ETV Bharat / state

ଡେଙ୍ଗୁ ହଟସ୍ପଟ ମୁହାଁ କଟକ ? ଏଥିପାଇଁ ଦାୟୀ ସିଏମସି !

author img

By ETV Bharat Odisha Team

Published : Aug 23, 2023, 10:31 PM IST

ଡେଙ୍ଗୁ ବଢ଼ାଉଛି ସିଏମସି: SUCI
ଡେଙ୍ଗୁ ବଢ଼ାଉଛି ସିଏମସି: SUCI

କଟକରେ ଡେଙ୍ଗୁ ଆତଙ୍କ । ବଢୁଛନ୍ତି ରୋଗୀ ସଂଖ୍ୟା । ସହରରେ ଡେଙ୍ଗୁ ଆକ୍ରାନ୍ତ ସଂଖ୍ୟା ବୃଦ୍ଧିକୁ ନେଇ CMCକୁ ଦାୟୀ କଲା SUCI । ଅଧିକ ପଢ଼ନ୍ତୁ

ଡେଙ୍ଗୁ ବଢ଼ାଉଛି ସିଏମସି: SUCI

କଟକ: କଟକରେ ଡେଙ୍ଗୁ ଆତଙ୍କ । ସହରରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ମହାନଗର ନିଗମକୁ ଦାୟୀ କରି ସୋସାଲିଷ୍ଟ ୟୁନିଟି ସେଣ୍ଟର ଅଫ୍ ଇଣ୍ଡିଆ । ଏନେଇ ଆଜି SUCI ପକ୍ଷରୁ ମହାନଗର ନିଗମ କାର୍ଯ୍ୟାଳୟ ସମୁଖରେ ପ୍ରତିବାଦ କରାଯାଇଛି । କଟକ ମହାନଗର ନିଗମର ଅପାରଗତା ପାଇଁ କଟକ ସହରରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଥିବା SUCI ଅଭିଯୋଗ କରିଛି । ସହରରେ ଥିବା ସିଡିଏ 10 ନମ୍ବର 11 ନମ୍ବର ଓ 3ନମ୍ବର ୱାର୍ଡ ଏବେ ଡେଙ୍ଗୁର ହଟ ସ୍ପଷ୍ଟ ପାଲଟିଛି । ତେଣୁ କଟକ ସହରରେ ଥିବା ସମସ୍ତ ୱାର୍ଡରେ ପରିମଳ ସଫେଇ ସହ ମଶା ଧୂଆଁ ଓ ମଶା ତେଲକୁ ଜୋରଦାର କରିବା ପାଇଁ SUCI ଦାବି କରିଛି । ଏହାକୁ ନେଇ CMC କମିଶନରଙ୍କୁ ଦାବିପତ୍ର ପ୍ରଦାନ କରିଛି SUCI ।

SUCI ସଦସ୍ୟ ଖଗେଶ୍ବର ସେଠି କହିଛନ୍ତି, "ଡେଙ୍ଗୁ ହଟ୍‌ସ୍ପଟ୍‌ ମୁହାଁ କଟକ। ସିଏମସି ର ଅପାରଗତା ପାଇଁ ଏଭଳି ସ୍ଥିତି ଉପୁଜିଛି । ଡେଙ୍ଗୁ ନିରାକରଣ ପାଇଁ ସବୁ ପ୍ରକାର ବନ୍ଦୋବସ୍ତ କରାଯାଉଥିବା ସଫେଇ ଦେଇଛି ମହାନଗର ନିଗମ । କିନ୍ତୁ କାର୍ଯ୍ୟ ପୁରା ଓଲଟା । ସଫେଇ ଅଭାବ କାରଣରୁ ସିଡିଏ ସେକ୍ଟର-୧୦ ଓ ୧୧ ନମ୍ବର ଅଞ୍ଚଳ ପାଲଟିଛି ଡେଙ୍ଗୁ ହଟ୍‌ସ୍ପଟ୍‌ । ବର୍ଷା ହେଲେ ଏହି ଅଞ୍ଚଳରେ ରାସ୍ତା ଉପରେ ଦୀର୍ଘ ଦିନ ବର୍ଷା ପାଣି ଧରି ଜମି ରହୁଛି । ଲୋକଙ୍କୁ ସଚେତନ କରିବା ଦୂର କାଥା କାଁ ଭାଁ କିଛି ୱାର୍ଡରେ ମଶା ତେଲ ପକେଇ ଦେଇ ହାତ ଟେକି ଦେଇଛି ସିଏମସି । ବର୍ତ୍ତମାନ 107ରୁ ଉର୍ଦ୍ଧ୍ବ ରୋଗୀ କଟକ ସହରରେ ରହିଛନ୍ତି ।"

ଅଧିକ ପଢନ୍ତୁ: ଡେଙ୍ଗୁ ନିୟନ୍ତ୍ରଣ ପାଇଁ ମାଷ୍ଟର ପ୍ଲାନ୍‌ ନୁହେଁ ବିଏମସିର ମିଷ୍ଟେକ୍‌ ପ୍ଲାନ: ବିଜେପି

ଏହାସହ ସହରର ପରିମଳ ଓ ସଫେଇ କାର୍ଯ୍ୟର ଘରୋଇକରଣ ବନ୍ଦ କରିବା । ବେପରୁଆ ଜାଇକା କାମ ଯୋଗୁଁ ନଷ୍ଟ ହୋଇଯାଇଥିବା ରାସ୍ତାର ନିର୍ମାଣ ଏବଂ ସୃଷ୍ଟି ହୋଇଥିବା ଖାଲଢିପକୁ ତୁରନ୍ତ ମରାମତି କରିବା । ଦିନକୁ ଦୁଇଥର ମଶାତେଲ ଓ ଧୂଆଁ ପ୍ରୟୋଗ କରିବା । ଜଗତପୁର ଶିଳ୍ପାଞ୍ଚଳରେ ଦୂଷିତ ଜଳର ନିଷ୍କାସନ ବ୍ୟବସ୍ଥା କରିବା । ଭୟାନକ ଡେଙ୍ଗୁ ପରିସ୍ଥିତିର ଜରୁରୀକାଳୀନ ମୁକାବିଲା କରିବା ପାଇଁ ଅଧିକ ସଂଖ୍ୟକ ସଫେଇ କର୍ମଚାରୀ ନିଯୁକ୍ତି କରିବା । ଭଙ୍ଗା ଡ୍ରେନ୍‌ ଓ ନାଳ ଗୁଡିକର ତୁରନ୍ତ ମରାମତି କରିବା ଦାବିରେ ଆଜି କଟକ ମହାନଗର ନିଗମ ଅଫସ ସମ୍ମୁଖରେ SUCI କଟକ ଜିଲ୍ଲା କମିଟି ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.