ETV Bharat / state

କୋଟିପତି SI ଅଭିମନ୍ୟୁ ଚୌଧୁରୀଙ୍କୁ ବାନ୍ଧିଲା ଭିଜିଲାନ୍ସ , ଆୟ ଠାରୁ ୧୧୩ ପ୍ରତିଶତ ଅଧିକ ସମ୍ପତ୍ତି

author img

By

Published : Dec 17, 2022, 7:46 AM IST

SI Abhimanyu Choudhury
SI Abhimanyu Choudhury

ଗିରଫ ହେଲେ ତମାଣ୍ଡୋ ଥାନାର ଏସଆଇ ଅଭିମନ୍ୟୁ ଚୌଧୁରୀ(Tomando police station SI Abhimanyu Chaudhury) । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଡିସେମ୍ବର ୧୫ ତାରିଖରେ ଅଭିମନ୍ୟୁ ଚୌଧୁରୀଙ୍କ ବାସଭବନ ସମେତ ୩ଟି ସ୍ଥାନରେ ଚଢାଉ କରିଥିଲା ଭିଜିଲାନ୍ସ ବିଭାଗ । ଅଧିକ ପଢନ୍ତୁ

କଟକ: ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ତମାଣ୍ଡୋ ଥାନାର ଏସଆଇ ଅଭିମନ୍ୟୁ ଚୌଧୁରୀ(Tomando police station SI Abhimanyu Chaudhury) । ଗତକାଲି(ଶୁକ୍ରବାର) ଅଭିମନ୍ୟୁଙ୍କୁ ଗିରଫ କରିଛି ଭିଜିଲାନ୍ସ । ଅଭିମନ୍ୟୁ ତାଙ୍କ ଆୟ ଠାରୁ ୧୧୩% ଅଧିକା ସମ୍ପତ୍ତି ଠୁଳ କରିଥିବା କହିଛି ଭିଜିଲାନ୍ସ ।

ସୂଚନାଅନୁସାରେ, ଡିସେମ୍ବର ୧୫ ତାରିଖରେ ଅଭିମନ୍ୟୁ ଚୌଧୁରୀଙ୍କ ବାସଭବନ ସମେତ ୩ଟି ସ୍ଥାନରେ ଚଢାଉ କରିଥିଲା ଭିଜିଲାନ୍ସ ବିଭାଗ । ଭୁବନେଶ୍ବର ସ୍ଥିତ ପାଇକ ନଗରରେ ଥିବା ଘର ସମେତ ନୟାଗଡ଼ ନଛିପୁର ଗାଁ ସ୍ଥିତ ପୈତୃକ ଘର ଓ ତମାଣ୍ଡୋ ଥାନାରେ ରେଡ କରିଥିଲେ ଭିଜିଲାନ୍ସ ଅଧିକାରୀ । ରେଡ ସମୟରେ କୋଠା, କାଗଜପତ୍ର ସହ ଗହଣା ଓ ନଗଦ ଟଙ୍କା ଜବତ କରାଯାଇଥିଲା । ତେବେ ଗତକାଲି କୋଟିପତି ଏସଆଇକୁ ଗିରଫ କରି କୋର୍ଟ ଚାଲାଣ କରିଛି ଭିଜିଲାନ୍ସ ବିଭାଗ ।

ଏହା ମଧ୍ୟ ପଢନ୍ତୁ: Vigilance Raid: ଲାଞ୍ଚୁଆ SI ଅଭିମନ୍ୟୁ ଚୋୖଧୁରୀ ଘରେ ଭିଜିଲାନ୍ସ ରେଡ୍

ଆସନ୍ତା ୨୭ ତାରିଖ ଯାଏଁ ଅଭିମନ୍ୟୁ ବିଚାର ବିଭାଗୀୟ ହାଜତରେ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଏସଆଇ ଅଭିମନ୍ୟୁଙ୍କୁ ନିଲମ୍ବିତ କରାଯାଇଛି । ପୋଲିସ ବାବୁ ଗିରଫ ହେବାପରେ ତାଙ୍କ ନାମରେ ଅଭିଯୋଗର ତାଲିକା ବଢିବାରେ ଲାଗିଛି । ଅଭିମନ୍ୟୁଙ୍କୁ କଳାଧନ ଅର୍ଜନ କରିବାରେ ତାଙ୍କ ପତ୍ନୀ ସହଯୋଗ କରିଥିବାରୁ ତାଙ୍କ ନାମରେ ମଧ୍ୟ ମାମଲା ରୁଜୁ କରାଯାଇଥିବା ସୂଚନା ରହିଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.