ETV Bharat / state

ସିଲ୍‌ଭର ସିଟିରେ ବଢ଼ୁଛି ମଶାଙ୍କ ପ୍ରାଦୁର୍ଭାବ, ସିଏମସି ଆଗରେ ଗର୍ଜିଲା SUCI

author img

By

Published : Dec 8, 2022, 10:11 PM IST

କଟକରେ ଦେଖାଦେଇଛି ମଶା ଟେନସନ । ଏନେଇ ସିଏମସି କୌଣସି ପ୍ରକାର ପଦକ୍ଷେପ ନେଉ ନ ଥିବା ଅଭିଯୋଗ କରି ଆନ୍ଦୋଳନକୁ ଓହ୍ଲାଇଛି SUCI(Socialist Unity Centre of India) । ଅଧିକ ପଢନ୍ତୁ

ମଶା ଟେନ୍‌ସନ୍‌ ନେଇ ସିଏମସି ଆଗରେ ଗର୍ଜିଲା SUCI
ମଶା ଟେନ୍‌ସନ୍‌ ନେଇ ସିଏମସି ଆଗରେ ଗର୍ଜିଲା SUCI

କଟକ : କଟକରେ ଦେଖାଦେଇଛି ମଶାଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି । ଯାହାକୁ ନେଇ ଅତିଷ୍ଠ ହେଲେଣି କଟକବାସୀ । ଏନେଇ ସିଏମସି କୌଣସି ପ୍ରକାର ପଦକ୍ଷେପ ନେଉ ନଥିବା ଅଭିଯୋଗ କରି ଆନ୍ଦୋଳନକୁ ଓହ୍ଲାଇଛି SUCI(Socialist Unity Centre of India) । ସିଲଭର ସିଟିରେ ଦିନ ରାତି ଲୋକଙ୍କ ନିଦ ହଜାଇ ଦେଲେଣି ମଶାଙ୍କ ବଂଶବୃଦ୍ଧି । ବଡ଼ ନାଳ ଓ ଶାଖା ନାଳ ଚାରି ଆଡ଼େ ବଢୁଛି ମଶାଙ୍କ ବଂଶ । ଆଉ ପ୍ରଭାବିତ ହେଉଛନ୍ତି ସାଧାରଣ ଜନତା । ସ୍ଥିତି ଏଭଳି ହେଲାଣି ଯେ ଦିନ ବେଳା ଖୋଲା ଦେହରେ ବସିବା ସମ୍ଭବପର ହେଉନି, ଆଉ ସନ୍ଧ୍ୟା ସମୟ କଥା ନକହିବା ଭଲ । ଯେଉଁଠି ବସିଲେ ବି ପିଛା ଛାଡୁ ନାହିଁ ମଶା । ନିୟନ୍ତ୍ରଣ ପାଇଁ ସିଏମସି କୌଣସି ପ୍ରକାର ପଦକ୍ଷେପ ନେଉ ନ ଥିବା ଅଭିଯୋଗ କରିଛି SUCI(Socialist Unity Centre of India) ।

ମଶା ଟେନ୍‌ସନ୍‌ ନେଇ ସିଏମସି ଆଗରେ ଗର୍ଜିଲା SUCI

ଗୋଟିଏ ପଟେ ମଶା ବଂଶ ବୃଦ୍ଧି ଯୋଗୁ ଡେଙ୍ଗୁ, ମ୍ୟାଲେରିଆ ଭଳି ରୋଗରେ ପଡ଼ୁଛନ୍ତି ଲୋକେ, ଅନ୍ୟପଟେ ଏହାର ନିୟନ୍ତ୍ରଣ କରିବାରେ ବିଫଳ ହୋଇଛି ସିଏମସି । ମଶା ବଂଶବୃଦ୍ଧିକୁ ନେଇ ଆଜି ସିଏମ୍‌ସି କାର୍ଯ୍ୟଳୟ ଘେରିଛି SUCI । ମଶା ମୁକ୍ତ ସହର କରିବା ପାଇଁ ମହାନଗର ନିଗମ ନିର୍ବାଚନ ସମୟରେ ମେୟର ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ପୂରଣ କରୁନଥିବା ଅଭିଯୋଗ କରିଛି SUCI ସଦସ୍ୟ । ସହରରେ ମଶା ବଂଶ ବୃଦ୍ଧି ପାଇଛି । ଠିକ୍‌ ସମୟରେ ମଶା ତେଲ, ମଶା ଧୂଆଁ ଦିଆ ଯାଉନଥିବା ଅଭିଯୋଗ ହୋଇଛି । ଯଦି ଏହାର ତୁରନ୍ତ ପଦକ୍ଷେପ ଗ୍ରହଣ ନକରନ୍ତି ତେବେ ଆଗାମୀ ଦିନରେ ଚରମ ନିଷ୍ପତ୍ତି ନେଇ CMCକୁ ଅଚଳ କରାଯିବ ବୋଲି ଚେତାବନୀ ଦେଇଛି SUCI ।

ଏନେଇ SUCIର କର୍ମୀ ବବି ବଳନ୍ତ ରାୟ କହିଛନ୍ତି, "ଆମେ କଟକ ସହରର ବିଭିନ୍ନ ଅଞ୍ଚଳରୁ ସିଏମସି କର୍ତ୍ତୃପକ୍ଷକୁ ଚେତାବନୀ ଦେବାକୁ ଆସିଛୁ । ବିଭିନ୍ନ ୱାର୍ଡରୁ ଏକାଠି ହୋଇ ଏହି ବିକ୍ଷୋଭ କରାଯାଇଛି । କଟକ ସହରରେ ଦିନକୁ ଦିନକୁ ମଶାର ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି । ଡେଙ୍ଗୁ, ମ୍ୟାଲେରିଆ ଆଦି ଜ୍ୱରରେ ପ଼ଡ଼ୁଛନ୍ତି ଲୋକେ। ତଥାପି ସିଏମସି ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ । ସହରରେ ମଶାର ପ୍ରାଦୁର୍ଭାବ ବୃଦ୍ଧି ପାଇବା ସତ୍ତ୍ବେ ମଶାର ଧୂଆଁ ଦିଆଯାଉନାହିଁ କି ମଶା ତେଲ ମଧ୍ୟ ଦିଆଯାଉନାହିଁ । ତେଣୁ ଆମେ ସିଏମସି କର୍ତ୍ତୃପକ୍ଷଙ୍କୁ ଚେତାବନୀ ଦେଉଛୁ ଯଦି ମଶାର ଉପଦ୍ରବକୁ କମ୍ କରିବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାନଯାଏ ତାହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ । କଟକ ସହରର ୫୯ ୱାର୍ଡର ଲୋକମାନେ ଏହି ଆନ୍ଦୋଳନ କରିବେ । ଏହା ସହିତ ଆଗାମୀ ଦିନରେ ସିଏମସି ଅଫିସରେ ଆମେ ତାଲା ପକାଇବୁ ।"

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.