ETV Bharat / state

5th Phase Voting: କଟକ-କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧାରେ ମତଦାନ ଜାରି

author img

By

Published : Feb 24, 2022, 11:17 AM IST

5th Phase Voting:କଟକ,କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧାରେ ଶାନ୍ତିଶୃଙ୍ଖଳାର ସହ ମତଦାନ ଜାରି
5th Phase Voting:କଟକ,କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧାରେ ଶାନ୍ତିଶୃଙ୍ଖଳାର ସହ ମତଦାନ ଜାରି

ପଞ୍ଚାୟତ ନିର୍ବାଚନର ଶେଷ ପର୍ଯ୍ୟାୟରେ କଟକ,କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧାରେ ଶାନ୍ତିଶୃଙ୍ଖଳାର ସହ ମତଦାନ ଜାରି । ଅଧିକ ପଢନ୍ତୁ

କଟକ/କେନ୍ଦ୍ରାପଡ଼ା/ ଖୋର୍ଦ୍ଧା: ଆଜି(ଗୁରବାର) ତ୍ରିସ୍ତରୀୟ ପଞ୍ଚାୟତର ଶେଷ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଛି । ନିଜର ମତସାବ୍ୟସ୍ତ କରିବା ପାଇଁ ସକାଳ ୭ଟାରୁ ବୁଥ ଗୁଡିକରେ ମତଦାଚତା ଲାଇନରେ ଛିଡା ହୋଇ ମତସାବ୍ୟସ୍ତ କରୁଛନ୍ତି । କଟକ ଜିଲ୍ଲାର ଦୁଇଟି ବ୍ଲକ ବାଙ୍କି ଓ ନିଆଳିରେ ଚାଲିଛି ମତଦାନ ପ୍ରକ୍ରିୟା । ଉଭୟ ବ୍ଲକର ୭ ଟି ଜିଲ୍ଲା ପରିଷଦ ଆସନରେ ୨୬ ଜଣ ଜିଲ୍ଲା ପରିଷଦ ପାର୍ଥୀ,୪୩ ଟି ପଞ୍ଚାୟତ ରେ ୧୫୬ ଜଣ ସରପଞ୍ଚ ପାର୍ଥୀ ,ସମିତିସଭ୍ୟ ଆସନରେ ୧୪୦ ଜଣ ପାର୍ଥୀଙ୍କ ମଧ୍ୟରେ ନିର୍ବାଚନ ହେଉଛି । ଦୁଇଟି ବ୍ଲକରେ ୧୭୦୭ ଜଣ ପ୍ରାର୍ଥୀ ରହିଛନ୍ତି । ପଞ୍ଚମ ପର୍ଯ୍ୟାୟରେ ଶାନ୍ତି ଶୃଙ୍ଖଳା ସହ ନିରପେକ୍ଷ ନିର୍ବାଚନ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

କଟକରେ ମତଦାନ ଜାରି

ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ବ୍ଲକରେ ସକାଳ 7ଟାରୁ ମଦାନ କରୁଛନ୍ତି ଭୋଟର । ମହାକାଳପଡ଼ା ବ୍ଲକରେ ୩୧ଟି ପଞ୍ଚାୟତ ରହିଥିବା ବେଳେ ୫ଟି ଜୋନ ରହିଛି । ବ୍ଲକର ୪୭୪ଟି କେନ୍ଦ୍ରରେ ଭୋଟ ଗ୍ରହଣ ଜାରି ରହିଛି । ଏମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ୧,୬୬,୨୭୦ ଜଣ ଭୋଟର । ନିର୍ବାଚନ ପରିଚାଳନା ନିମନ୍ତେ ୧୪୨୨ଜଣ ପୋଲିଂ କର୍ମଚାରୀ ନିଯୁକ୍ତ ହୋଇଥିବା ବେଳେ ୪୭୪ଟି ବୁଥରୁ ୨୫୮ଟି ସମ୍ବେଦନଶୀଳ ବୁଥ ଚିହ୍ନଟ କରାଯାଇଛି ।

5th Phase Voting:କେନ୍ଦ୍ରାପଡ଼ାରେ ମତଦାନ

ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକରେ ମଧ୍ୟ ଶାନ୍ତି ଶୃଙ୍ଖଳାର ସହ ଚାଲିଛି ମତଦାନ ପ୍ରକ୍ରିୟା । ନିଜର ମତସାବ୍ୟସ୍ତ କରିବା ପାଇଁ ସକାଳ ୭ଟାରୁ ଟି 210ବୁଥରେ ମତଦାନା ମାନେ ଲାଇନରେ ଛିଡା ହୋଇ ମତସାବ୍ୟସ୍ତ କରୁଛନ୍ତି । ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକର 2ଟି ଜିଲ୍ଲା ପରିଷଦ ଆସନ ପାଇଁ 8 ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ, 15ଟି ପଂଚାୟତ ଆସନ ପାଇଁ 76 ସରପଞ୍ଚ ଓ 59 ସମିତିସଭ୍ୟ ପାର୍ଥୀ ଏବଂ 210 ୱାର୍ଡ ସଭ୍ୟ ପଦବୀ ପାଇଁ 329 ୱାର୍ଡ ସଭ୍ୟ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଛନ୍ତି । ଏମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି 83 ହଜାର 317ଜଣ ଭୋଟର । ସେହିପରି ଜଟଣୀ ବ୍ଲକରେ 42ଟି ଅତି ସମ୍ବେଦନଶୀଳ ବୁଥ ଚିହ୍ନଟ କରାଯାଇ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

5th Phase Voting: ଖୋର୍ଦ୍ଧାରେ ମତଦାନ

କଟକରୁ ନାରାୟଣ ସାହୁ, କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି ଓ ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.