ETV Bharat / state

କାର–ବାଇକ ମୁହାଁମୁହିଁ ଧକ୍କା; ଜଣେ ମୃତ, ଜଣେ ଗୁରୁତର

author img

By

Published : Nov 1, 2021, 12:34 PM IST

କାର–ବାଇକ ମୁହାଁମୁହିଁ ଧକ୍କା; ଜଣେ ମୃତ, ଜଣେ ଗୁରୁତର
କାର–ବାଇକ ମୁହାଁମୁହିଁ ଧକ୍କା; ଜଣେ ମୃତ, ଜଣେ ଗୁରୁତର

କଟକ ନିଆଳି ନିକଟସ୍ଥ ହଳଦୀବସନ୍ତ ପେଟ୍ରୋଲ ପମ୍ପ ନିକଟରେ ବାଇକ– କାର ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଅଧିକ ପଢନ୍ତୁ...

ନିଆଳି: କଟକ ନିଆଳି ନିକଟସ୍ଥ ହଳଦୀବସନ୍ତ ପେଟ୍ରୋଲ ପମ୍ପ ନିକଟରେ ବାଇକ–କାର ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଆଉ ଏହି ଦୁର୍ଘଟଣା ସମୟର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଗତକାଲି ରାତିରେ ଏହି ଦୁର୍ଘଟଣା ହୋଇଥିବା ବେଳେ ଗୁରୁତରଙ୍କୁ ଉଦ୍ଧାର କରାଯାଇ ନିଆଳି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଖବରପାଇ ନିଆଳି ପୋଲିସ ଓ କଟକ ସଦର ଏସଡିଓ ସୁବାସ ଚନ୍ଦ୍ର ପଣ୍ଡା ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ଗାଡିଦୁଇଟିକୁ ଜବତ କରି ତଦନ୍ତ ଚଳାଇଛନ୍ତି । ଦୁର୍ଘଟଣାରେ ଗାଡି ଦୁଇଟି ଭାଙ୍ଗିରୁଜି ଚୁରମାର ହୋଇଯାଇଥିବା ବେଳେ କାର ଡ୍ରାଇଭର ଘଟଣା ସ୍ଥଳରୁ ଫରାର ହୋଇଯାଇଛି । ତେବେ ଏହି ଦୁର୍ଘଟଣାର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।

କାର–ବାଇକ ମୁହାଁମୁହିଁ ଧକ୍କା; ଜଣେ ମୃତ, ଜଣେ ଗୁରୁତର

ମିଳିଥିବା ସୂଚନା ଅନୁଯାୟୀ, ନିଆଳି ଥାନା ଅନ୍ତର୍ଗତ ହଳଦୀ ବସନ୍ତ ପେଟ୍ରୋଲ ପମ୍ପ ସମ୍ମୁଖରେ ଚାରିଛକ ଅଭିମୁଖେ ଯାଉଥିବା ଏକ ୟାମା ବାଇକ ସହ ନିଆଳି ଅଭିମୁଖେ ଆସୁଥିବା ଏକ କାର ମାରୁତି ଅଲ୍ଟୋ ସାମ୍ନା ସାମ୍ନି ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ବାଇକ ଆରୋହି ସର୍ବେଶ୍ବର ଦାସଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ପଛରେ ବସିଥିବା ଅନିଲ କୁମାର ପାଢୀ ଗୁରୁତର ହୋଇଛନ୍ତି ।

ଉଭୟଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ନିଆଳି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ସର୍ବେଶ୍ବରଙ୍କୁ ମୃତ ଘୋଷଣା କରିଥିବାବେଳେ ଅନିଲଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ଉଭୟ ଗୋପ ଥାନା ନାଗପୁର ମଠସାହିର ବୋଲି ଜଣାପଡିଛି ।

ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.