ETV Bharat / state

'ପରୀ' ହତ୍ୟାକାଣ୍ଡ ମାମଲା, ଅଭିଯୁକ୍ତ ନାବାଳକ ହାଇକୋର୍ଟଙ୍କ ଦ୍ବାରସ୍ଥ

author img

By

Published : Mar 3, 2021, 10:52 PM IST

ଅଭିଯୁକ୍ତ ନାବାଳକ ହାଇକୋର୍ଟଙ୍କ ଦ୍ବାରସ୍ଥ
ଅଭିଯୁକ୍ତ ନାବାଳକ ହାଇକୋର୍ଟଙ୍କ ଦ୍ବାରସ୍ଥ

ନିମ୍ନ ଅଦାଲତରେ ବିଚାରାଧୀନ ମାମଲା ରଦ୍ଦ ପାଇଁ ଏହି ଆବେଦନ ଦାୟର ହୋଇଛି। ଏସଆଇଟି ଦାଖଲ କରିଥିବା ଚାର୍ଜସିଟ ଓ ଏହାପରେ ଅଦାଲତ ଅଭିଯୁକ୍ତ ବିରୋଧରେ ଗ୍ରହଣ କରିଥିବା କଗନିଜାନସକୁ ଏହି ଆବେଦନରେ ଚାଲେଞ୍ଜ କରାଯାଇଛି।

କଟକ: ନୟାଗଡ଼ ନାବାଳିକା ‘ପରୀ’ ହତ୍ୟା ମାମଲା। ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ଅଭିଯୁକ୍ତ ସରୋଜ ସେଠୀ। ନିମ୍ନ ଅଦାଲତରେ ବିଚାରାଧୀନ ମାମଲା ରଦ୍ଦ ପାଇଁ ଏହି ଆବେଦନ ଦାୟର ହୋଇଛି। ଏସଆଇଟି ଦାଖଲ କରିଥିବା ଚାର୍ଜସିଟ ଓ ଏହାପରେ ଅଦାଲତ ଅଭିଯୁକ୍ତ ବିରୋଧରେ ଗ୍ରହଣ କରିଥିବା କଗନିଜାନସକୁ ଏହି ଆବେଦନରେ ଚାଲେଞ୍ଜ କରାଯାଇଛି।

ଅଭିଯୁକ୍ତ ନାବାଳକ ହାଇକୋର୍ଟଙ୍କ ଦ୍ବାରସ୍ଥ

ଉପଯୁକ୍ତ ପ୍ରମାଣ ନଥାଇ ଅଭିଯୁକ୍ତ ବିରୋଧରେ ଚାର୍ଜସିଟ ଦାଖଲ କରାଯାଇଛି। ପରୀର ପରିବାର ଲୋକ ଯେଉଁ ବ୍ୟକ୍ତିଙ୍କ ବିରୋଧରେ ଅଭିଯୋଗ କରିଥିଲେ, ତାହାକୁ ତଦନ୍ତକାରୀ ସଂସ୍ଥା ବିଚାରକୁ ନେଇନାହିଁ। ଉଦ୍ଦେଶ୍ୟମୂଳକ ଭାବେ ଆବେଦନକାରୀଙ୍କୁ ଏହି ମାମଲାରେ ଅଭିଯୁକ୍ତ ଦର୍ଶାଯାଇଛି ବୋଲି ଆବେଦନରେ ଦର୍ଶାଯାଇଛି।

ମାମଲାରେ ରାଜ୍ୟ ସରକର ଓ ପରୀର ବାପା ଅଶୋକ ସାହୁଙ୍କୁ ପକ୍ଷଭୁକ୍ତ କରାଯାଇଛି। ଏ ନେଇ ଆବେଦନକାରୀଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ମାନସ ଚାନ୍ଦ ସୂଚନା ଦେଇଛନ୍ତି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଗତ ମାସ ୧୫ ତାରିଖରେ ନୟାଗଡ଼ ଚିଲଡ୍ରେନ୍ସ କୋର୍ଟରେ ପରୀ ହତ୍ୟା ପାଇଁ ଗଠନ କରାଯାଇଥିବା ଏସଆଇଟି ନାବାଳକ ଅଭିଯୁକ୍ତ ବିରୋଧରେ ଚାର୍ଜସିଟ ଦାଖଲ କରିଥିଲା।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.