ETV Bharat / state

ମାହାଙ୍ଗା ନାବାଳିକା ମୃତ୍ୟୁ ମାମଲା: ଶରତ ନାୟକଙ୍କୁ ଘଣ୍ଟାଏ ଜେରା, କହିଲେ ପୋଲିସ କିଛି ପଚାରିଲାନି

author img

By

Published : Aug 18, 2023, 9:32 PM IST

Updated : Aug 18, 2023, 9:58 PM IST

ମାହାଙ୍ଗା ନାବାଳିକା ମୃତ୍ୟୁ ମାମଲାରେ ଆଜି ବିଜେଡିରୁ ନିଲମ୍ବିତ ହୋଇଥିବା ପୂର୍ବତନ ବ୍ଲକ ଅଧକ୍ଷ ଶରତ ନାୟକଙ୍କୁ ପ୍ରାୟ ଏକ ଘଣ୍ଟାରୁ ଅଧିକ ସମୟ ଜେରା କରିଛି ପୋଲିସ । ତେବେ ତଦନ୍ତ ଶେଷ ହେବାପରେ ମିଳିଥିବା ତଥ୍ୟ ଓ ପ୍ରମାଣକୁ ଆଧାର କରି ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି କଟକ ଗ୍ରାମାଞ୍ଚଳ ଅତିରିକ୍ତ ଏସ୍‌ପି କହିଛନ୍ତି । ଅଧିକ ପଢ଼ନ୍ତୁ

ମାହାଙ୍ଗା ନାବାଳିକା ମୃତ୍ୟୁ ମାମଲା
ମାହାଙ୍ଗା ନାବାଳିକା ମୃତ୍ୟୁ ମାମଲା

ମାହାଙ୍ଗା ନାବାଳିକା ମୃତ୍ୟୁ ମାମଲା

କଟକ: ମାହାଙ୍ଗା ନାବାଳିକା ମୃତ୍ୟୁ ମାମଲାର ତଦନ୍ତ କରୁଛି ପୋଲିସ । ଏହି କ୍ରମରେ ବିଜେଡିରୁ ନିଲମ୍ବିତ ହୋଇଥିବା ପୂର୍ବତନ ବ୍ଲକ ଅଧକ୍ଷ ଶରତ ନାୟକଙ୍କୁ ଆଜି ଥାନାକୁ ଡାକି ତାଙ୍କର ବୟାନ ରେକର୍ଡ କରିଛି ପୋଲିସ । ଘଟଣାକୁ ପୁଙ୍ଖାନୁପୁଙ୍ଖ ଭାବେ ଛାନଭିନ କରୁଛି ପୋଲିସ । ଅନୁସନ୍ଧାନ ଶେଷ ହେବାପରେ ଯାଇ ମିଳିଥିବା ତଥ୍ୟ ଓ ପ୍ରମାଣକୁ ଆଧାର କରି ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି କଟକ ଗ୍ରାମାଞ୍ଚଳ ଅତିରିକ୍ତ ଏସ୍‌ପି ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ମାହାଙ୍ଗା ନାବାଳିକା ମୃତ୍ୟୁ ଘଟଣା: ଥାନାରେ ହାଜର ହେଲେ ଶରତ ନାୟକ

ଏହି ମାମଲାରେ ପୋଲିସର ତଦନ୍ତ ଜାରି ରହିଥିବା ବେଳେ ପୁରା ମାମଲାର କେନ୍ଦ୍ରବିନ୍ଦୁ ପାଲଟିଥିବା ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶରତ ନାୟକଙ୍କୁ ଥାନାକୁ ଡାକି ପଚରାଉଚରା କରିଛି ପୋଲିସ । ଏହି ଜେରା ସମୟରେ ସିଆରପିସିର ଧାରା ୧୬୧ ଆଧାରରେ ଶରତଙ୍କ ବୟାନ ରେକର୍ଡ କରିଛି ପୋଲିସ । ଏହି ମାମଲା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ବେଳେ ଗୁରବାର ସନ୍ଧ୍ୟାରେ ଶରତ ନାୟକ ବିଜେଡିରୁ ନିଲମ୍ବିତ ହୋଇଛନ୍ତି । ଏହାପରେ ତୁରନ୍ତ ଶୁକ୍ରବାର ସକାଳୁ ଶରତଙ୍କୁ ପୋଲିସର ମାରାଥନ ଜେରାକୁ ନେଇ ନାନା କଳ୍ପନାଜଳ୍ପନା ଆରମ୍ଭ ହୋଇଛି । କେବଳ ଶରତ ନୁହନ୍ତି, ବରଂ ଶୁକ୍ରବାର ଦିନ ନାବାଳିକା ପଢ଼ୁଥିବା ସ୍କୁଲର ପ୍ରଧାନ ଶିକ୍ଷକଙ୍କ ସମେତ ୩ ଜଣ ଅନ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀ ଏବଂ ନାବାଳିକାଙ୍କ ସହପାଠୀଙ୍କର ମଧ୍ୟ ବୟାନ ରେକର୍ଡ କରାଯାଇଛି । କିନ୍ତୁ ମୂଳ ହାତଲେଖା ଚିଠିଟି ମିଳୁନଥିବାରୁ ସେହି ହାତ ଲେଖାଟି ବାସ୍ତିବିକ ପୀଡ଼ିତାଙ୍କର ବା ନୁହେଁ ତାହା ପ୍ରମାଣିତ କରିବା ସହଜ ହେବନାହିଁ ବୋଲି ପୋଲିସ କହିଛି । ତେବେ ତଦନ୍ତ ପରେ ସମସ୍ତ କଥା ସ୍ପଷ୍ଟ ହେବ ବୋଲି କଟକ ଗ୍ରାମାଞ୍ଚଳ ଅତିରିକ୍ତ ଏସ୍‌ପି କୃଷ୍ଣ ପ୍ରସାଦ ପଟ୍ଟନାୟକ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ମାହାଙ୍ଗା ନାବାଳିକା ମୃତ୍ୟୁ ମାମଲା: ପୋଲିସର ତଦନ୍ତ ଆରମ୍ଭ, ନିଜଆଡୁ ମାମଲା ରୁଜୁ କଲା ମହିଳା କମିଶନ, ପୂର୍ବତନ ବିଜେଡି ବ୍ଲକ ଅଧ୍ୟକ୍ଷ ସସପେଣ୍ଡ

ସେ କହିଛନ୍ତି, "ଆଜି ଶରତ ନାୟକଙ୍କ ସମେତ ମୃତ ନାବାଳିକା ପଢ଼ୁଥିବା ସ୍କୁଲ ପ୍ରଧାନ ଶିକ୍ଷକ, ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀଙ୍କୁ ମଧ୍ୟ ପଚରାଉଚରା କରାଯାଇଛି । ତେବେ ଶରତ ନାୟକଙ୍କୁ ଆଜି ପ୍ରାୟ ୧ ଘଣ୍ଟାରୁ ଅଧିକ ସମୟ ଜେରା କରାଯାଇଛି । ଯଦି ଆବଶ୍ୟକ ହୁଏ, ତାଙ୍କୁ ପୁଣିଥରେ ଜେରା ପାଇଁ ଡକାଯିବ ।" ତେବେ ଏହି ସମସ୍ତ ଘଟଣା ତଦନ୍ତ ପରିସରଭୁକ୍ତ ଥିବାରୁ ଏନେଇ ଗଣମାଧ୍ୟମରେ ଅଧିକ ସୂଚନା ଦେବାକୁ ମନା କରିଦେଇଛନ୍ତି କଟକ ଗ୍ରାମାଞ୍ଚଳ ଅତିରିକ୍ତ ଏସ୍‌ପି କୃଷ୍ଣ ପ୍ରସାଦ ପଟ୍ଟନାୟକ । ତେବେ ତଦନ୍ତ ପରେ ସମସ୍ତ ତଥ୍ୟ ଗଣମାଧ୍ୟମକୁ ଜଣାଇଦିଆଯିବ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, କଟକ

Last Updated :Aug 18, 2023, 9:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.