ETV Bharat / state

Vegetables Price Hike: କାର୍ତ୍ତିକ ଆରମ୍ଭରୁ ଆକାଶଛୁଆଁ ପରିବା ଦର, ଚିନ୍ତାରେ ଖାଉଟି

author img

By ETV Bharat Odisha Team

Published : Oct 29, 2023, 9:05 PM IST

Vegetables Price increase in Odisha
Vegetables Price increase in Odisha

ରାଜ୍ୟରେ ଆକାଶ ଛୁଆଁ ପରିବା ଦର । ଗ୍ରାହକଙ୍କ ପକେଟକୁ ବାଧୁଛି ଦର । ସ୍ୱାଭାବିକ ଥିବା ଦର ଏବେ ବହୁମାତ୍ରାରେ ବୃଦ୍ଧି ପାଇଛି ଯାହାକୁ ନେଇ ଚିନ୍ତାରେ ଖାଉଟି । ଅଧିକ ପଢ଼ନ୍ତୁ

Vegetables Price increase in Odisha

କଟକ: ନିୟନ୍ତ୍ରଣ ବାହାରେ ପରିବା ଦର । ଆକାଶଛୁଆଁ ଦରକୁ ଦେଖି ଚିନ୍ତାରେ ଖାଉଟି । ଆଜିଠାରୁ ଧାର୍ମିକ ମାସ କାର୍ତ୍ତିକ ଆରମ୍ଭ ହେଉଥିବା ବେଳେ ପରିବା ଦରରେ ଅହେତୁକ ବୃଦ୍ଧି ସାଧାରଣ ଲୋକଟିଏ ଉପରେ ପ୍ରଭାବ ପକାଇଛି । ପରିବା ସାଙ୍ଗକୁ ପିଆଜ ଦର ବି ଆକାଶଛୁଆଁ ରହିଛି । ଯେଉଁ ପରିବା ଦର ଗତକିଛି ଦିନ ପୂର୍ବରୁ ସ୍ୱାଭାବିକ ଥିଲା,ତାହା ବହୁମାତ୍ରାରେ ବୃଦ୍ଧି ପାଇଛି । ବ୍ୟାଗ ଧରି ବଜାରକୁ ଯିବା ପୂର୍ବରୁ କେଉଁ ପରିବା କିଣିବେ ତାହା ସ୍ଥିର କରିପାରୁ ନାହାଁନ୍ତି ଗ୍ରାହକ ।

କାର୍ତ୍ତିକ ଆରମ୍ଭରୁ ମହଙ୍ଗା ହୋଇଛି ପରିବା ଦର । ପ୍ରତ୍ୟେକ ପରିବା ଦର ଏବେ କିଲୋପ୍ରତି ୬୦ ଟଙ୍କାରୁ ଅଧିକ ଦରରେ ବଜାରରେ ବିକ୍ରୟ ହେଉଛି । ବାଇଗଣ କିଲୋପ୍ରତି ୬୦ ରୁ ୭୦ ଟଙ୍କା, ପୋଟଳ କିଲୋ ପ୍ରତି ୭୦ ରୁ ୮୦ ଟଙ୍କା, ଝୁଡଙ୍ଗ ୭୦ ରୁ ୮୦, ବିନ୍ସ ୬୦ ରୁ ୮୦ ଟଙ୍କା, ଗାଜର ୫୦ ରୁ ୬୦ ଟଙ୍କା, କଲରା ୬୦ ରୁ ୭୦ଟଙ୍କା, ଅମୃତଭଣ୍ଡା ୩୦ ରୁ ୪୦ ଟଙ୍କା, କ୍ୟାପ୍ସିକମ ୮୦ ରୁ ୧୦୦ ଟଙ୍କା, ବିଲାତି ୫୦ ରୁ ୬୦ ଟଙ୍କା ଦରରେ ବିକ୍ରୟ ହେଉଛି । କାର୍ତ୍ତିକ ମାସରେ ସାଧା ଖାଇବାର ପରମ୍ପରା ରହିଛି । ତେବେ ଏଭଳି ପରିବା ଦର ବୃଦ୍ଧି ଫଳରେ ମାସିକ ବଜେଟକୁ ଦୋହଲାଇ ଦେଇଛି । ପରିବା ଦର ବୃଦ୍ଧି ସିଧାସଳଖ ସାଧାରଣ ଲୋକର ହାଣ୍ଡିଶାଳ ଉପରେ ପ୍ରଭାବ ପକାଇଛି । ପୂର୍ବରୁ ଶହେ ୨ ଶହ ଟଙ୍କାରେ ପରିବା ବ୍ୟାଗ ଭର୍ତ୍ତି ହେଉଥିବା ବେଳେ ଏବେ ୫୦୦ ଟଙ୍କାର ପରିବା କିଣିଲେ ମଧ୍ୟ କମ୍‌ ଲାଗୁଛି । ଏଭଳି ପରିସ୍ଥିତିରେ ସାଧାରଣ ଲୋକଟିଏ ତାର ପରିବାର ଚଳାଇବାର ମୁସ୍କିଲ ହୋଇପଡ଼ିଲାଣି ।

ଏହା ମଧ୍ୟ ପଢ଼ନ୍ତୁ.....ପରିବା ଦରରେ ଲାଗୁନି ବ୍ରେକ, ଅସନ୍ତୋଷ ଖାଉଟି

ସବୁ ପରିବା ଭଳି ପିଆଜ ଦର ମଧ୍ୟ ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଗତ ସପ୍ତାହେ ପୂର୍ବରୁ ପିଆଜ କିଲୋପ୍ରତି ୨୦ ଟଙ୍କାରେ ବିକ୍ରୟ ହେଉଥିଲା, ତାହା ଦର ଏବେ ବେଶ ବୃଦ୍ଧି ପାଇଛି । ଆଜି ପିଆଜ ଦର କିଲୋପ୍ରତି ୬୦ ଟଙ୍କାରେ ବଜାରରେ ବିକ୍ରୟ ହେଉଛି । ତେବେ ପୂର୍ବରୁ କଟକ ଛତ୍ରବଜାର ପରିବା ମଣ୍ଡିରେ ଦୈନିକ ୬ ରୁ ୭ ଗାଡି ପିଆଜ ଆସୁଥିବା ବେଳେ ଏବେ ଏହା ଦୈନିକ ଗୋଟିଏ ଗାଡି ଆସିବା କଷ୍ଟ ହୋଇପଡୁଛି । ପାଣିପାଗ ପରିବର୍ତ୍ତନ ଯୋଗୁଁ ଏହି ଅବସ୍ଥା ସୃଷ୍ଟି ହୋଇଛି । ନାସିକରୁ ପିଆଜ ବାହାରି ନାହିଁ । ଏହା ବାହାରିବାକୁ ଆହୁରି ୨୦ ରୁ ୨୫ ଦିନ ଲାଗିପାରେ । ଆହୁରି ମାସେ ପିଆଜ କନ୍ଦାଇପାରେ । ତେବେ ଏକ ମାସ ମଧ୍ୟରେ ଦର ନିୟନ୍ତ୍ରଣ ହୋଇପାରେ ବୋଲି ବ୍ୟବସାୟୀ ସଂଘ ଆଶା ପ୍ରକଟ କରିଛନ୍ତି । ସେହିପରି ଲୋକାଲ ପରିବା ଅମଳ ହେଲେ ଦର କମିବ ବୋଲି ବ୍ୟବସାୟୀ ସଂଘ କହିଛି । ବଲାଙ୍ଗୀର, କେନ୍ଦୁଝର, ଅନୁଗୋଳ, ଆଠଗଡ଼, ବାଙ୍କୀ ଆଦି ସ୍ଥାନରୁ ପରିବା ଆସିଥାଏ । ବାତ୍ୟା ଆଶଙ୍କା ଥିବାରୁ ଅନେକ ଚାଷୀ ନଷ୍ଟ ଭୟରେ ପରିବା ଲଗାଇନାହାନ୍ତି । ଯେଉଁ କାରଣରୁ ଏହି ସମସ୍ୟା ସୃଷ୍ଟି ହୋଇଥିବା କୁହାଯାଉଛି । ସେପଟେ ସରକାର ପରିବା ଦର ବୃଦ୍ଧି ଉପରେ ନିୟନ୍ତ୍ରଣ ଆଣିବାକୁ ସାଧାରଣ ଖାଉଟି ଅନୁରୋଧ କରିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.