ETV Bharat / state

ଶବ୍ଦ ପ୍ରଦୂଷଣ ନିୟମାବଳୀକୁ ନେଇ ଚିନ୍ତାରେ ସାଉଣ୍ଡ ବ୍ୟବସାୟୀ

author img

By ETV Bharat Odisha Team

Published : Oct 14, 2023, 11:05 AM IST

Updated : Oct 14, 2023, 12:30 PM IST

ଶବ୍ଦ ପ୍ରଦୂଷଣ ନିୟମାବଳୀ
ଶବ୍ଦ ପ୍ରଦୂଷଣ ନିୟମାବଳୀ

ଶବ୍ଦ ପ୍ରଦୂଷଣ ଓ ପରିବେଶ ସୁରକ୍ଷା ନିୟମାବଳୀକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସାଉଣ୍ଡ ବ୍ୟବସାୟୀ । ଅଧିକ ପଢନ୍ତୁ

ଶବ୍ଦ ପ୍ରଦୂଷଣ ନିୟମାବଳୀ

ନିଆଳି: ପାଖେଇ ଆସୁଛି ଶାରଦୀୟ ଦୁର୍ଗା ପୂଜା । ଏନେଇ ସବୁଠି ଚାଲିଛି ଜୋରସୋର ପ୍ରସ୍ତୁତି । ହେଲେ ଶବ୍ଦ ପ୍ରଦୂଷଣ ଓ ପରିବେଶ ସୁରକ୍ଷା ନିୟମାବଳୀ ଉପରେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶାବଳୀକୁ ଅନୁପାଳନ କରି ସାଉଣ୍ଡ ବ୍ୟବସାୟୀମାନେ ଘୋର ଆର୍ଥିକ ଅନାଟନରେ କାଳାତିପାତ କରୁଥିବା ଅଭିଯୋଗ ହୋଇଛି । ଏନେଇ କଟକ ସଦର ଥାନା ଅନ୍ତର୍ଗତ ତ୍ରିନାଥ ବଜାର ସ୍ଥିତ ବିଦ୍ୟୁଲତା ମଣ୍ଡପରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରି ସାଉଣ୍ଡ ସରଞ୍ଜାମ କିଣି ହତାଶ ହୋଇଛନ୍ତି ବ୍ୟବସାୟୀ । ସେହିପରି ସେଥିରେ ନିଯୁକ୍ତ କର୍ମଚାରୀମାନଙ୍କ ପରିବାର ପ୍ରତିପୋଷଣ କରିବା ବହୁ କଷ୍ଟସାଧ୍ୟ ହୋଇପଡୁଥିବା ନେଇ ଆୟୋଜିତ ବୈଠକରେ ସାଉଣ୍ଡ ବ୍ୟବସାୟୀ ଓ ଆସୋସିଏସନ୍ ପକ୍ଷରୁ ଅଭିଯୋଗ ହୋଇଛି । ଉକ୍ତ ଅଞ୍ଚଳରେ ସରକାରୀ ପଞ୍ଜୀକୃତ ସାଉଣ୍ଡ ବ୍ୟବସାୟୀ ଥିବା ସତ୍ତ୍ବେ ବାହାର ଜିଲ୍ଲାର ସାଉଣ୍ଡ ଓନରମାନେ ଆସି ବିଭିନ୍ନ ଭସାଣି କାର୍ଯ୍ୟକ୍ରମ ଗୁଡିକରେ ଅଂଶଗ୍ରହଣ କରୁଛନ୍ତି । ତେଣୁ ଆଗାମୀ ଦିନରେ ସଂଘ ସେମାନଙ୍କୁ ଘୋର ବିରୋଧ କରିବ ବୋଲି ଆଲୋଚନା ହୋଇଥିଲା । ଏଥି ସହିତ ସରକାରଙ୍କ ନିୟମାବଳୀକୁ ଅନୁସରଣ କରି କମ ସାଉଣ୍ଡ ଦେଇ ସାଉଣ୍ଡ ବକ୍ସଗୁଡିକ ବଜାଇବା ପାଇଁ ସ୍ଥିର କରାଯାଇଛି ।

ତେବେ ଅନୁଷ୍ଠାନର ଉପଦେଷ୍ଟା ପ୍ରଫୁଲ୍ଲ କୁମାର ସେଠୀଙ୍କ ସଭାପତିତ୍ଵରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଆଇନଜୀବୀ ରାଜକିଶୋର ଦାସ, ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ସତ୍ୟଜିତ ସେଣ ଓ ଆଇନଜୀବୀ ମନୋରଞ୍ଜନ ଆଚାର୍ଯ୍ୟ ଯୋଗ ଦେଇଥିଲେ । ବୈଠକରେ ସଂଘର ବିଭିନ୍ନ ଦାବିଗୁଡିକ ଉପରେ ଆଲୋଚନା କରିଥିଲେ ।

ଏହା ମଧ୍ୟ ପଢନ୍ତୁ- ଦୁର୍ଗାପୂଜା ଭସାଣି ଉପରେ ରୋକ, କଟକଣା ଉଠାଇବାକୁ ଦାବି କଲା ବିଜେପି

ପ୍ରକାଶ ଥାଉକି, ସମ୍ବଲପୁରରେ ଦୁର୍ଗା ପୂଜା ଭସାଣି ଶୋଭାଯାତ୍ରାରେ କଟକଣା କରିଛି ଜିଲ୍ଲା ପ୍ରଶାସନ । ଗତ ଏପ୍ରିଲ ମାସରେ ହନୁମାନ ଜୟନ୍ତୀ ସମୟରେ ସାମ୍ପ୍ରଦାୟିକ ହିଂସା ସୃଷ୍ଟି ହେବା ପର ଠାରୁ ସହରରେ ବର୍ଷେ ପାଇଁ ହନୁମାନ ଜୟନ୍ତୀ ଶୋଭଯାତ୍ରା ଓ ମହରମ ଶୋଭାଯାତ୍ରା ଉପରେ ରୋକ ଲଗାଇଥିଲେ ଜିଲ୍ଲା ପ୍ରଶାସନ l ତେବେ ପରେ ପରେ ପୋଲିସ ପ୍ରଶାସନ ଗଣେଶ ପୂଜା ଭସାଣି ଶୋଭାଯାତ୍ରା, ବିଶ୍ଵକର୍ମା ପୂଜା ଭସାଣି ଶୋଭଯାତ୍ରା ପରେ ଏବେ ଦୁର୍ଗା ପୂଜା ଭସାଣି ଉପରେ ରୋକ ଲଗାଇଛନ୍ତି l

ଇଟିଭି ଭାରତ, ନିଆଳି

Last Updated :Oct 14, 2023, 12:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.