ETV Bharat / state

ମାହାଙ୍ଗା ନାବାଳିକା ମୃତ୍ୟୁ ମାମଲା: ପୋଲିସର ତଦନ୍ତ ଆରମ୍ଭ, ନିଜଆଡୁ ମାମଲା ରୁଜୁ କଲା ମହିଳା କମିଶନ, ପୂର୍ବତନ ବିଜେଡି ବ୍ଲକ ଅଧ୍ୟକ୍ଷ ସସପେଣ୍ଡ

author img

By

Published : Aug 17, 2023, 8:01 PM IST

Updated : Aug 17, 2023, 9:34 PM IST

କଟକ ମାହାଙ୍ଗା ନାବାଳିକା ମୃତ୍ୟୁ ଘଟଣା । ପୋଲିସର ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ନିଜ ଆଡୁ ମାମଲା ରୁଜୁ କଲା ମହିଳା କମିଶନ । ଅଧିକ ପଢନ୍ତୁ

minor girl rape
minor girl rape

ମାହାଙ୍ଗା ନାବାଳିକା ମୃତ୍ୟୁ ମାମଲା: ପୋଲିସର ତଦନ୍ତ ଆରମ୍ଭ

କଟକ: ମାହାଙ୍ଗା ନାବାଳିକା ମୃତ୍ୟୁ ଘଟଣାରେ ପୋଲିସ ଏହାର ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି । ଗତକାଲି ନାବାଳିକାଙ୍କ ଗାଁକୁ ଯାଇ ଅନେକ ଲୋକଙ୍କ ପଚରାଉଚରା କରିଥିବା କଟକ ଅତିରିକ୍ତ ଏସପି ଆଜି ଜଗତସିଂପୁରକୁ ଯାଇ ଖେଳ ଶିକ୍ଷକଙ୍କୁ ପଚରା ଉଚରା କରିଛନ୍ତି । ଏଥି ସହ ଏହି ମାମଲାରେ ୪ ଜଣଙ୍କ ମୋବାଇଲ ଫୋନ ମଧ୍ୟ ଜବତ କରିଛି ପୋଲିସ ଟିମ । ସେପଟେ ରାଜ୍ୟ ମହିଳା କମିଶନ ପୁରା ପ୍ରସଙ୍ଗରେ କଟକ ଗ୍ରାମାଞ୍ଚଳ ଏସପିଙ୍କଠାରୁ ରିପୋର୍ଟ ତଲବ କରିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ନାବାଳିକାଙ୍କ ମୃତ୍ୟୁର କିଛି ଦିନ ପରେ ତତ୍କାଳୀନ ଏସପିଙ୍କ ନିର୍ଦ୍ଦେଶ ପରେ ଜଣେ ପୋଲିସ ଅଧିକାରୀ ନାବାଳିକାଙ୍କ ଗାଁରେ ପହଁଚି ଛାନଭିନ କରିଥିଲେ ଏବଂ ନାବାଳିକାଙ୍କୁ ହତ୍ୟା କରାଯିବା ନେଇ କୌଣସି ପ୍ରମାଣ ନଥିବା ଦର୍ଶାଇ କୁଆଡେ ତତ୍କାଳୀନ ଏସପିଙ୍କୁ ଏକ ରିପୋର୍ଟ ପ୍ରଦାନ ମଧ୍ୟ କରିଥିଲେ । ନାବାଳିକାଙ୍କ ମୃତ୍ୟୁକୁ ନେଇ ଏବେ ବଢ଼ିବାରେ ଲାଗିଛି ଚର୍ଚ୍ଚା । ଏହା ଏକ ଆତ୍ମହତ୍ୟା, ହତ୍ୟା ନା ବାତଜନିତ ମୃତ୍ୟୁ ତାହା ଜଣାପଡିନାହିଁ । ଯଦିଓ ଏନେଇ କୌଣସି ସତ୍ୟାସତ୍ୟ ଜଣାପଡି ନାହିଁ ତଥାପି ମୃତ୍ୟୁକୁ ନେଇ ବଢ଼ିବାରେ ଲାଗିଛି ସସପେନ୍ସ ।

ଏହା ବି ପଢନ୍ତୁ- ନାବାଳିକାଙ୍କ ସନ୍ଦେହଜନକ ମୃତ୍ୟୁ; ଭାଇରାଲ ଅଡିଓ ନେଇ ତେଜିଲା ରାଜନୀତି

ନିଜ ସ୍କୁଲର କ୍ରୀଡ଼ା ଶିକ୍ଷକଙ୍କ ସହ ନାବାଳିକାଙ୍କ ପ୍ରେମ ସମ୍ପର୍କ ଗଢି ଉଠିବାରୁ ନାବାଳିକାଙ୍କ ବାପା, ନିଜ ଝିଅକୁ ବିଷ ଦେଇ ହତ୍ୟା କରିଥିବା ଅଭିଯୋଗ ହୋଇଛି । ପରେ ପୂର୍ବତନ ମାହାଙ୍ଗା ବ୍ଲକ ଅଧକ୍ଷ ଶରତ ନାୟକଙ୍କ ସହ ମିଶି ମୃତଦେହକୁ ପୋଡିବା ପରେ ପାଉଁଶକୁ ନଦୀରେ ଭସାଇ ଦେଇଥିବା ଅଭିଯୋଗ ହେଉଛି । ତେବେ ଏକ ହାତ ଲେଖା ଚିଠି ଓ ଶରତ ନାୟକ ଏବଂ କ୍ରୀଡା ଶିକ୍ଷକଙ୍କ ମାଆଙ୍କ ମୋବାଇଲ ବାର୍ତ୍ତାଳାପର ଭାଇରାଲ ଅଡିଓ ଏହି ଅଭିଯୋଗର ସତ୍ୟତାକୁ ପ୍ରମାଣିତ କରୁଛି । ଏହି ଘଟଣାରେ ସ୍ଥାନୀୟ ପୋଲିସର ଭୂମିକା ସନ୍ଦେହ ଘେରରେ ରହିଛି । ଏନେଇ ମାହାଙ୍ଗାର କଂଗ୍ରେସ ନେତା ଦେବେନ୍ଦ୍ର ସାହୁ ପୋଲିସର ତଦନ୍ତ ଉପରେ ପ୍ରଶ୍ନ ଉଠାଇଛନ୍ତି ।

ମହିଳା କମିଶନର ରିପୋର୍ଟ ତଲବ:- ମାହାଙ୍ଗା ନାବାଳିକା ରହସ୍ୟ ମୃତ୍ୟୁ ଘଟଣାରେ ନିଜଆଡୁ ମାମାଲ ରୁଜୁ କଲା ମହିଳା କମିଶନ। ଏସପିଙ୍କୁ ରିପୋର୍ଟ ତଲବ କଲେ ମହିଳା କମିଶନ । ୧୫ ଦିନ ଭିତରେ ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ । ଘଟଣାରେ ସମ୍ପୃକ୍ତ ଥିବା ସମସ୍ତ ଅଭିଯୋଗ ଉପରେ ହେବ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ମହିଳା କମିଶନ ଅଧ୍ୟକ୍ଷା ମିନତି ବେହେରା ସୂଚନା ଦେଇଛନ୍ତି।

ପୂର୍ବତନ ମାହାଙ୍ଗା ବ୍ଲକ ଅଧକ୍ଷ ଶରତ ନାୟକ ସସପେଣ୍ଡ
ପୂର୍ବତନ ମାହାଙ୍ଗା ବ୍ଲକ ଅଧକ୍ଷ ଶରତ ନାୟକ ସସପେଣ୍ଡ

ପୂର୍ବତନ ମାହାଙ୍ଗା ବ୍ଲକ ଅଧକ୍ଷ ଶରତ ନାୟକ ସସପେଣ୍ଡ:- ଏହି ଘଟଣାକୁ ନେଇ ପୂର୍ବତନ ମାହାଙ୍ଗା ବ୍ଲକ ଅଧକ୍ଷ ଶରତ ନାୟକଙ୍କୁ ସସପେଣ୍ଡ କରିଛନ୍ତି କଟକ ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ । ଶରତଙ୍କୁ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ସସପେଣ୍ଡ କଲେ ଜିଲ୍ଲା ସଭାପତି । ମାହାଙ୍ଗା ନାବାଳିକା ମୃତ୍ୟୁ ମାମଲାରେ ଜଣେ ମହିଳାଙ୍କ ସହ ବାର୍ତ୍ତାଳାପର ଏକ ଅଡିଓ ଭାଇରାଲ ହୋଇଥିଲା । ଏହି ଅଡିଓରେ ମୃତ ନାବାଳିକାଙ୍କ ମୃତଦେହ ବ୍ୟବଚ୍ଛେଦ ସମ୍ପର୍କରେ କଥା ହେବା ସହ ମାମଲାର ରଫା ଦଫା ପାଇଁ ୭୦ ହଜାର ଟଙ୍କା ଦାବି କରିଥିଲେ । ଯାହାକୁ ନେଇ ଅନେକ ଚର୍ଚ୍ଚା ଲାଗି ରହିଥିଲା । ଅଡିଓରେ ଜାଣିଶୁଣି ଅର୍ଦ୍ଧଦଗ୍ଧ ଶରୀରକୁ ପାଣିରେ ପକାଯାଇଥିବା କଥା କୁହାଯାଇଛି । ସେହିପରି ଏକଥାକୁ ଚପାଇବା ପାଇଁ ଉଦ୍ୟମ କରାଯାଇଥିବା କଥା ବି ସ୍ପଷ୍ଟ ଜଣାପଡୁଛି । ତେବେ ଏହି ଅଡିଓଟିର ସତ୍ୟାସତ୍ୟର ଯାଞ୍ଚ କରିବାକୁ ସଂଗଠନ ପକ୍ଷରୁ ଦାବି କରାଯାଇଛି । ଅନ୍ୟପଟେ ଏନେଇ ନାବାଳିକାଙ୍କ ବାପା କହିଛନ୍ତି ତାଙ୍କ ଝିଅର ବାତ ପାଇଁ ମୃତ୍ୟୁ ଘଟିଛି । ଯଦି ବାତ ମାରିଥିଲା ତେବେ ହସ୍ପିଟାଲଙ୍କୁ କାହିଁକି ନେଲେ ନାହିଁ ବୋଲି ପ୍ରଶ୍ନ ସୃଷ୍ଟି ହୋଇଛି । ସେହିପରି ଏହି ପ୍ରସଙ୍ଗରେ ଅଡିଓ ଭାଇରାଲ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଜଣେ ଅତିରିକ୍ତ ଏସପି ପାହ୍ୟାର ଅଧିକାରୀ ଏହି ଘଟଣାର ତଦନ୍ତ କରୁଛନ୍ତି ।

କଣ ପୁରା ଘଟଣା ? :- ସୂଚନା ଥାଉ କି କଟକ ମାହାଙ୍ଗା ଥାନା ଅଞ୍ଚଳର ଗୋକନ ପଞ୍ଚାୟତ ଶୁଖୁଆପଡା ଗ୍ରାମର ପ୍ରମୋଦ କୁମାର ଦାସଙ୍କ ନାବାଳିକା କନ୍ୟା ଗୋକନ ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପାଠ ପଢୁଥିଲେ । ଗତ ୧୮ ଜୁନ ମାସରେ ନାବାଳିକା ଦଶମଶ୍ରେଣୀ ଛାତ୍ରୀଙ୍କର ସନ୍ଦେହଜନକ ଭାବରେ ମୃତ୍ୟୁ ହୋଇଥିଲା। ଏହି ଘଟଣାକୁ ପାଖାପାଖି ୩ ମାସ ବିତିଗଲା ପରେ ଏହି ଘଟଣାରେ ଜଡିତ ଏକ ଅଡିଓ ଏବେ ଭାଇରାଲ ହେବାରେ ଲାଗିଛି । ତେବେ କମିଶନଙ୍କ ନିକଟରେ ଦାବି କରିଛନ୍ତି ଯେ ନାବାଳିକା ଦଶମ ଶ୍ରେଣୀଙ୍କର ସନ୍ଦେହଜନକ ମୃତ୍ୟୁ ଘଟଣାରେ କମିଶନଙ୍କ ଟିମ ତଦନ୍ତ କରି ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ସଙ୍ଗେ ସଙ୍ଗେ ନାବାଳିକାକୁ ନ୍ୟାୟ ଦେବା ପାଇଁ ଅନୁରୋଧ କରିଛନ୍ତି ସମାଜ ସଂଗଠନ ଲଢ଼େଇ ପରିବାର’ର ରାଜ୍ୟ ସଭାପତି ସୁବ୍ରତ ଦାଶ ।

ଇଟିଭି ଭାରତ, କଟକ

Last Updated : Aug 17, 2023, 9:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.