ETV Bharat / state

ମଦ ନିଶାରେ ହାତାହାତି, ଚାଲିଗଲା ଅଟୋ ଚାଳକଙ୍କ ଜୀବନ

author img

By ETV Bharat Odisha Team

Published : Nov 2, 2023, 10:37 PM IST

ମଦ୍ୟପ ଅଟୋ ଚାଳକଙ୍କ ଉନ୍ମତ କାଣ୍ଡ ,ଜଣେ ନେଲା ଆନ୍ୟଜଣଙ୍କ ଜୀବନ
ମଦ୍ୟପ ଅଟୋ ଚାଳକଙ୍କ ଉନ୍ମତ କାଣ୍ଡ ,ଜଣେ ନେଲା ଆନ୍ୟଜଣଙ୍କ ଜୀବନ

ନିଶା ହେଲା କାଳ । ନିଶାସକ୍ତ ଅବସ୍ଥାରେ ଦୁଇ ଅଟୋ ଚାଳକଙ୍କ ମଧ୍ୟରେ ହାତାହାତି । ଜଣେ ଅଟୋ ଚାଳକଙ୍କ ଜୀବନ ଗଲା । ଅଧିକ ପଢନ୍ତୁ

ମଦ୍ୟପ ଅଟୋ ଚାଳକଙ୍କ ଉନ୍ମତ କାଣ୍ଡ ,ଜଣେ ନେଲା ଆନ୍ୟଜଣଙ୍କ ଜୀବନ

କଟକ: ନିଶା ଖାଇ ବଚସା କରିବା ହେଲା କାଳ । ନିଶାସକ୍ତ ଅବସ୍ଥାରେ ଦୁଇ ଅଟୋ ଚାଳକଙ୍କ ମଧ୍ୟରେ ହାତାହାତି ହେବାରୁ, ଜଣେ ଚାଳକଙ୍କ ମୃତ ଘଟିଛି । ଏଭଳି ଏକ ଅଘଟଣ ଘଟିଛି କଟକ ଚଣ୍ଡୀ ଛକରେ । ମୃତକ ଜଣକ ହେଉଛନ୍ତି କଟକ ସତୀଚୌରା ଇଦଘା କଲୋନୀର ବାସିନ୍ଦା ମହମ୍ମଦ ରୋସନ । ଆଜି ଅପରାହ୍ନ ପ୍ରାୟ ୩ ଟା ରୁ ୩.୩୦ ମଧ୍ୟରେ ଏହି ଅଘଟଣ ଘଟିଛି । ପୋଲିସ ଜଣେ ଅଟୋ ଚାଳକକୁ ଅଟକ ରଖିଥିବା ସୂଚନା ।


ମିଳିଥିବା ସୂଚନା ମୁତାବକ ଦୁଇ ଅଟୋଚାଳକ ନିଶା ସେବନ କରିଥିଲେ । କଟକ ଚଣ୍ଡୀଛକ ନିକଟରେ କୌଣସି ଏକ କାରଣରୁ ବଚସା ହୋଇଥିଲା । ଏହି ବଚସା କିଛି ସମୟ ପର୍ଯ୍ୟନ୍ତ ଚାଲିଥିଲା । ଉଭୟ ଉଭୟଙ୍କୁ ଠେଲାପେଲା ବି କରିଥିଲେ । ଏପରିକି ହାତାହାତି ହୋଇଥିଲେ ଉଭୟ । ମାତ୍ର କିଛି ସମୟ ଏପରି ଉଭୟଙ୍କ ମଧ୍ୟରେ ଚାଲିବା ପରେ ଜଣେ ଚାଳକ ଅନ୍ୟ ଜଣେ ଚାଳକଙ୍କୁ(ରୋସନ) ଠେଲି ଦେଇଥିଲା । ଭାରସାମ୍ୟ ହରାଇ ରୋସନ ତଳେ ପଡି ଯାଇଥିଲା । ତେବେ ପାଖରେ ଥିବା ଏକ ଲୁହା ବାରିକେଡରେ ମୁଣ୍ଡ ବାଜିବାରୁ ସେ ତଳେ ପଡ଼ିଯାଇଥିଲା । ହଠାତ୍‌ ବେହୋସ ହୋଇପଡିଥିଲା । ସ୍ଥାନୀୟ ଲୋକ ଆମ୍ବୁଲାନ୍ସ ସହାୟତାରେ ଚିକିତ୍ସା ପାଇଁ ରୋସନକୁ କଟକ ବଡ଼ ମେଡିକାଲ ନେଇଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି । ଅନ୍ୟ ଜଣେ ଚାଳକଙ୍କୁ ଥାନାକୁ ନେଇ ଅଟକ ରଖିବା ସହ ପଚରାଉଚରା ମଧ୍ୟ ଚଳାଇଛି ପୋଲିସ ।

ଏହା ମଧ୍ୟ ପଢନ୍ତୁ...Khordha Student Murder Case: ଟ୍ୟୁସନ ଫି ଆଦାୟ ନେଇ ହତ୍ୟା ! ସିବିଆଇ ତଦନ୍ତ ଦାବି କଲେ ମୃତକଙ୍କ ବାପା

ଏହା ପୂର୍ବରୁ ଅକ୍ଟୋବର 31 ତାରିଖରେ ଆଠଗଡ଼ ଅଞ୍ଚଳର ଅଶୋକ ନଗର ଅଞ୍ଚଳରେ ଦୁଇ ଭାଇ ଭୋଉଣୀ ବିସ୍କୁଟ୍‌ ଖାଇ ଦେବାରୁ ସାବତ ମାଆ ଓ ବାପା ତାଙ୍କୁ ମାଡ଼ ମାରିବା ସହ ନିର୍ଯାତନା ଦେଉଥିବା ଘଟଣା ସାମ୍ନାକୁ ଆସିଥିଲା । ଏହି ଘଟଣାରେ ସାବତ ମାଆ ଓ ବାପାକୁ ଗିରଫ କରିଥିଲା ପୋଲିସ । ଦୁଇ ଅଭିଯୁକ୍ତ ହେଉଛନ୍ତି ସୁନିଲ କୁମାର ନନ୍ଦ ଓ ତାଙ୍କ ଦ୍ୱିତୀୟ ସ୍ତ୍ରୀ ପୁଷ୍ପଲତା । ଉଭୟଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ଆଠଗଡ଼ ଥାନା ଅଧିକାରୀ ।

ଇଟିଭି ଭାରତ,କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.