ETV Bharat / state

ହୋଲିରେ କେମିତି ରଖିବେ ତ୍ବଚା ଓ କେଶର ଯତ୍ନ.....

author img

By

Published : Mar 29, 2021, 7:01 AM IST

ହୋଲିରେ କେମିତି ରଖିବେ ତ୍ବଚା ଓ କେଶର ଯତ୍ନ.....
ହୋଲିରେ କେମିତି ରଖିବେ ତ୍ବଚା ଓ କେଶର ଯତ୍ନ.....

ହୋଲିରେ କେହି କାହାକୁ ରଙ୍ଗ ଲଗାଇଲେ ମାତ୍ରେ ହିଁ ମନରେ ଥିବା ସମସ୍ତ ରୋଷ ଓ ଅଭିମାନ ଦୂରେଇ ଯାଇଥାଏ। ସମ୍ପର୍କରେ ମଧ୍ୟ ନୂଆ ରଙ୍ଗ ଲାଗିଯାଇଥାଏ। ହୋଲିରେ ରଙ୍ଗ ତ ସମସ୍ତେ ଖେଳିଥାନ୍ତି । କିନ୍ତୁ କେହି ହେଲେ ମଧ୍ୟ କେଶ ଓ ତ୍ବଚା ପ୍ରତି ଧ୍ୟାନ ଦେଇ ନଥାନ୍ତି । ଫଳରେ ତ୍ବଚା ଶୁଷ୍କ ହୋଇଯିବା ସହ କେଶ ରଙ୍ଗୀନ ହୋଇଯାଇଥାଏ । କେମିକାଲ ମିଶା ରଙ୍ଗ ତ୍ବଚା ଏବଂ କେଶକୁ ଖରାପ କରିଦେଇଥାଏ। ତେବେ ଆଜି ଆମେ ଆପଣଙ୍କୁ ଏ ସମ୍ପର୍କରେ କିଛି ଖାସ୍ ଟିପ୍ସ ଜଣାଇବୁ, ଯାହାଦ୍ବାରା ନା କେଶ ଝଡିବ ନା ତ୍ବଚା ମଳିନ ପଡିବ । ଅଧିକ ପଢନ୍ତୁ...

ରଙ୍ଗର ପର୍ବ ହୋଲି । ଏହା ଏକ ଏମିତି ପର୍ବ, ଯେଉଁଥିରେ ପରସ୍ପର ଭିତରେ ଥିବା ସମସ୍ତ ଭେଦଭାବକୁ ଭୁଲାଇ ଦେଇଥାଏ। ସମ୍ପର୍କରେ ଏକ ନୂଆ ସେତୁ ଉତ୍ପନ୍ନ କରିଥାଏ । ଛୁଆ ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ଏହି ହୋଲିର ରଙ୍ଗରେ ରଙ୍ଗାୟିତ ହୋଇଥାନ୍ତି । ହୋଲିରେ କେହି କାହାକୁ ରଙ୍ଗ ଲଗାଇଲେ ମାତ୍ରେ ହିଁ ମନରେ ଥିବା ସମସ୍ତ ରୋଷ ଓ ଅଭିମାନ ଦୂରେଇ ଯାଇଥାଏ। ସମ୍ପର୍କରେ ମଧ୍ୟ ନୂଆ ରଙ୍ଗ ଲାଗିଯାଇଥାଏ। ହୋଲିରେ ରଙ୍ଗ ତ ସମସ୍ତେ ଖେଳିଥାନ୍ତି । କିନ୍ତୁ କେହି ହେଲେ ମଧ୍ୟ କେଶ ଓ ତ୍ବଚା ପ୍ରତି ଧ୍ୟାନ ଦେଇ ନଥାନ୍ତି । ଫଳରେ ତ୍ବଚା ଶୁଷ୍କ ହୋଇଯିବା ସହ କେଶ ରଙ୍ଗୀନ ହୋଇଯାଇଥାଏ । କେମିକାଲ ମିଶା ରଙ୍ଗ ତ୍ବଚା ଏବଂ କେଶକୁ ଖରାପ କରିଦେଇଥାଏ। ତେବେ ଆଜି ଆମେ ଆପଣଙ୍କୁ ଏ ସମ୍ପର୍କରେ କିଛି ଖାସ୍ ଟିପ୍ସ ଜଣାଇବୁ, ଯାହାଦ୍ବାରା ନା କେଶ ଝଡିବ ନା ତ୍ବଚା ମଳିନ ପଡିବ ।

କେଶ ପାଇଁ ଟିପ୍ସ:

କେଶ ସମସ୍ତଙ୍କୁ ଖୁବ୍ ପ୍ରିୟ । ଏହାର ରକ୍ଷଣାବେକ୍ଷଣା ସମସ୍ତେ ବେଶ୍ ଯତ୍ନ ସହକାରେ କରିଥାନ୍ତି । ପୁରୁଷଙ୍କ ଅପେକ୍ଷା ମହିଳାମାନେ ନିଜ କେଶ ପ୍ରତି ଧ୍ୟାନ ଦେଇଥାନ୍ତି । ପୁରୁଷଙ୍କ କେଶ ଅଳ୍ପ ଥିବାରୁ ରଙ୍ଗ ଖୁବ୍ ଶୀଘ୍ର ଛାଡି ଯାଇଥାଏ । କିନ୍ତୁ ମହିଳାଙ୍କ କେଶ ଲମ୍ବା ଥିବାରୁ ରଙ୍ଗ ବେଶ୍ କ୍ଷତିକାରକ ହୋଇଥାଏ । ଚାଲନ୍ତୁ ଜାଣିବା ରଙ୍ଗ ଖେଳିବା ପୂର୍ବରୁ କେମିତି ରଖିବେ କେଶର ଯତ୍ନ...

ତେଲ ଲଗାନ୍ତୁ:

କେଶରେ ରଙ୍ଗ ଲାଗିଲେ ଏହା ଶୁଷ୍କ ହେବା ସହ ଉପୁଡିଥାଏ। ତେଣୁ ହୋଲି ଖେଳିବାକୁ ଯିବାର ଅଧାଘଣ୍ଟା ପୂର୍ବରୁ ନଡିଆ ତେଲ, ବାଦାମ ତେଲ ନ ହେଲେ ଅଲିଭ ତେଲ ଲଗାନ୍ତୁ । ଏହାଦ୍ବାରା ରଙ୍ଗ ପ୍ରତ୍ୟକ୍ଷ ଭାବେ କେଶରେ ଲାଗି ନଥାଏ। ତେଣୁ ଏକପାତ୍ରରେ ତେଲ ଆଣି କେବଳ କେଶ ମୂଳରେ ନୁହେଁ, ସମ୍ପୂର୍ଣ୍ଣ କେଶରେ ତେଲ ଲଗାନ୍ତୁ । ଏହାଦ୍ବାରା କେଶ ରୁକ୍ଷ ହେବାରୁ ବଞ୍ଚି ଥାଏ। ସହଜରେ ରଙ୍ଗ କେଶରେ ଲାଗି ନଥାଏ। ଫଳରେ ହୋଲି ଖେଳି ଗାଧୋଇବା ପରେ ସହଜରେ କେଶରୁ ରଙ୍ଗ ଛାଡି ଯାଇଥାଏ ।

ବେଣୀ କିମ୍ବା ଖୋସା କରନ୍ତୁ:

ହୋଲି ଖେଳିବା ସମୟରେ କେଶ ଖୋଲା କରନ୍ତୁ ନାହିଁ, ଖୋସା କରନ୍ତୁ ନଚେତ୍ ବେଣୀ କରି ବାନ୍ଧି ଦିଅନ୍ତୁ । ଏହାଦ୍ବାରା କେଶ ରକଟା ନ ହେବା ସହ ରଙ୍ଗ ଖୁବ୍ ଶୀଘ୍ର କେଶରୁ ଛାଡି ଯାଇଥାଏ ।

ସ୍କ୍ରାର୍ଫ ବାନ୍ଧି ଦିଅନ୍ତୁ:

ରଙ୍ଗ ଖେଳିବାକୁ ଯିବା ପୂର୍ବରୁ କେଶରେ ସ୍କ୍ରାର୍ଫ କିମ୍ବା ଓଢଣୀ ବାନ୍ଧି ଦିଅନ୍ତୁ । ଫଳରେ କେଶ ଉକ୍ତ ଓଢଣୀ କିମ୍ବା ସ୍କ୍ରାର୍ଫରେ ହିଁ ରହିଯାଏ । ପ୍ରତ୍ୟକ୍ଷ ଭାବେ କେଶରେ ରଙ୍ଗ ଲାଗି ନ ଥାଏ ଏବଂ ଏକ ଷ୍ଟାଇଲିଶ ଲୁକ୍ ଦେଇଥାଏ ।

ହୋଲିର ଗୋଟେ ଦିନ ପୂର୍ବରୁ କରନ୍ତୁନି ସାମ୍ପୋ:

ହୋଲି ଖେଳିବାର ଗୋଟେ ଦିନ ପୂର୍ବରୁ ସାମ୍ପୋ କରନ୍ତୁ ନାହିଁ । ନଚେତ୍ କେଶରେ ଥିବା ତୈଳାକ୍ତ ଅଂଶ ଛାଡି ଯାଇଥାଏ । ଫଳରେ ରଙ୍ଗ କେଶରେ ଲାଗି କି ରହିଯାଇଥାଏ । ତେଣୁ ସାମ୍ପୋ କରନ୍ତୁ ନାହିଁ ।

ତ୍ବଚାର ଯତ୍ନ:

ହୋଲିରେ ତ୍ବଚାର ଯତ୍ନ ରଖିବା ବେଶ ଗୁରୁତ୍ବପୂର୍ଣ୍ଣ ହୋଇପଡିଥାଏ । କେଶ ଠାରୁ ଆରମ୍ଭ କରି ପାଦ ନଖ ପର୍ଯ୍ୟନ୍ତ ବେଶ ଧ୍ୟାନ ଦେବାକୁ ପଡିଥାଏ। ନଚେତ୍ କେମିକାଲ ରଙ୍ଗ ପ୍ରଭାବରେ ତ୍ବଚା ଓ ନଖ ଖରାପ ହୋଇଯାଇଥାଏ । ତେଣୁ ଚାଲନ୍ତୁ ଜାଣିବା କେମିତି ରଖିବେ ଯତ୍ନ:

ସନସ୍କ୍ରିନ ଲୋସନ ଲଗାନ୍ତୁ:

ଖରାରୁ ରକ୍ଷା ପାଇବା ପାଇଁ ସମସ୍ତେ ସନସ୍କ୍ରିନ ଲୋସନ ଲଗାଇଥାଆନ୍ତି । ଘରୁ ବାହାରିବା ପୂର୍ବରୁ ତ୍ବଚାରେ ସମସ୍ତେ ଏହି ଲୋସନ ଲଗାନ୍ତି । କିନ୍ତୁ ହୋଲିରେ ବିଶେଷ ଭାବେ ସନସ୍କ୍ରିନ ଲୋସନ ବ୍ୟବହାର କରନ୍ତୁ । ହୋଲି ଖେଳିବାକୁ ଯିବା ପୂର୍ବରୁ ସମ୍ପୂର୍ଣ୍ଣ ଶରୀରରେ ଆପଣଙ୍କ ମନପସନ୍ଦ ଅନୁଯାୟୀ ଲୋସନ ଲଗାନ୍ତୁ । ଏହା ଦ୍ବାରା ତ୍ବଚା ସୁସ୍ଥ ରହିଥାଏ। ନଚେତ୍ ଖରା ଏବଂ ରଙ୍ଗ ପ୍ରଭାବରେ ତ୍ବଚା ମଳିନ ପଡିଯାଇଥାଏ। ଆଲର୍ଜିର ଶିକାର ମଧ୍ୟ ହୋଇପାରନ୍ତି ।

ଓଠରେ ଭେସଲିନ୍ ଜେଲି ଲଗାନ୍ତୁ:

କେବଳ ଲିପ୍ ବାମ୍ କିମ୍ବା ଲିପଷ୍ଟିକ ନୁହେଁ, ହୋଲି ଖେଳିବାକୁ ଯିବା ପୂର୍ବରୁ ଓଠରେ ଭେସଲିନ ଜେଲି ଲଗାନ୍ତୁ। ଏହାଦ୍ବାରା ପ୍ରତ୍ୟକ୍ଷ ଭାବେ କେମିକାଲ ରଙ୍ଗ ଓଠରେ ଲାଗି ନ ଥାଏ। ଓଠ ଫାଟିବାରୁ ରକ୍ଷା ପାଇଯାଇଥାଏ ।

ନେଲପଲିସ ଲଗାନ୍ତୁ:

ହୋଲିରେ ରଙ୍ଗ ଲାଗିବା ଦ୍ବାରା ପାଦ ଏବଂ ହାତ ନଖର ରଙ୍ଗ ବଦଳିଯାଇଥାଏ। ବହୁତ ଦିନ ପର୍ଯ୍ୟନ୍ତ ଏହି ରଙ୍ଗ ନଖରେ ଲାଗି ରହିଥାଏ। ନଖର ସୌନ୍ଦର୍ଯ୍ୟ ହାନି ହୋଇଥାଏ । ଯେତେ ଯାହା କଲେ ମଧ୍ୟ ଏହି ରଙ୍ଗ ନଖରୁ ଛାଡି ନ ଥାଏ। କେବଳ ଗୋଟିଏ ରଙ୍ଗ ନୁହେଁ, ଭଳିକିଭଳି ରଙ୍ଗ ଲାଗି ନଖ ବଡ କଦର୍ଯ୍ୟ ଦେଖାଯାଇଥାଏ । ତେଣୁ ହୋଲି ଖେଳିବାକୁ ଯିବା ପୂର୍ବରୁ ନଖରେ ନେଲପଲିସ ଲଗାନ୍ତୁ । ଫଳରେ ନଖ ସୁରକ୍ଷିତ ରହିଥାଏ ।

ଚଷମା ଲଗାନ୍ତୁ:

ହୋଲି ଦିନ ଆଖିରେ ମନମୁତାବକ ସନଗ୍ଲାସ ଲଗାନ୍ତୁ । ଫଳରେ ରଙ୍ଗର ପାଣି ଏବଂ ରଙ୍ଗ ଆଖିରେ ପ୍ରଭାବ ପକାଇନଥାଏ । ଷ୍ଟାଇଲିଶ ଲୁକ୍ ପ୍ରଦାନ କରିଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.