ETV Bharat / state

Zero Night Celebration: କଟକରେ ଜୋରଦାର ପ୍ରସ୍ତୁତି, ସଜେଇ ହେଉଛି କ୍ଲବ-ହୋଟେଲ

author img

By

Published : Dec 28, 2022, 6:03 PM IST

ଓସିଏ କ୍ଲବରେ ଜିରୋ ନାଇଟ ସେଲିବ୍ରେସନ ପାଇଁ ଜୋରଦାର ପ୍ରସ୍ତୁତି
ଓସିଏ କ୍ଲବରେ ଜିରୋ ନାଇଟ ସେଲିବ୍ରେସନ ପାଇଁ ଜୋରଦାର ପ୍ରସ୍ତୁତି

ନୂଆ ବର୍ଷକୁ ଧୂମଧାମରେ ପାଳିବା ପାଇଁ ସଜେଇ ହେଉଛି କଟକ । ସହରର ବିଭିନ୍ନ ହୋଟେଲ ଏବଂ କ୍ଲବରେ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । କେଉଁଠି କୋଲକାତା ତ ପୁଣି କେଉଁଠି ମୁମ୍ବାଇ କଳାକାର ଆସିବେ । ତା ସହ ରସିଆନ ବେଲି ଡ୍ୟାନ୍ସ ଯାଦୁ ଦେଖିବାକୁ ମିଳିବ । ଅଧିକ ପଢନ୍ତୁ

ଜିରୋ ନାଇଟ ପାଇଁ ଜୋରଦାର ପ୍ରସ୍ତୁତି, ସଜେଇ ହେଉଛି ଓସିଏ କ୍ଲବ

କଟକ: ଆଉ ହାତ ଗଣତି କେଇଟା ଦିନ ପରେ ବିଦାୟ ନେବ 2022 । ଆସିବ ନୂଆ ବର୍ଷ 2023 । ନୂଆ ଆଶା, ଆକାଂକ୍ଷା ନେଇ ନୂଆବର୍ଷକୁ ସ୍ବାଗତ କରିବାକୁ ଚାହିଁ ବସିଛନ୍ତି ବିଶ୍ବବାସୀ । ନୂଆବର୍ଷର ଆଗମନକୁ ବେଶ ଧୂମଧାମରେ ପାଳନ କରିବା ପାଇଁ କଟକର ବିଭିନ୍ନ କ୍ଳବ ହୋଟେଲରେ ଆରମ୍ଭ ହୋଇଛି ପ୍ରସ୍ତୁତି । ଜିରୋ ନାଇଟରେ ଦେଖିବାକୁ ମିଳିବ ବିଭିନ୍ନ ମଡେଲଙ୍କ ପରଫରମାନ୍ସ । କେଉଁଠି କୋଲକାତା ତ ପୁଣି କେଉଁଠି ମୁମ୍ବାଇ କଳାକାର ଆସିବେ । ତା ସହ ରସିଆନ ବେଲି ଡ୍ୟାନ୍ସ ଯାଦୁ ଦେଖିବାକୁ ମିଳିବ । ସେପଟେ କଟକର ଅନ୍ୟତମ କ୍ଲବ ଓସିଏ କ୍ଲବ ମଧ୍ୟ ଜିରୋ ନାଇଟ ସେଲିବ୍ରେସନ ପାଇଁ ପ୍ରସ୍ତୁତି ଜୋରଦାର କରିଛି ।

କଟକର ବିଭିନ୍ନ କ୍ଲବ ହୋଟେଲରେ ଜିରୋ ନାଇଟ ସେଲିବ୍ରେସନ ପାଇଁ ଚାଲିଛି ବ୍ୟାପକ ଆୟୋଜନ । ଚଳିତ ବର୍ଷ ଓସିଏ କ୍ଲବରେ ଓଡିଆ ଷ୍ଟାର ତଥା ବଲିଓଡ ସିଙ୍ଗର ରୁତୁରାଜ ମହାନ୍ତି, ଲକିଂ ଆଣ୍ଡ ପପିଂ ଷ୍ଟାର ହରିହରଙ୍କ ସହ ରସିଆନ ବେଲି ଡ୍ୟାନ୍ସ ମୁଖ୍ୟ ଆକର୍ଷଣ ରହିବ । ସେହିପରି ସହରର ସର୍ଵପୁରାତନ କଟକ କ୍ଲବରେ ମଧ୍ୟ ଜିରୋ ନାଇଟ ପାଇଁ ମୁମ୍ବାଇରୁ ଡ୍ୟାନ୍ସ ଗ୍ରୁପ ସହ ଅନେକ ବଲିଓଡ ଏବଂ ଓଲିଉଡ଼ କଳାକାରଙ୍କ କାର୍ଯ୍ୟକ୍ରମ ରହିଛି । ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ବିଭିନ୍ନ ହୋଟେଲରେ ଫୁଡ କୋର୍ଟ ମଧ୍ୟ କରାଯିବ । ଷ୍ଟାଟର ସହ ଭେଜ, ନନଭେଜ, ଚାଇନିଜ, କଣ୍ଟିନେଣ୍ଟାଲ ଫୁଡ଼ ବ୍ୟବସ୍ଥା କରାଯାଇଛି ।

ଅନ୍ୟପଟେ ଜିରୋ ନାଇଟ ଓ ନୂଆବର୍ଷକୁ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.