ETV Bharat / state

ଓଲଟପୁର ପୁର୍ନବାସ ସଂସ୍ଥାନ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ Bisheshwar Tudu

author img

By

Published : Nov 22, 2021, 5:21 PM IST

Union Minister Bisheshwar Tudu visit Olatpur Rehabilitation center
ଓଲଟପୁର ପୁର୍ନବାସ ସଂସ୍ଥାନ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ

ଓଲଟପୁର ସ୍ବାମୀ ବିବେକାନନ୍ଦ ପୁର୍ନବାସ ପ୍ରଶିକ୍ଷଣ ଓ ଅନୁସନ୍ଧାନ ସଂସ୍ଥାନ ପରିଦର୍ଶନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ (Union Minister Bisheshwar Tudu ) । ଅଧିକ ପଢ଼ନ୍ତୁ

ନିଆଳି: କଟକ କଣ୍ଟାପଡ଼ା ବ୍ଲକ ଅନ୍ତର୍ଗତ ଓଲଟପୁର ସ୍ଥିତ ସ୍ବାମୀ ବିବେକାନନ୍ଦ ଜାତୀୟ ପୁର୍ନବାସ ପ୍ରଶିକ୍ଷଣ ଓ ଅନୁସନ୍ଧାନ ସଂସ୍ଥାନକୁ କେନ୍ଦ୍ର ଜଳଶକ୍ତି ଓ ଜନଜାତି ବ୍ଯାପାର ମନ୍ତ୍ରୀ ବିଶେଶ୍ବର ଟୁଡୁ (Union Minister Bisheshwar Tudu) ପରିଦର୍ଶନ କରିଛନ୍ତି । ଏହି ଅବସରରେ ସେ ସଂସ୍ଥାର ବିଭିନ୍ନ ବିଭାଗର ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ । ପରେ ବିଭିନ୍ନ ୱାର୍ଡ ବୁଲି ରୋଗୀଙ୍କ ଅବସ୍ଥା ପଚାରି ବୁଝିବା ସହ ଫଳ ବଣ୍ଟନ କରିଥିଲେ । ସେମାନଙ୍କ ଆଶୁଆରୋଗ୍ୟ କାମନା କରିଥିଲେ ।

ଓଲଟପୁର ପୁର୍ନବାସ ସଂସ୍ଥାନ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ

ଏହାପରେ କେନ୍ଦ୍ରମନ୍ତ୍ରୀ କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ନିର୍ମାଣ ବିଭାଗ ବୁଲି ଦେଖିଥିଲେ । ଶେଷରେ ସଭା ଗୃହରେ ଯୋଗଦେଇ ଉଦବୋଧନ ଦେବା ସହ ଦିବ୍ଯାଙ୍ଗ ଭାଇ, ଭଉଣୀମାନଙ୍କୁ ବିଭିନ୍ନ ଉପକରଣ ପ୍ରଦାନ କରିଥିଲେ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀଙ୍କୁ ମଧ୍ୟ ବିବେକାନନ୍ଦ ଜାତୀୟ ପୁର୍ନବାସ ପ୍ରଶିକ୍ଷଣ ଓ ଅନୁସନ୍ଧାନ ସଂସ୍ଥାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।



ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.