ETV Bharat / state

ପରୀ ପ୍ରସଙ୍ଗର ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା

author img

By

Published : Nov 26, 2020, 1:31 PM IST

Updated : Nov 27, 2020, 12:00 PM IST

Public interest litigation in High court,  Odisha High Court, CBI probe into Pari case, Pari murder case, ପରୀ ମାମଲାର ସିବିଆଇ ତଦନ୍ତ, ହାଇକୋର୍ଟରେ ଜନସ୍ବାର୍ଥ ମାମଲା, ଭାରତୀୟ ବିକାଶ ପରିଷଦ
ପରୀ ମାମଲାର ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା

ରାଜ୍ୟରେ ଏବେ ସବୁଠାରୁ ଅଧିକ ଚର୍ଚ୍ଚା ହେଉଥିବା ପରୀ ହତ୍ୟା ମାମଲାର ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ପିଆଇଏଲ ଦାଖଲ କଲା ଭାରତୀୟ ବିକାଶ ପରିଷଦ । ଅଧିକ ପଢ଼ନ୍ତୁ...

କଟକ: ବହୁଚର୍ଚ୍ଚିତ ନୟାଗଡ଼ ପରୀ ହତ୍ୟାକାଣ୍ଡ ମାମଲାର ସିବିଆଇ ତଦନ୍ତ ପ୍ରାର୍ଥନା କରି ହାଇକୋର୍ଟରେ ଦାୟର ହୋଇଛି ଦୁଇଟି ଜନସ୍ବାର୍ଥ ମାମଲା। ପରୀର ପରିବାରକୁ ୨୫ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ ପାଇଁ ମଧ୍ୟ ହାଇକୋର୍ଟରେ ଆବେଦନ ହୋଇଛି।

ଆଇନଜୀବୀ ପଦ୍ମାଳୟା ମହାପାତ୍ର ଓ ଭାରତୀୟ ବିକାଶ ପରିଷଦ ପକ୍ଷରୁ ପୃଥକ ପୃଥକ ଭାବେ ଦୁଇଟି ମାମଲା ଦାୟର କରାଯାଇଛି। ମାମଲା ଦୁଇଟିରେ ରାଜ୍ୟ ଗୃହ ସଚିବ,ମୁଖ୍ୟ ଶାସନ ସଚିବ,ପୋଲିସ ମହାନିର୍ଦେଶକ, ନୟାଗଡ଼ ଜିଲ୍ଲାପାଳ, ନୟାଗଡ଼ ଏସ୍ପି,ନୟାଗଡ଼ ସଦର ଥାନାଧିକାରୀଙ୍କୁ ପକ୍ଷଭୁକ୍ତ କରାଯାଇଛି।

ପରୀ ପ୍ରସଙ୍ଗର ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା

ଭାରତୀୟ ବିକାଶ ପରିଷଦ ପକ୍ଷରୁ ଆଗତ ଜନସ୍ବାର୍ଥ ମାମଲାରେ ଆବେଦନ କରାଯାଇଛି ଯେ, ବାହ୍ୟ ଚାପ ମୁକ୍ତ ତଦନ୍ତକାରୀ ସଂସ୍ଥାକୁ ଏହି ତଦନ୍ତ ଦାୟିତ୍ବ ଦିଆଯାଉ। ପରୀର ବାପାଙ୍କ ଅଭିଯୋଗ ଅନୁଯାୟୀ କିଡନୀ ଓ ଆଖି ଚୋର ରାକେଟ ଏହା ପଛରେ ଥିବା ବେଳେ ଏହା ଜଘନ୍ୟ ଅପରାଧ। ତେଣୁ ଯେତେ ପ୍ରଭାବଶାଳୀ ବ୍ୟକ୍ତି ଥାନ୍ତୁ ନା କାହିଁକି ଏହାର ସଠିକ କରାଯାଇ ଅବା ସିବିଆଇ ଦ୍ବାରା ତଦନ୍ତ କରାଯାଉ।

ଏହାସହ ପରୀ ପରିବାର ମାନସିକ ଚିନ୍ତାରେ ଥିବାବେଳେ ସେମାନଙ୍କୁ ଗାଁରୁ ବିତାଡିତ କରାଯାଇଛି। ତେଣୁ ପୀଡିତାଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ପ୍ରାର୍ଥନା କରାଯାଇଛି। ସେହିପରି ପଦ୍ମାଳୟା ମହାପାତ୍ରଙ୍କ ପକ୍ଷରୁ ହୋଇଥିବା ଆବେଦନରେ ଏହି ଘଟଣାର ତଦନ୍ତ ପାଇଁ ସ୍ବତନ୍ତ୍ର ଇନଭେଷ୍ଟିଗେସନ ଟିମ ଗଠନ କରାଯାଉ କିମ୍ବା ସିବିଆଇ ଦ୍ବାରା ତଦନ୍ତ କରାଯାଉ। ପରୀ ପରିବାରକୁ ସୁରକ୍ଷା ଯୋଗାଇ ଦେବାକୁ ନୟାଗଡ଼ ଏସପିଙ୍କୁ ନିର୍ଦ୍ଦେଶ ଦିଆଯିବା ସହ ସରକାରଙ୍କ ପକ୍ଷରୁ ତାଙ୍କ ପରିବାରକୁ କ୍ଷତିପୂରଣ ଯୋଗାଇ ଦେବାକୁ ପ୍ରାର୍ଥନା କରାଯାଇଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated :Nov 27, 2020, 12:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.