର ମେସିନ

author img

By

Published : Nov 12, 2022, 8:24 PM IST

ଖତ ଖାଉଛି କୋଟିଏ ଟଙ୍କାର ହାର୍ଭେଷ୍ଟର ମେସିନ
ଖତ ଖାଉଛି କୋଟିଏ ଟଙ୍କାର ହାର୍ଭେଷ୍ଟର ମେସିନ

ଖତ ଖାଉଛି କୋଟିଏ ଟଙ୍କାର ହାର୍ଭେଷ୍ଟର ମେସିନ । ଖତ ଖାଉଛି କୋଟିଏରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟରେ କିଣା ଯାଇଥିବା ହାର୍ଭେଷ୍ଟର ମେସିନ । ଜିଲ୍ଲାର ବିଭିନ୍ନ ସେବା ସମବାୟ ସମିତି କାର୍ଯ୍ୟାଳୟ ପରିସରରେ ଦୀର୍ଘ ତିନିବର୍ଷ ହେଲା ଅବହେଳିତ ଭାବେ ପଡ଼ି ରହିଛି ହାର୍ଭେଷ୍ଟର ମେସିନ । ଅଧିକ ପଢ଼ନ୍ତୁ

ଦେବଗଡ଼ : ଖତ ଖାଉଛି କୋଟିଏ ଟଙ୍କାର ହାର୍ଭେଷ୍ଟର ମେସିନ । ଖତ ଖାଉଛି କୋଟିଏରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟରେ କିଣା ଯାଇଥିବା ହାର୍ଭେଷ୍ଟର ମେସିନ । ଜିଲ୍ଲାର ବିଭିନ୍ନ ସେବା ସମବାୟ ସମିତି କାର୍ଯ୍ୟାଳୟ ପରିସରରେ ଦୀର୍ଘ ତିନିବର୍ଷ ହେଲା ଅବହେଳିତ ଭାବେ ପଡ଼ି ରହିଛି ହାର୍ଭେଷ୍ଟର ମେସିନ । ଏଥିପ୍ରତି ନା ନଜର ଅଛି ବିଭାଗୀୟ କର୍ତ୍ତୃପକ୍ଷଙ୍କର, ନା ଅଛି ସରକାରଙ୍କର । ସରକା କା ମାଲ, ଦରିଆ ମେ ଡାଲ ନୀତିରେ ଯେପରି ଚାଲିଛି ସବୁକିଛି ।

ଖତ ଖାଉଛି କୋଟିଏ ଟଙ୍କାର ହାର୍ଭେଷ୍ଟର ମେସିନ

ଦେବଗଡ଼ ଜିଲ୍ଲା ଏକ କୃଷି ପ୍ରଧାନ ଜିଲ୍ଲା । ଜିଲ୍ଲାର ମୋଟ 80 ପ୍ରତିଶତ ଜନସାଧାରଣ ମୁଖ୍ୟତଃ ଧାନଚାଷ ଉପରେ ନିର୍ଭର କରିଥାନ୍ତି । ସେଥିପାଇଁ ଜିଲ୍ଲାର ତିନୋଟି ବ୍ଲକର ମୋଟ 29 ଗୋଟି ସେବା ସମବାୟ ସମିତି ମାଧ୍ୟମରେ ଚାଷୀଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି । ଏହି କ୍ରମରେ ଜିଲ୍ଲାର ଚାଷୀମାନେ ସ୍ୱଳ୍ପ ଖର୍ଚ୍ଚ ଓ ସ୍ୱଳ୍ପ ସମୟରେ ନିଜ କ୍ଷେତରୁ ଧାନ କାଟିବା ଓ ମଳିବା ଲକ୍ଷରେ ସରକାର ଅନେକ ସୁବିଧା ଯୋଗାଇଥିଲେ । ଏହି କ୍ରମରେ ଗତ 2019-20 ମସିହାରେ ରିଆମାଳ, ତିଳେଇବଣି ଓ ବାରକୋଟ ବ୍ଲକ ପାଇଁ ପ୍ରାୟ ୧କୋଟି ଟଙ୍କା ବ୍ୟୟରେ ତିନୋଟି ହାର୍ଭେଷ୍ଟର ମେସିନ ଓ ତିନୋଟି ଟ୍ରାକ୍ଟର କ୍ରୟ କରି ଯୋଗାଇ ଦେଇଥିଲେ ।

ମାତ୍ର ଅତ୍ୟନ୍ତ ପରିତାପର ବିଷୟ ଯେ, ଆଜକୁ ଦୀର୍ଘ ତିନିବର୍ଷ ହେଲା ଉକ୍ତ ତିନୋଟି ହାର୍ଭେଷ୍ଟର ମେସିନ ଓ ଟ୍ରାକ୍ଟର ଚାଷୀଙ୍କ କାର୍ଯ୍ୟରେ ଲାଗି ପାରୁନାହିଁ । ଫଳରେ ଜିଲ୍ଲାର ନାଉଲିପଡା, ସୁଗୁଡା ଓ କାଦୋପଡା ସେବା ସମବାୟ କାର୍ଯ୍ୟାଳୟ ପରିସରରେ ଏହି ମେସିନ ଓ ଟ୍ରାକ୍ଟର ଗୁଡିକ ପରିତ୍ୟକ୍ତ ଭାବେ ପଡି ରହିଛି । ଏହାର ଅନେକ ଯନ୍ତ୍ରାଂଶ ନଷ୍ଟ ହେବାକୁ ବସିଲାଣି । ତେବେ ସମସ୍ୟା ହେଲା, ଜିଲ୍ଲାର ଅଧିକାଂଶ ଚାଷଜମି ଖଳିମାଟି ଓ ଧାନ ଅମଳ ସମୟରେ ଜମିରେ ଆର୍ଦ୍ରତା ଥିବାରୁ ହାର୍ଭେଷ୍ଟର କାମ କରିପାରୁ ନାହିଁ । ଏଥିସହିତ ଏହି ମେସିନ ଚଳାଇବା ପାଇଁ ଜିଲ୍ଲାରେ ତାଲିମପ୍ରାପ୍ତ ଡ୍ରାଇଭରର ଆବଶ୍ୟକତା ରହିଛି । ଜିଲ୍ଲାରେ ଡ୍ରାଇଭର ନଥିବାରୁ ପଡୋଶୀ ରାଜ୍ୟରୁ ଡ୍ରାଇଭର ଡକାଇ କାର୍ଯ୍ୟ କରିବା ମଧ୍ୟ ସମ୍ଭବ ହୋଇ ପାରୁନାହିଁ ।

ତେଣୁ କୋଟି କୋଟି ଟଙ୍କା ବ୍ୟୟରେ କିଣାଯାଇଥିବା ଉକ୍ତ ମେସିନ ଓ ଟ୍ରାକ୍ଟର ଗୁଡିକ ଚାଷୀଙ୍କ କାର୍ଯ୍ୟରେ ନଆସି ପଡି ରହି ଖତଖାଉଛି । ଜିଲ୍ଲାରେ ଥିବା ତିନୋଟି ଚକଯୁକ୍ତ ହାର୍ଭେଷ୍ଟର ମେସିନକୁ ବଦଳାଇ ଚେନ୍ ସାହାଯ୍ୟରେ ଚାଲିପାରୁଥିବା ହାର୍ଭେଷ୍ଟର ଅଣାଯିବା ଓ ମେସିନ ଚଳାଇବା ପାଇଁ ସ୍ଥାନୀୟ ଡ୍ରାଇଭରଙ୍କୁ ତାଲିମ ଦେଇ ନିଯୁକ୍ତ ଦିଆଯିବାକୁ ଚାଷୀଙ୍କ ମହଲରେ ଦାବି ହେଉଛି । ତେଣୁ ଏଦିଗରେ ଜିଲ୍ଲା ପ୍ରଶାସନ ଓ ସରକାର ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହେଉଛି । ନଚେତ ଚାଷୀଙ୍କ ଉପକାର ପାଇଁ ଆସିଥିବା କୋଟିଏ ଟଙ୍କାର ଉପକରଣ ମାଟିରେ ମିଶିଯିବ । ଏଥିରେ ସନ୍ଦେହ ନାହିଁ ।

ଇଟିଭି ଭାରତ, ଦେବଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.