ETV Bharat / state

ନକଲି ଔଷଧ କାରବାର ମାମଲା, ୩ ଦିନିଆ ରିମାଣ୍ଡରେ ଯିବ ଗିରଫ ଅଭିଯୁକ୍ତ ବିକାଶ

author img

By

Published : Dec 12, 2022, 10:15 PM IST

Updated : Dec 13, 2022, 6:27 AM IST

ନକଲି ଔଷଧ କାରବାର ମାମଲା, ୩ ଦିନିଆ ରିମାଣ୍ଡରେ ଯିବ ଗିରଫ ଅଭିଯୁକ୍ତ ବିକାଶ
ନକଲି ଔଷଧ କାରବାର ମାମଲା, ୩ ଦିନିଆ ରିମାଣ୍ଡରେ ଯିବ ଗିରଫ ଅଭିଯୁକ୍ତ ବିକାଶ

କଟକରୁ ନକଲି ଟେଲମା ୪୦ ମେଡିସିନ ଜବତ ଘଟଣା (Cuttack Fake Medicine case) । ନକଲି ଔଷଧ ଚାଲାଣ କାରବାରର ମୁଖ୍ୟ କାର୍ପଟଦାର ବିକାଶକୁ ୩ଦିନିଆ ରିମାଣ୍ଡରେ ନେବ ପୁରୀଘାଟ ପୋଲିସ । ଅଧିକ ପଢନ୍ତୁ

କଟକ: ସିଲଭର ସିଟି କଟକରୁ ନକଲି ଟେଲମା ୪୦ ମେଡିସିନ ଜବତ ଘଟଣା (Cuttack Fake Medicine case)। କିଙ୍ଗପିନ୍ ବିକାଶ କୁମାରଙ୍କୁ ୩ ଦିନ ରିମାଣ୍ଡରେ ନେବ ପୋଲିସ । ପୋଲିସର ରିମାଣ୍ଡ ଆବେଦନକୁ ଗ୍ରହଣ କରିଛନ୍ତି କଟକ ଏସଡିଜେଏମ କୋର୍ଟ (Cuttack SDJM Court) । ଗତ ସପ୍ତାହରେ ବିକାଶ କୁମାରକୁ ଗିରଫ କରିଥିଲା ପୁରୀଘାଟ ପୋଲିସ (Puri Ghat Police) ।

ପୋଲିସ ୩ ଦିନିଆ ରିମାଣ୍ଡ ପାଇଁ କୋର୍ଟରେ ଆବେଦନ କରିଥିବା ବେଳେ ୩ ଦିନିଆ ରିମାଣ୍ଡରେ ନେବାପାଇଁ ଅନୁମତି ଦେଇଛନ୍ତି କୋର୍ଟ । ରିମାଣ୍ଡ ବେଳେ ପୋଲିସ ନକଲି ମେଡିସିନ ଘଟଣାରେ କରିବ ପଚରାଉଚୁରା । ଏହି ମାମଲାରେ ବିକାଶକୁ ମିଶାଇ ମୋଟ ୭ ଜଣଙ୍କ ଗରିଫ ହୋଇସାରିଛନ୍ତି । ସୂଚନା ଥାଉ କି ଏହି ନକଲି ଔଷଧ ଚାଲାଣ କାରବାରର ମୁଖ୍ୟ କାର୍ପଟଦାର ଥିଲା ବିକାଶ କୁମାର । ଅତିରିକ୍ତ ଡିସିପି ଅନିଲ ମିଶ୍ରଙ୍କ ସୂଚନା ଅନୁସାରେ ବିକାଶ କୁମାର ଠାରୁ ହିଁ କଟକର ୨ଜଣ ଡ୍ରଗିଷ୍ଟ ରାହୁଲ କ୍ୟାଲ ଓ ସଞ୍ଜୟ ଜାଲାନ ଔଷଧ ଆଣି ବିକ୍ରୟ କରୁଥିଲେ । ଏହି ଦୁଇ ଅଭିଯୁକ୍ତଙ୍କୁ ପଚରାଉଚରା କରିବା ପରେ ବିକାଶ କୁମାରର ଠିକଣା ପୋଲିସକୁ ମିଳିଥିଲା ।

ଏହା ବି ପଢନ୍ତୁ- ନକଲି ଟେଲମା ମେଡିସିନ ଜବତ, ବିହାରରୁ ଧରାପଡିଥିବା ଅଭିଯୁକ୍ତକୁ ରିମାଣ୍ଡରେ ଅଣାଯିବ

କଟକ ପୁରୀ ଘାଟ ପୋଲିସ ନକଲି ମେଡିସିନ ଜବତ ଘଟଣାର ଅଧିକ ତଦନ୍ତ ପାଇଁ ଏକ ଟିମ ଗଠନ କରିଥିଲା । ଚଳିତ ମାସ ୬ ତାରିଖରେ ବିହାର ପାଟନାର ଭାଗବତ ନଗରରୁ ଅଭିଯୁକ୍ତ ବିକାଶ କୁମାରଙ୍କୁ ଗିରଫ କରାଯାଇଥିଲା । ଏହାପରେ ବିକାଶକୁ ସ୍ଥାନୀୟ ଏସଡିଜେଏମ କୋର୍ଟରେ ପ୍ରଡ୍ୟୁସ କରାଯାଇଥିଲା । କୋର୍ଟଙ୍କ ଅନୁମତି କ୍ରମେ ବିକାଶକୁ ଟ୍ରାଞ୍ଜିଟ ରିମାଣ୍ଡରେ ପୁରୀଘାଟ ଥାନାକୁ ଅଣା ଯାଇଥିଲା । ଡିସେମ୍ବର ୮ରେ ଟ୍ରାଞ୍ଜିଟ ରିମାଣ୍ଡର ଅବଧି ଶେଷ ହୋଇଥିଲା । ଅଭିଯୁକ୍ତ ବିକାଶ କୁମାରକୁ ପଚରାଉଚରା କରିବା ପାଇଁ ତିନି ଦିନ ରିମାଣ୍ଡରେ ଆଣିବାକୁ କୋର୍ଟରେ ନିବେଦନ କରିଥିଲା ପୁରୀ ଘାଟ ପୋଲିସ ।

କୋର୍ଟଙ୍କ ଅନୁମତି ମିଳିବା ପରେ ବିକାଶକୁ ରିମାଣ୍ଡରେ ଆଣି ଅନେକ ତଥ୍ୟ ହାସଲ କରିବାକୁ ଉଦ୍ୟମ କରିବ ପୋଲିସ । ବିଶେଷ କରି ନକଲି ଔଷଧ କାରବାରରେ ଅନ୍ୟ କେଉଁ ମାନେ ସାମିଲ ଅଛନ୍ତି ସେନେଇ ତଥ୍ୟ ସଂଗ୍ରହ କରିବ ପୋଲିସ । ଏହି ମାମଲାରେ ପୂର୍ବରୁ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ବିକାଶକୁ ମିଶାଇ ଏହି ମାମଲାରେ ଗିରଫଦାରୀ ସଂଖ୍ୟା ୭ରେ ପହଁଚିଛି ।

ଇଟିଭି ଭାରତ, କଟକ

Last Updated :Dec 13, 2022, 6:27 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.