ETV Bharat / state

ପୋଲିସର ପରିବାର ବୋଲି କଣ କିଛି ନାହିଁ କହିଲେ ଆହତ ଅଧିକାରୀଙ୍କ ପତ୍ନୀ

author img

By

Published : Mar 1, 2023, 10:20 PM IST

ବିଧାନସଭା ଘେରାଉ ସମୟରେ ବିଜେପି କର୍ମୀ ଙ୍କ ପୋଲିସ ଉପରକୁ ଆକ୍ରମଣ । ଏହି ଆକ୍ରମଣରେ ଏ ସି ବି ରେ ଭର୍ତ୍ତି ହୋଇଥିବା ଏ ସି ପି ଅମିତାଭ ମହାପାତ୍ର ଓ ସବ ଇନିସପେକ୍ଟର ଦେବବ୍ରତ ମହାନ୍ତି ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି। ଅଧିକ ପଢନ୍ତୁ

police officers wife reaction
police officers wife reaction

police officers wife reaction

କଟକ: ପୋଲିସ କର୍ମୀଙ୍କ ଉପରେ ଏପରି ଆକ୍ରମଣ ନିନ୍ଦନୀୟ । ପୋଲିସ ସର୍ଵଦା ଲୋକଙ୍କ ସହ ଠିଆ ହେଉଛି କିନ୍ତୁ ତାଙ୍କୁ ଯଦି ଏପରି ଆକ୍ରୋଶ ମୂଳକ ଭାବରେ ଆକ୍ରମଣ କରାଯିବ ତେବେ କିଏ ଧର୍ଯ୍ୟ ଧରିବ। ପୋଲିସ ର ପୁଣି ପରିବାର ଅଛି କି ନାହିଁ। ଯେତେବେଳେ ଜଣେ ପୋଲିସକୁ ଆକ୍ରମଣ ହୁଏ ସେହି ସମୟରେ ଜଣେ ସ୍ତ୍ରୀ କିପରି ଧର୍ଯ୍ୟ ଧରିବ। ସମସ୍ତଂକୁ ସୁରକ୍ଷା ଦେଲା ଵାଲା ଯଦି ନିଜେ ଅନ୍ୟଙ୍କ ଦ୍ଵାରା ଆହତ ହେବ ସେଠି କିଏ ବା କଣ କରିବ। ଏଭଳି ଡ଼ଙ୍ଗରେ ଏସିବି ମେଡିକାଲ ରେ ଆଜି ପ୍ରତିକ୍ରିୟା ରଖିଛନ୍ତି ଦୁଇ ପୋଲିସ ଅଧିକାରୀ ଙ୍କ ପତ୍ନୀ । ଜଣେ ଏସିପି ଓ ଅନ୍ୟଜଣେ ଏଏସାଇ ଉଭୟ ଙ୍କ ମୁଣ୍ଡରେ ଲାଗିଛି ଆଘାତ ଲାଗିଥିବା ବେଳେ ଏସବି ରେ ସର୍ଜରୀ ୱାର୍ଡ ରେ ଆଡ଼ମିଟ ହୋଇ ଉଭୟ ପୋଲିସ ଅଧକାରୀ ଙ୍କ ଚିକିତ୍ସା ମଧ୍ୟ ଜାରି ରହିଛି ।

ତେବେ ଗତକାଲି ବିଧାନସଭା ଘେରାଉ ସମୟରେ ବିଜେପି କର୍ମୀ ଙ୍କ ପୋଲିସ ଉପରକୁ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣରେ ଏ ସି ବି ରେ ଭର୍ତ୍ତି ହୋଇଥିବା ଏସିପି ଅମିତାଭ ମହାପାତ୍ର ଓ ସବ ଇନିସପେକ୍ଟର ଦେବବ୍ରତ ମହାନ୍ତିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି । ଗତକାଲି ରାତିରେ କ୍ୟାପିଟାଲ ହସ୍ପିଟାଲ ରୁ ଏସିବି ମେଡିକାଲ କୁ ସ୍ଥାନାନ୍ତରିତ ହୋଇଥିଲେ 2 ପୋଲିସ ଅଫିସର । ଜଣେ କଟକ ଜୋନ 2 ଏସିପି ଅମିତାଭ ମହାପାତ୍ର ରହିଥିଲା ବେଳେ ଅନ୍ୟଜଣେ ହେଉଛନ୍ତି ମଙ୍ଗଳାବାଗ ଏସଆଇ ଦେଵବ୍ରତ ମହାନ୍ତି ।

ସେହିପରି ଉଭୟଙ୍କୁ ଏସିବି ଅଣାଯିବା ପରେ ପ୍ରଥମେ କାଜୁଆଲଟିରେ ଭର୍ତ୍ତି କରାଯାଇ ଥିଲା। ପ୍ରାଥମିକ ଚିକିତ୍ସା ଦେବା ପରେ ଉଭୟ ପୋଲିସ ଅଫିସର ଙ୍କୁ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ଚିକିତ୍ସା କରୁଛନ୍ତି। ପ୍ରାରମ୍ଭିକ ଚିକିତ୍ସା ପରେ ସମସ୍ତ ପରୀକ୍ଷା ନିରୀକ୍ଷା କରଯାଇଥିଲା । ଏସିବି ର ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ଏହି ଦୁଇ ଜଣଙ୍କ ଚିକିତ୍ସା ଜାରି ରଖିଛନ୍ତି। ସ୍ବାସ୍ଥ୍ୟମନ୍ତ୍ରୀ ହତ୍ୟା ପ୍ରସଙ୍ଗ ଓ ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ଅଭିଯୋଗ କରି ବିଜେପି ଯୁବ ମୋର୍ଚ୍ଚା ରାଜଧାନୀରେ ବିଶାଳ ରାଲି କରି ବିକ୍ଷୋଭ ପ୍ରଦର୍ଶନ କରିବା ସମୟରେ ଏହି ଅଘଟଣ ଘଟିଥିଲା । ବିକ୍ଷୋଭକାରୀମାନେ ଭିଡ଼ ଭିତରୁ ପୋଲିସ ଉପରକୁ ଗରମ ପାଣି ପାଉଚ, ଚପଲ ଓ ଅଣ୍ଡାମାଡ଼ କରିବା ପରେ ପୋଲିସ ଲାଠିଚାର୍ଜ କରିଥିଲା ।ଏହାପରେ ବାରିକେଡ ଭାଙ୍ଗି ବିଜେପି ଯୁବ ମୋର୍ଚ୍ଚା ବିଧାନସଭା ଅଭିମୁଖେ ବାହାରିଥିବା ବେଳେ ପୋଲିସ ଅଟକାଇବାକୁ ଉଦ୍ୟମ କରିଥିଲା ।

ତେବେ ଏହି ସମୟରେ ପୋଲିସ ଓ ବିଜେପି କର୍ମୀ ଧସ୍ତାଧସ୍ତି ହୋଇଥିଲେ। ସେହି ସମୟରେ ପୋଲିସ ବିଜେପି କର୍ମୀଙ୍କ ଉପରକୁ ଲାଠିଚାର୍ଜ ମଧ୍ୟ କରିଥିଲା । ଏହି ଧସ୍ତାଧସ୍ତି ବେଳେ କିଛି ବିଜେପି ଓ ପୋଲିସ କର୍ମୀ ଆହତ ହୋଇଛନ୍ତି । ପୋଲିସ ଏସିପି ଅମିତାଭ ମହାପାତ୍ର ରକ୍ତାକ୍ତ ହୋଇଥିବା ଦେଖିବାକୁ ମିଳିଥିଲା। ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବା ବେଳେ ଅନ୍ୟ ପୋଲିସ ଅଧିକାରୀ ମଧ୍ୟ ଆହତ ହୋଇଥିଲେ । ଖାଲି ସେତିକି ନୁହେଁ ପୋଲିସ ଉପରକୁ ମଧ୍ୟ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଅଣ୍ଡାମାଡ, ପାଣି ପାଉଚ, ଟେକା ପଥର ମାଡ କରିଥିବା ଦେଖିବାକୁ ମିଳିଥିଲା। ଯେଉଁଥିରେ ରକ୍ତ ଜୁଡୁବୁଡୁ ହୋଇ ଥିଲେ ପୋଲିସ ଅଧକାରୀ । ବର୍ତ୍ତମାନ ସମୟରେ ଏସିବି ରେ ଦୁଇ ପୋଲିସ ଅଧିକାରୀ ଚିକିତ୍ସା ରତ ରହିଥିବା ବେଳେ କ୍ୟାପିଟାଲ ହସ୍ପିଟାଲ ରେ ମଧ୍ୟ କିଛି ପୋଲିସ କର୍ମଚାରୀ ଚିକିତ୍ସିତ ହେଉଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.