ETV Bharat / state

IPL ବେଟିଂ କରି 2 ଗିରଫ, ଲକ୍ଷାଧିକ ଟଙ୍କା ଜବତ

author img

By

Published : Oct 6, 2021, 10:27 PM IST

IPL ବେଟିଂ କରି 2 ଗିରଫ, ଲକ୍ଷାଧିକ ଟଙ୍କା ଜବତ
IPL ବେଟିଂ କରି 2 ଗିରଫ, ଲକ୍ଷାଧିକ ଟଙ୍କା ଜବତ

ଆଇପିଏଲ ବେଟିଂ ବେଳେ ଚଢ଼ାଉ କଲା ପୋଲିସ । ଚଢ଼ାଉ ବେଳେ ୨ ଜଣ ଗିରଫ ମଧ୍ୟ ହୋଇଛନ୍ତି । ଅଧିକ ପଢ଼ନ୍ତୁ...

ଦେବଗଡ଼: ଆଇପିଏଲ ବେଟିଂ ବେଳେ ଚଢ଼ାଉ କଲା ପୋଲିସ । ଚଢ଼ାଉବେଳେ ୨ ଜଣ ଗିରଫ ମଧ୍ୟ ହୋଇଛନ୍ତି । ଗିରଫ ଅଭିଯୁକ୍ତ ଜଡ଼ାଗୋଳା ଗ୍ରାମର ୨ ଭାଇ ବାପୁନ ବେହେରା ଓ ଲିପୁନ ବେହେରା ବୋଲି ଜଣାପଡ଼ିଛି । ଦେବଗଡ଼ ଥାନା ଅଞ୍ଚଳ ଜଡ଼ାଗୋଳା ଗ୍ରାମରେ ହିଁ ଦୁଇ ଭାଇ ଆଇପିଏଲ ବେଟିଂ ଭଳି ବେଆଇନ କାର୍ଯ୍ୟରେ ଲିପ୍ତ ଥିଲେ ।

କୌଣସି ସୂତ୍ରରୁ ଏହି ସ୍ଥାନରେ ଆଇପିଏଲ ବେଟିଂ ହେଉଥିବା ନେଇ ଖବର ପାଇଥିଲା ପୋଲିସ । ସୂଚନା ପାଇ ଦେବଗଡ଼ ଏସପି ରାଜକିଶୋର ପାଇକରାୟଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ପେଶାଲ ସ୍କ୍ୱାଡ୍‌ ଗତକାଲି(ମଙ୍ଗଳବାର) ଜଡ଼ାଗୋଳା ଗ୍ରାମରେ ଅତର୍କିତ ଭାବେ ଚଢ଼ଉ କରିଥିଲା । ଚଢ଼ାଉ ସମୟରେ ଅଭଯୁକ୍ତ ବାପୁନ ଓ ଲିପୁନଙ୍କ ନିକଟରୁ ନଗଦ ୯ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି ପୋଲିସ । ଏହାସହ ମୋବାଇଲ ଫୋନ୍‌, ଲ୍ୟାପ୍‌ଟପ୍‌, ବିଭିନ୍ନ ବ୍ୟାଙ୍କ୍‌ର ଏଟିଏମ କାର୍ଡ ମଧ୍ୟ ଜବତ ହୋଇଛି ।

ତଦନ୍ତବେଳେ ଏକ ଆନ୍ତଃରାଜ୍ୟ ଗ୍ୟାଙ୍ଗ୍‌ ଏହି ଆଇପିଏଲ ବେଟିଂ ସହ ଲିଙ୍କ୍‌ ଥିବା ଜଣାପଡ଼ିଛି । ଅଭିଯୁକ୍ତଙ୍କ ବିରୁଦ୍ଧରେ ପୋଲିସ ଏକ ମାମଲା ରୁଜୁ କରି ଗିରଫ କରିବା ସହ କୋର୍ଟ ଚାଲାଣ କରିଛି ।

ଦେବଗଡ଼ରୁ ସରୋଜ କୁମାର ଶତପଥି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.