ETV Bharat / state

ଚୁନା ହତ୍ୟା ମାମଲା: ୬ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

author img

By

Published : Feb 5, 2022, 7:46 AM IST

ଚୁନା ଓରଫ୍ ମାଲିକ ହନନ୍ ହତ୍ୟା ମାମଲା । ମାମଲାରେ ଆଜୀବନ କାରାଦଣ୍ଡ ଭୋଗ କରୁଥିବା ୬ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କଲେ ହାଇକୋର୍ଟ । ଅଧିକ ପଢନ୍ତୁ

ଚୁନା ହତ୍ୟା ମାମଲା: ୬ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ
ଚୁନା ହତ୍ୟା ମାମଲା: ୬ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

କଟକ: ଚୁନା ଓରଫ୍ ମାଲିକ ହନନ୍ ହତ୍ୟା ମାମଲାରେ ନିମ୍ନ ଅଦାଲତରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡ ଭୋଗ କରୁଥିବା ୬ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ହାଇକୋର୍ଟ । ସେକ୍ ହାଇଦରର ସହଯୋଗୀ ଅବଦୁଲ ନଇମ ଖାନ, ସେକ୍ ରୋମାନ, ମୀର ଅସ୍କର, ଶିବ ପ୍ରସାଦ ମହାନ୍ତି, ସୁଦାମ ସୁନ୍ଦର ଶତପଥୀ, ନସିରୁଦ୍ଦିନ ଅହମ୍ମଦ ନିର୍ଦ୍ଦୋ‌ଷରେ ଜେଲରୁ ବାହାରିଛନ୍ତି । ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଭୁବନେଶ୍ବର ଅତିରିକ୍ତ ଦୌରା ଜଜ୍ ଅଦାଲତଙ୍କ ୨୦୧୧, ମାର୍ଚ୍ଚ ୧୬ର ଦଣ୍ଡାଦେଶ ରାୟକୁ ରଦ୍ଦ କରିଛନ୍ତି ।

ସୂଚନାଯୋଗ୍ୟ , ୨୦୦୫ ମେ ୩୧ରେ ଭୁବନେଶ୍ବର ଷ୍ଟୁୱାର୍ଟ ସ୍କୁଲ ନିକଟରେ ଚୁନାକୁ ଗୁଳି କରି ହତ୍ୟା କରାଯାଇଥିଲା । ଏହି ମାମଲାରେ ନାଗପୁରରୁ ସେକ୍ ହାଇଦର ଓ ଅନ୍ୟ ଅଭିଯୁକ୍ତଙ୍କୁ ପୋଲିସ ୨୦୦୬ ମସିହା ଜୁନ୍ ୬ରେ ଗିରଫ କରିଥିଲା । ଭୁବନେଶ୍ବର ଅତିରିକ୍ତ ଦୌରା ଜଜ୍ ଅଦାଲତ ୨୦୧୧ ମାର୍ଚ୍ଚ ୧୬ରେ ରାୟ ପ୍ରକାଶ କରି ହାଇଦର ସହିତ ଏହି ୬ଜଣ ଅଭିଯୁକ୍ତଙ୍କୁ ଚୁନା ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଶୁଣାଇଥିଲେ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.