ETV Bharat / state

ନବନିର୍ବାଚିତ OCA ସଦସ୍ୟଙ୍କ ଦାୟିତ୍ୱ ଗ୍ରହଣ, ବାରବାଟୀ ବିକାଶ ପାଇଁ ଅଛି ମେଗା ପ୍ଲାନ କହିଲେ ପ୍ରଣବ

author img

By

Published : Oct 28, 2022, 4:27 PM IST

Updated : Oct 28, 2022, 4:37 PM IST

OCA ନିର୍ବାଚନ ଫଳାଫଳ: ପ୍ରଣବ ପ୍ରକାଶ ଦାସ ସଭାପତି, ସଞ୍ଜୟ ବେହେରା ସମ୍ପାଦକ ନିର୍ବାଚିତ
OCA ନିର୍ବାଚନ ଫଳାଫଳ: ପ୍ରଣବ ପ୍ରକାଶ ଦାସ ସଭାପତି, ସଞ୍ଜୟ ବେହେରା ସମ୍ପାଦକ ନିର୍ବାଚିତ

ପ୍ରକାଶ ପାଇଲା ଓସିଏ (Odisha Cricket Association) ନିର୍ବାଚନ ଫଳାଫଳ । ପ୍ରଣବ ପ୍ରକାଶ ଦାସ ଓସିଏ ସଭାପତି ନିର୍ବାଚିତ । ଦ୍ବିତୀୟ ଥର ପାଇଁ ଓସିଏ ସମ୍ପାଦକ ଭାବେ ନିର୍ବାଚିତ ହେଲେ ସଞ୍ଜୟ ବେହେରା । ୬ଟି ପଦବୀ ପାଇଁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେଲେ ପ୍ରାର୍ଥୀ । ଅଧିକ ପଢ଼ନ୍ତୁ

କଟକ: ଓଡିଶା କ୍ରିକେଟ ଆସୋସିଏସନର(OCA) ସଭାପତି ନିର୍ବାଚିତ ହୋଇଛନ୍ତି ପ୍ରଣବ ପ୍ରକାଶ ଦାସ । ସେହିପରି ସଞ୍ଜୟ ବେହେରା ଦ୍ବିତୀୟ ଥର ପାଇଁ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି । ସଭାପତି ଓ ସମ୍ପାଦକଙ୍କ ସହ ୬ଟି ପଦବୀ ପାଇଁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେଲେ ପ୍ରାର୍ଥୀ । ଓସିଏ (Odisha Cricket Association) ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ବାଣ ଫୁଟାଇ ବିଜୟ ଉତ୍ସବ ମନାଇଛନ୍ତି ସମର୍ଥକ ।

OCA ନିର୍ବାଚନ: ପ୍ରଣବ ପ୍ରକାଶ ଦାସ ସଭାପତି ସଭାପତି

ଓଡ଼ିଶା କ୍ରିକେଟ ଆସୋସିଏସନର ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି । ୬ଟି ପଦବୀ ପାଇଁ ନିର୍ଦ୍ବନ୍ଦ୍ବରେ ପ୍ରାର୍ଥୀ ନିର୍ବାଚିତ ହୋଇଛନ୍ତି । ଯାଜପୁର ବିଧାୟକ ତଥା ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ପ୍ରଥମ ଥର ପାଇଁ ଓସିଏ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ସମ୍ପାଦକ ଭାବେ ଦ୍ବିତୀୟ ଥର ପାଇଁ ନିଜର ଗାଦି ଅଧିକୃତ କରିଛନ୍ତି ସଞ୍ଜୟ ବେହେରା । ସେହିଭଳି ବିକାଶ ପ୍ରଧାନ ପୁଣି ଥରେ କୋଷାଧ୍ୟକ୍ଷ ପଦରେ ନିର୍ବାଚିତ ହୋଇଛନ୍ତି । ତେବେ ଆଜି (ଶୁକ୍ରବାର) ଓସିଏ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ବାଣ ଫୁଟାଇ ବିଜୟ ଉତ୍ସବ ମନାଇଛନ୍ତି ସମର୍ଥକ ।

ଏହି ଅବସରରେ ନବନିର୍ବାଚିତ ଓସିଏ ସଭାପତି ପ୍ରଣବ ପ୍ରକାଶ ଦାସ କହିଛନ୍ତି, "କ୍ରିକେଟ ହେଉଛି ସବୁଠାରୁ ଲୋକପ୍ରିୟ ଖେଳ । ଓଡ଼ିଶା କ୍ରିକେଟ ବୋର୍ଡର ସମସ୍ତ ସଦସ୍ୟଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ବାରବାଟୀର ବିକାଶ କରାଯିବ । ତୃଣମୂଳସ୍ତରରୁ କ୍ରିକେଟ ପ୍ରତିଭାଙ୍କୁ ସୁଯୋଗ ମିଳିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକି ଜରିଆରେ ବିଶ୍ବସ୍ତରରେ ଓଡ଼ିଶାର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ସେହିଭଳି କ୍ରିକେଟର ଲୋକପ୍ରିୟତା ଅନୁସାରେ ଏହାର ବିକାଶ କରାଯିବ ।"

ସେହିଭଳି ରାଜ୍ୟରେ କ୍ରିକେଟ ଓ ବାରବାଟୀ ଷ୍ଟାଡିୟମକୁ ଆଗକୁ ନେବାକୁ ଧ୍ୟାନ ଦିଆଯିବ ବୋଲି କହିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା ।

ଇଟିଭି ଭାରତ, କଟକ

Last Updated :Oct 28, 2022, 4:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.