ETV Bharat / state

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯାଗ ଆଣିଲେ ପରିବାର ଲୋକେ

author img

By

Published : May 20, 2023, 2:09 PM IST

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ନିଆଳିରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମୃତ୍ୟୁକୁ ସହଜରେ ପରିବାର ଲୋକେ ଗ୍ରହଣ କରିପାରୁନଥିବା ବେଳେ ହତ୍ୟା କରାଯାଇଥିବା ନେଇ ସେମାନେ ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ନିଆଳି: ପରକୀୟା ପ୍ରୀତିର କରୁଣ ପରିଣତି । ଖୁଡିକୁ ପ୍ରେମ କରିବାରୁ ଗଲା ପୁତୁରାର ଜୀବନ । ଏଭଳି ଏକ ଅଭିଯୋଗ ଆସିଛି କଟକ ଜିଲ୍ଲା ନିଆଳି ଥାନା ଅନ୍ତର୍ଗତ ତମ୍ପଦା ଗାଁ । ଯୁବକଙ୍କ ମୃତଦେହ ଏକ ଗଛରୁ ଉଦ୍ଧାର କରାଯାଇଥିବା ବେଳେ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । ମୃତ ଯୁବକ ହେଲେ ତାମ୍ପଦା ଗାଁ ଅଶୋକ ସେଠୀଙ୍କ ପୁଅ ଜୀବନ ସେଠୀ ବୟସ, ୨୩ । ଏନେଇ ଉଭୟ ପରିବାର ପକ୍ଷରୁ ଥାନାରେ ଦ୍ବାରସ୍ଥ ହୋଇଛନ୍ତି ।

ନିଆଳି ଥାନାରେ ଦିଆଯାଇଥିବା ଅଭିଯାଗ ଅନୁସାରେ, ପଡୋଶୀ ସୁଷମା ସେଠୀଙ୍କ ବୋହୂ ଓ ଜୀବନଙ୍କ ପରିବାରଙ୍କ ସହ ସୁ-ସମ୍ପର୍କ ଥିଲା ।‌ ଜୀବନ ଘରକୁ ଯିବା ଆସିବା କରୁଥିଲେ । ସୁଷମାଙ୍କ ପୁଅ ବାହାରେ ରହି କାର୍ଯ୍ୟ କରୁଥିବା ବେଳେ ଜୀବନଙ୍କୁ ପଡୋଶୀ ଘରକୁ ଯିବା ପାଇଁ ବାରଣ କରୁଥିଲେ ତାଙ୍କ ପରିବାର ଲୋକେ । ଏହାରି ଭିତରେ ପଡୋଶୀ ସୁଷମାଙ୍କ ପରିବାର ସହ ଜୀବନଙ୍କ ପରିବାର ମଧ୍ୟରେ ଗତକାଲି ଅର୍ଥାତ୍ ଶୁକ୍ରବାର ସକାଳେ ପାଟିତୁଣ୍ଡ ହୋଇଥିଲା । ପ୍ରଥମେ ସୁଷମା ନିଆଳି ଥାନାରେ ଏତଲା ଦେଇଥିଲେ ।‌

ସୁଷମା କହିବା ଅନୁସାରେ, ଘରର ବିଦ୍ୟୁତ୍‌ ତାର ଜୀବନ ଚୋରି କରିଥିବାକୁ ନେଇ ଦିନବେଳା ଗଣ୍ତଗୋଳ ହୋଇଥିଲା । ଜୀବନ ମାରଣାସ୍ତ୍ର ଧରି ଆକ୍ରମଣ କରିବା ପାଇଁ ଆମ ଘରେ ପଶିଥିଲା । ଗଣ୍ଡଗୋଳ ହେବାର କିଛି ଘଣ୍ଟା ପରେ ରାତିରେ ତାମ୍ପଦା ରାସ୍ତା କଡରେ ଗୋଟିଏ ଛୋଟିଆ ଗଛରେ ଜୀବନଙ୍କ ମୃତ୍ୟଦେହ ଗଛରେ ଝୁଲୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ ।‌ ଗଛଡାଳରେ ଏକ କପଡାରେ ଜୀବନ ବେକରେ ଲାଗି ଓହଳି ଥିବା ବେଳେ ଗୋଡ ପାଦ ମାଟିରେ ଲାଗିଛି କିନ୍ତୁ ଛୋଟିଆ ଗଛର ଡାଳରେ ଜୀବନ କିପରି ଆତ୍ମହତ୍ୟା କଲେ ଓ କାହିଁକି ଆତ୍ମହତ୍ୟା କଲେ କାରଣ ଅସ୍ପଷ୍ଟ ଥିବାବେଳେ ମୃତ୍ୟଦେହ ଦେଖିଲେ ସନ୍ଦେହ ଘନୀଭୂତ ହୋଇଛି ।

ତେବେ ଜୀବନଙ୍କ ବାପା ଓ ଭଉଣୀ ସିଧା ଅଭିଯୋଗ କରିଛନ୍ତି,"ପଡୋଶୀ ଖୁଡିଙ୍କ ସହ ପରକୀୟା ପ୍ରୀତି ଥିଲା ଏବଂ ମୋବାଇଲ ମେସେଜରୁ ସବୁ ସତ ଧରାପଡିବ । ପରକୀୟା ପ୍ରୀତିକୁ ନେଇ ଗଣ୍ଡଗୋଳ ଓ ମାରପିଟ୍ ହୋଇଥିଲା । ସେମାନେ ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିଲେ । ଏନେଇ ଆମେ ପଡୋଶୀ ଖୁଡିଙ୍କ ନାମରେ ନିଆଳି ଥାନାରେ ଏତଲା ଦିଆଯାଇଛି ।" କିନ୍ତୁ ଏହାକୁ ସଫା ସଫା ମନା କରିଛନ୍ତି ସୁଷମାଙ୍କ ପରିବାର ଲୋକେ । ଯୁବକଙ୍କ ମୃତ୍ୟୁ କିଭଳି ହେଲା ସେ ଜାଣିନାହାନ୍ତି ବୋଲି କହିଛନ୍ତି ।

ତେବେ ଜୀବନଙ୍କ ମୋବାଇଲ ପୋଲିସ ଜବତ କରିଛି । ମୋବାଇଲରୁ ହିଁ ସ୍ପଷ୍ଟ ହେବ ଜୀବନର ମୃତ୍ୟୁ କାରଣ ବୋଲି ଚର୍ଚ୍ଚା ହେଉଛି। ତେବେ କେଉଁ କାରଣରୁ ଜୀବନର ମୃତ୍ୟୁ ହୋଇଛି ସେ ସମ୍ପର୍କରେ ସୁଷମା ଓ ତାଙ୍କ ପରିବାର କେହି କିଛି ଜାଣିନଥିବା ସଫେଇ ଦେଇଛନ୍ତି। ସେପଟେ ନିଆଳି ପୋଲିସ ଉଭୟଙ୍କ ଏତଲାକୁ ଭିତ୍ତି କରି ତଦନ୍ତ ଆରମ୍ଭ କରିଛି । ‌

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.