ETV Bharat / state

'ରୋଲ ମଡେଲ ନୁହଁନ୍ତି ଅନୁ ମଲ୍ଲିକ'

author img

By

Published : Nov 18, 2019, 2:46 AM IST

'ସଙ୍ଗୀତ ଦୁନିଆର ରୋଲ ମଡେଲ ନୁହଁନ୍ତି ଅନୁ ମଲ୍ଲିକ'

କଟକ ବାଲିଯାତ୍ରାରେ ଗୀତ ଗାଉଥିଲା ବେଳେ ଅନୁ ମଲ୍ଲିକଙ୍କ ଉପରେ ବର୍ଷିଲେ ଗାୟିକା ସୋନା ମହାପାତ୍ର । ଅଧିକ ପଢନ୍ତୁ..

କଟକ : ବାଲିଯାତ୍ରା ପଡିଆରେ ଗାୟକ ଅନୁ ମଲ୍ଲିକଙ୍କ ଉପରେ ବର୍ଷିଲେ ଗାୟିକା ସୋନା ମହାପାତ୍ର । ଇଣ୍ଡିଆନ ଆଇଡଲ୍‌ର ପଦ ପାଇଁ ଅନୁ ମଲ୍ଲିକ ଉଚିତ ନୁହଁନ୍ତି ବୋଲି ବାଲିଯାତ୍ରାର ଖୋଲା ପେଣ୍ଡାଲ କହିଥିଲେ ସୋନା ।

ସମୟ ବଦଳିବା ସହ ନୂଆ ନୂଆ ପ୍ରତିଭା ସମ୍ନାକୁ ଆସୁଛନ୍ତି । ଯାହାକୁ ପରଖିବାରେ ଭୁଲ ରହୁଛି ବୋଲି ସେ କହିଥିଲେ। ଏହାସହ ସେ ସଙ୍ଗୀତ ଦୁନିଆର ରୋଲ ମଡେଲ ନୁହଁନ୍ତି । ଏହାସହ ତାଙ୍କୁ ଶୀଘ୍ର ଇଣ୍ଡିଆନ ଆଇଡ଼ଲ ଜଜ ପଦରୁ ବାଦ ଦିଆଯାଉ ବୋଲି କହିଛନ୍ତି ସୋନା । କଟକ ବାଲିଯାତ୍ରାରେ ଗୀତ ଗାଉଥିଲା ବେଳେ ଏପରି ବୟାନ ରଖିଛନ୍ତି ସେ ।

'ସଙ୍ଗୀତ ଦୁନିଆର ରୋଲ ମଡେଲ ନୁହଁନ୍ତି ଅନୁ ମଲ୍ଲିକ'

ଏଠାରେ ସୂଚନାଯୋଗ୍ୟ, ସୋନା ଗୀତିକାର ଅନୁ ମଲ୍ଲିକଙ୍କ ନାଁରେ ଯୌନ ନିର୍ଯ୍ୟାତନାର ଅଭିଯୋଗ ଆଣିବା ପରେ ତାଙ୍କୁ ସିଙ୍ଗିଙ୍ଗ ରିୟଲିଟି ଶୋ' ଇଣ୍ଡିଆନ ଆଇଡଲରୁ ବାହାର କରି ଦିଆଯାଇଥିଲା। କିନ୍ତୁ ଏହି ଶୋ ର ନୂଆ ସିଜନରେ ପୁଣି ଥରେ ଅନୁ ମଲ୍ଲିକ ଫେରିଛନ୍ତି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସୋନା ମହାପାତ୍ର ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Intro:No needBody:No needConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.