ETV Bharat / state

ଉଦୟନାଥ ସ୍ଵୟଂଶାସିତ ମହାବିଦ୍ୟାଳୟର ୨୭ ବିଦ୍ୟାର୍ଥୀଙ୍କୁ କୋରୋନା

author img

By

Published : Jul 7, 2022, 10:50 PM IST

ପୁଣି କାୟା ବିସ୍ତାର କରିଲାଣି କୋରୋନା । ଏହି ମହାମାରୀ ସଂକ୍ରମଣ ଏବେ ୨୭ଜଣ ବିଦ୍ୟାର୍ଥୀଙ୍କୁ କାବୁ କରିଛି । ଫଳରେ ହଷ୍ଟେଲ ଗୁଡ଼ିକ ଖାଲି ହେବା ସହ ପାଠପଢ଼ା ମଧ୍ୟ ବନ୍ଦ ହୋଇଛି । କଟକ ସହରର ନିଆଳି ଅଞ୍ଚଳର ଉଦୟ ନାଥ ସ୍ଵୟଂଶାସିତ ମହାବିଦ୍ୟାଳୟକୁ ପଶିଛି କୋରୋନା ମହାମାରୀ । ଅଧିକ ପଢ଼ନ୍ତୁ

ଉଦୟନାଥ ସ୍ଵୟଂଶାସିତ ମହାବିଦ୍ୟାଳୟର ୨୭ ବିଦ୍ୟାର୍ଥୀଙ୍କୁ କରୋନା
ଉଦୟନାଥ ସ୍ଵୟଂଶାସିତ ମହାବିଦ୍ୟାଳୟର ୨୭ ବିଦ୍ୟାର୍ଥୀଙ୍କୁ କରୋନା

ନିଆଳି : ରାଜ୍ୟର ବିଭିନ୍ନ ସ୍ଥାନରେ କୋରୋନାର ୪ର୍ଥ ପର୍ଯ୍ୟାୟ କାୟା ମେଲାଇ ସାରିଲେଣି । ଏଥିରୁ ବାଦ୍ ପଡ଼ିନାହିଁ ଶିକ୍ଷାନୁଷ୍ଠାନ । କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ଅଡଶପୁରସ୍ଥିତ ଉଦୟନାଥ ସ୍ଵୟଂଶାସିତ ମହାବିଦ୍ୟାଳୟରେ ୨୭ ଜଣ ଛାତ୍ରଛାତ୍ରୀ କୋରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ହଷ୍ଟେଲ ଖାଲି କରିବାସହ ୨୭ ଜଣ କୋରୋନା ପଜେଟିଭ ମଧ୍ୟରୁ ୨୦ଜଣ ଛାତ୍ରଛାତ୍ରୀଙ୍କୁ ନିଜ ନିଜ ଘରକୁ ପଠାଇ ଦେଇଛନ୍ତି ।

ଅନ୍ୟ ସାତ ଜଣଙ୍କୁ ମହାବିଦ୍ୟାଳୟ ପରିସରରେ ଆଇସ୍ଯୁଲେସନରେ ରଖିଛନ୍ତି । କୋରୋନା ପଜେଟିଭ ଚିହ୍ନଟ ପରେ ମହାବିଦ୍ୟାଳୟର କର୍ତ୍ତୃପକ୍ଷ ସାତ ଦିନ ପାଇଁ ପାଠପଢ଼ା ବନ୍ଦ କରିଛନ୍ତି । ଯୁକ୍ତ ତିନି ଶେଷ ବର୍ଷ ପରୀକ୍ଷା ସର୍ତକତା ସହ ଚାଲିବ ବୋଲି ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଠାରୁ ସୂଚନା ମିଳିଛି ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.