ETV Bharat / state

ବିଜ୍ଞାନ ମେଳା କେବଳ ନାମକୁ ମାତ୍ର: ଗଣଶିକ୍ଷା ମନ୍ତ୍ରୀ

author img

By

Published : Sep 20, 2022, 12:41 PM IST

ବିଜ୍ଞାନ ମେଳା କେବଳ ନାମକୁ ମାତ୍ର, ଗଣଶିକ୍ଷା ମନ୍ତ୍ରୀ
ବିଜ୍ଞାନ ମେଳା କେବଳ ନାମକୁ ମାତ୍ର, ଗଣଶିକ୍ଷା ମନ୍ତ୍ରୀ

କଟକର ଖାନନଗର ସ୍କୁଲରେ ଆୟୋଜିତ ହୋଇଯାଇଛି ରାଜ୍ୟସ୍ତରୀୟ ବିଜ୍ଞାନ ମେଳା । ଗଣଶିକ୍ଷା ମନ୍ତ୍ରୀ କହିଲେ, ସ୍କୁଲସ୍ତରୀୟ ବିଜ୍ଞାନମେଳା ବା ପ୍ରଦର୍ଶନୀ କେବଳ ନାମକୁ ମାତ୍ର । ଅଧିକ ପଢନ୍ତୁ

କଟକ: କଟକର ଖାନନଗର ସ୍କୁଲରେ ଆୟୋଜିତ ହୋଇଯାଇଛି ରାଜ୍ୟସ୍ତରୀୟ ବିଜ୍ଞାନ ମେଳା । ଏନେଇ ଏହି ବିଜ୍ଞାନ ମେଳା ଉଦଘାଟନ ଅବସରରେ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ସ୍କୁଲ ବିଜ୍ଞାନ ମେଳା ନାମକୁ ମାତ୍ର । ସରକାର ଏଣିକି ଏଭଳି ଆୟୋଜନର ଗୁରୁତ୍ବ କିଭଳି ରହିବ ଓ ଉଚିତ ଅର୍ଥରେ ପିଲାମାନେ କିଭଳି ବୈଜ୍ଞାନିକ ଚିନ୍ତାଧାରା ଧାରଣ କରିବେ ସେଥିପାଇଁ ଯୋଜନା ପ୍ରସ୍ତୁତ ହେଉଥିବା ମନ୍ତ୍ରୀ କହିଛନ୍ତି ।

ବିଜ୍ଞାନ ମେଳା କେବଳ ନାମକୁ ମାତ୍ର, ଗଣଶିକ୍ଷା ମନ୍ତ୍ରୀ

କେବଳ ସେତିକି ନୁହେଁ ବିଭାଗୀୟ ମନ୍ତ୍ରୀ କହୁ କହୁ କହିଦେଲେ 'ସାହୁ କହିଛି, ପାଚିଲା ଧାନରେ ମଇ ଦେଉଛି' । ତେବେ ଏହି ନ୍ୟାୟରେ ଚାଲିଛି ପିଲାଙ୍କ ଭିତରେ ଵିଜ୍ଞାନ ସମ୍ମତ ଜ୍ଞାନ ବଢାଇବା ପାଇଁ ବିଜ୍ଞାନ ପ୍ରଦର୍ଶନୀ । କଟକର ଖାନନଗର ସ୍କୁଲରେ ଆୟୋଜିତ ରାଜ୍ୟସ୍ତରୀୟ ବିଜ୍ଞାନ ମେଳାରେ ଏହା କହିଛନ୍ତି ଶିକ୍ଷା ମନ୍ତ୍ରୀ ସମୀର ଦାସ । ସେପଟେ ଦାୟିତ୍ବରେ ଥିବା ବିଜ୍ଞାନ ମେଳା ସୁପରଭାଇଜର କହିଛନ୍ତି, "ମନ୍ତ୍ରୀ ଏହା କଥା ଛଳରେ କହିଛନ୍ତି । ବାସ୍ତବତା କଣ ସାମ୍ବାଦିକମାନେ ନିଜେ ଦେଖୁଛନ୍ତି ।

ଏହାସହ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ସ୍କୁଲ ଛାତ୍ରଛାତ୍ରୀଙ୍କ ଭିତରେ ଉଦ୍ଭାବକର ଚେତନା ଆଣିବା ଜରୁରୀ ହୋଇ ପଡିଲାଣି । ଏହା ନହେଲେ ପିଲା ଆଗକୁ ପ୍ରତିଯୋଗୀତାରେ ପଛରେ ପଡିଯିବେ । ଆଉ ତଥାକଥିତ ଶିକ୍ଷକମାନେ ବିଜ୍ଞାନ ସୁପରଭାଇଜର ହେଇପାରିବେ ନାହିଁ । ଏଣିକି ଏଥିପାଇଁ ଚୟନ ପ୍ରକ୍ରିୟା ହେବ ।

ଏନେଇ ଆହୁରି ମଧ୍ୟ କହିଛନ୍ତି, ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପାଖରେ ଯିଏ ଏପଟସେପଟ ହେଉଛନ୍ତି, ସେହିମାନେ ବିଜ୍ଞାନ ସୁପରଭାଇଜର ହୋଇ ଯାଉଛନ୍ତି । ଫଳରେ ସରକାରଙ୍କ ମୂଳ ଲକ୍ଷ୍ୟ ସାଧନ ହେଇପାରୁ ନାହିଁ । ତେଣୁ ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଉଛି । ସେପଟେ କଟକ ଜିଲ୍ଲା ବିଜ୍ଞାନ ସୁପରଭାଇଜର କହିଛନ୍ତି, ମନ୍ତ୍ରୀ କେଵଳ କଥା ଛଳରେ ଏହା କହିଛନ୍ତି । କିନ୍ତୁ ଵାସ୍ତଵରେ ଶିକ୍ଷକମାନେ ଏଭଳି ପ୍ରଦର୍ଶନୀ ପାଇଁ କେତେ ଗମ୍ଭୀର ତାହା ସାମ୍ବାଦିକମାନେ ବୁଲି ଦେଖିଲେ ଜାଣି ପାରିବେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.