ETV Bharat / state

ପ୍ରେମିକାକୁ ଭିଡିଓ କଲ୍ କରି ଛାତ୍ରଙ୍କ ଚରମ ନିଷ୍ପତ୍ତି ! ଭଡ଼ାଘରୁ ମୃତଦେହ ଉଦ୍ଧାର

author img

By

Published : Jan 17, 2023, 10:19 PM IST

Updated : Jan 18, 2023, 10:30 PM IST

ପ୍ରେମିକାକୁ ଭିଡିଓ କଲ କରି ଛାତ୍ରଙ୍କ ଆତ୍ମହତ୍ୟା
ପ୍ରେମିକାକୁ ଭିଡିଓ କଲ କରି ଛାତ୍ରଙ୍କ ଆତ୍ମହତ୍ୟା

ବାରଙ୍ଗ ବ୍ଲକ ଅନ୍ତର୍ଗତ ଷଣ୍ଢପୁରରେ ଭଡ଼ାଘରୁ ଝୁଲନ୍ତା ଅବସ୍ଥାରେ ଛାତ୍ରଙ୍କ ମୃତଦେହ ଉଦ୍ଧାର । ପ୍ରେମିକାକୁ ଭିଡିଓ କଲ କରି ଆତ୍ମହତ୍ୟା କରିଥିବା ସୂଚନା । ମୃତ ଛାତ୍ର ଜଣଙ୍କ ଯାଜପୁର ଅଞ୍ଚଳର ମନୋଜ ବେହେରା ବୋଲି ଜଣାପଡ଼ିଛି । ଅଧିକ ପଢ଼ନ୍ତୁ

କଟକ: ବାରଙ୍ଗ ବ୍ଲକ ଅନ୍ତର୍ଗତ ଷଣ୍ଢପୁରରେ ଅଘଟଣ । ଭଡ଼ାଘରୁ ଝୁଲନ୍ତା ଅବସ୍ଥାରେ ଛାତ୍ରଙ୍କ ମୃତଦେହ ଉଦ୍ଧାର । ପ୍ରେମିକାକୁ ଭିଡିଓ କଲ କରି ଆତ୍ମହତ୍ୟା କରିଥିବା ସୂଚନା । ସେ ସ୍ଥାନୀୟ ଏକ ବିଶ୍ବବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ । ତେବେ ମୃତ ଛାତ୍ର ଜଣଙ୍କ ଯାଜପୁର ଅଞ୍ଚଳର ମନୋଜ ବେହେରା ବୋଲି ଜଣାପଡ଼ିଛି । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ବାରଙ୍ଗ ପୋଲିସ ।

ମିଳିଥିବା ସୂଚନା ଅନୁସାରେ କଟକ ଜିଲ୍ଲା ବାରଙ୍ଗ ବ୍ଲକ ଅଧିନ ନିର୍ଦ୍ଦିଷ୍ଟ ଏକ ବିଶ୍ଵ ବିଦ୍ୟାଳୟର ଜଣେ ଏମସିଏ ଛାତ୍ର ଷଣ୍ଢପୁରରେ ରହୁଥିବା ଭଡ଼ାଘରୁ ତାଙ୍କର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ସେ ନିଜ ପ୍ରେମିକାକୁ ଲାପଟପରେ ଭିଡିଓ କଲ କରି ଆତ୍ମହତ୍ୟା କରିଛନ୍ତି ବୋଲି ସୂଚନା ମିଳିଛି । ଗାଁ ଲୋକମାନେ ଘରର କବାଟ ବାଡେଇବାରୁ ଭିତରୁ ଖୋଲିନଥିଲେ । ସନ୍ଦେହ କରି କବାଟ ଭାଙ୍ଗିବା ପରେ ତାଙ୍କର ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା । ତେବେ ଗୋଡିସାହି ଫାଣ୍ଡି ପୋଲିସ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଖବର ପାଇ ବାରଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି ।

ତେବେ ପ୍ରେମ ବ୍ୟାପାରରୁ ମନୋଜ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଅଭିଯୋଗ ଅନୁସାରେ ମଙ୍ଗଳବାର ଅପରାହ୍ନରେ ବିଶ୍ବବିଦ୍ୟାଳୟରୁ ମନୋଜ ରୁମକୁ ଫେରିଥିଲେ । ତେବେ ସନ୍ଧ୍ୟା ସମୟରେ ଜଣେ ଯୁବତୀ ମନୋଜଙ୍କ ରୁମ ପାଖକୁ ଆସି କବାଟ ବାଡେଇବାରୁ ସେ କବାଟ ଖୋଲିନଥିଲେ । ଫଳରେ ଘର ମାଲିକଙ୍କ ଉପସ୍ଥିତିରେ ମନୋଜଙ୍କ ସାନଭାଇ କବାଟ ଭଙ୍ଗିବାରୁ ମନୋଜ ପଙ୍ଖାରେ ଝୁଲୁଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକେ ପଙ୍ଖାରୁ ମନୋଜଙ୍କୁ ଉତାରି ଏସସିବିରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଇଟିଭି ଭାରତ, କଟକ

Last Updated :Jan 18, 2023, 10:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.