ETV Bharat / state

ମାହାଙ୍ଗା ନାବାଳିକା ମୃତ୍ୟୁ ଘଟଣା: ଥାନାରେ ହାଜର ହେଲେ ଶରତ ନାୟକ

author img

By

Published : Aug 18, 2023, 2:11 PM IST

Updated : Aug 18, 2023, 2:49 PM IST

ମାହାଙ୍ଗା ନାବାଳିକା ମୃତ୍ୟୁ ଘଟଣା । ବିଜେଡି ନେତା ଶରତ ନାୟକର ବୟାନ ରେକର୍ଡ ହୋଇଛି । ବିଭିନ୍ନ ଦିଗକୁ ନେଇ ତଦନ୍ତ କରାଯିବ କହିଲେ ଗ୍ରାମାଞ୍ଚଳ ଏସପି । ଅଧିକ ପଢନ୍ତୁ

ମାହାଙ୍ଗା ନାବାଳିକା ମୃତ୍ୟୁ ଘଟଣା
ମାହାଙ୍ଗା ନାବାଳିକା ମୃତ୍ୟୁ ଘଟଣା

ଥାନାରେ ହାଜର ହେଲେ ଶରତ ନାୟକ

କଟକ: ମାହାଙ୍ଗା ନାବାଳିକା ମୃତ୍ୟୁ ମାମଲାରେ ସସପେନ୍ସ ଲାଗି ରହିଛି । ଆଜି ଥାନାରେ ହାଜର ହୋଇଛନ୍ତି ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶରତ ନାୟକ । ନାବାଳିକା ମୃତ୍ୟୁ ମାମଲାରେ ତାଙ୍କର ଭାଇରାଲ ହେଉଥିବା ଅଡିଓ ବିଷୟରେ ପୋଲିସ ପଚରାଉଚରା କରିବ । ଏହି ଘଟଣାରେ କଟକ ଗ୍ରାମାଞ୍ଚଳ ଏସପି ମିହିର ପଣ୍ଡା ପ୍ରତିକ୍ରିୟା ଦେଇଛନ୍ତି, ''ଶରତ ନାୟକଙ୍କୁ ପଚରାଉଚରା କରାଯାଇଛି । ବିଭିନ୍ନ ଦିଗକୁ ନେଇ ଘଟଣାର ତଦନ୍ତ ହେବ । ଏଥିରେ ସମ୍ପୃକ୍ତ ସମସ୍ତ ପକ୍ଷଙ୍କୁ ଜେରା କରାଯିବ । ଭାଇରାଲ ହେଉଥିବା ଅଡିଓ କ୍ଲିପକୁ ଯାଞ୍ଚ କରାଯିବ । ଗଣମାଧ୍ୟମରେ ଦର୍ଶାଯାଇଥିବା କିଛି ତଥ୍ୟ ଉପରେ ମଧ୍ୟ ପୋଲିସ ନଜର ଦେଉଛି । ଅତିରିକ୍ତ ଏସପି ଏହି ଘଟଣାର ତଦନ୍ତ କରୁଛନ୍ତି । ସମ୍ପୂର୍ଣ୍ଣ ଯାଞ୍ଚ ରିପୋର୍ଟ ଆସିବା ପରେ ତଦନୁସାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ।''

ମିଳିଥିବା ସୂଚନା ଅନୁସାରେ, ଗତକାଲି ତଦନ୍ତକାରୀ ଟିମ୍ କ୍ରୀଡ଼ା ଶିକ୍ଷକ ଓ ତାଙ୍କର ମାଆ, ଶରତ ନାୟକ, ମୃତକଙ୍କ ବାପା ଓ ମାଆଙ୍କୁ ପଚରାଉଚରା କରିଥିଲେ । ଏହାରି ଭିତରେ ପୂର୍ବତନ ମାହାଙ୍ଗା ବ୍ଲକ ଅଧକ୍ଷ ତଥା ବିଜେଡି ନେତା ଶରତ ନାୟକ ସସପେଣ୍ଡ ହୋଇଛନ୍ତି । ଦଳର ପ୍ରାଥମିକ ସଦସ୍ୟ ପଦରୁ ସସପେଣ୍ଡ କରିଛନ୍ତି ଜିଲ୍ଲା ସଭାପତି । ନାବାଳିକା ମୃତ୍ୟୁ ମାମଲାରେ ଜଣେ ମହିଳାଙ୍କ ସହ ବାର୍ତ୍ତାଳାପର ଏକ ଅଡିଓ ଭାଇରାଲ ହୋଇଥିଲା । ଏହି ଅଡିଓରେ ନାବାଳିକାଙ୍କ ମୃତ୍ୟୁ ପରେ ମୃତଦେହ ବ୍ୟବଚ୍ଛେଦ ସମ୍ପର୍କରେ କଥା ହେବା ସହ ମାମଲାର ରଫାଦଫା ପାଇଁ ୭୦ ହଜାର ଟଙ୍କା ଦାବି କରିଥିଲେ । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା ।

ଏହାମଧ୍ୟ ପଢନ୍ତୁ: ନାବାଳିକାଙ୍କ ସନ୍ଦେହଜନକ ମୃତ୍ୟୁ; ଭାଇରାଲ ଅଡିଓ ନେଇ ତେଜିଲା ରାଜନୀତି

ଅଭିଯୋଗ ମୁତାବକ, ଗତ ୧୮ ତାରିଖରେ ମାହାଙ୍ଗା ଅଞ୍ଚଳରେ ଜଣେ ନାବାଳିକାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିଲା । ସେହି ନାବାଳିକା ଜଣକ ଦଶମ ଶ୍ରେଣୀରେ ପାଠ ପଢୁଥିଲେ ଏବଂ ଉକ୍ତ ସ୍କୁଲର ଜଣେ କ୍ରୀଡା ଶିକ୍ଷକଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିବା ଚର୍ଚ୍ଚା ହେଉଛି । ଏନେଇ ପରିବାର ଲୋକ ଜାଣିବାରୁ ନାବାଳିକା ଜୀବନ ହାରି ଦେଇଥିଲେ । ମାତ୍ର ପରିବାର ଲୋକ ଝିଅକୁ ଅତି ତରବରିଆ ଭାବରେ ପୋଡି ଦେଇଥିବା ଅଭିଯୋଗ ହୋଇଛି । ନାବାଳିକାଙ୍କ ମୃତଦେହ ବ୍ୟବଚ୍ଛେଦ ନକରାଇ କାହିଁକି ତରବରିଆ ଭାବରେ ପୋଡି ଦେଲେ ଏବଂ ପୋଡିବା ପରେ କାହିଁକି ଅର୍ଦ୍ଧ ଦଗ୍ଧ ଶରୀରକୁ ନଦୀରେ ଭସାଇ ଦେଲେ ତାହାକୁ ନେଇ ଏବେ ଅନେକ ପ୍ରଶ୍ନ ଉଙ୍କି ମାରୁଛି ।

ଭାଇରାଲ ହେଉଥିବା ଅଡିଓରେ ନାବାଳିକାଙ୍କ ମୃତଦେହ ସତ୍କାରକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି କରିଛି । ଜାଣିଶୁଣି ଅର୍ଦ୍ଧଦଗ୍ଧ ଶରୀରକୁ ପାଣିରେ ଭସାଇ ଦିଆଯାଇଥିବ କଥା କୁହାଯାଇଛି । ସେହିପରି ଏ କଥାକୁ ଚପାଇବା ପାଇଁ ଉଦ୍ୟମ କରାଯାଇଥିବା କଥା ବି ଅଡିଓରୁ ସ୍ପଷ୍ଟ ଜଣାପଡୁଛି । ଏହି ଅଡିଓର ସତ୍ୟାସତ୍ୟ ଯାଞ୍ଚ କରିବାକୁ ସାମାଜିକ ସଙ୍ଗଠନ ପକ୍ଷରୁ ଦାବି କରାଯାଇଛି । ଅନ୍ୟପଟେ ନାବାଳିକାଙ୍କ ବାପା ଝିଅର ବାତ ପାଇଁ ମୃତ୍ୟୁ ଘଟିଥିବା ଦାବି କରିଛନ୍ତି । ତେବେ ଯଦି ବାତ ମାରିଥିଲା ତାହାହେଲେ ସେ କାହିଁକି ହସ୍ପିଟାଲକୁ ନେଲେନି ବୋଲି ପ୍ରଶ୍ନ ଉଠିଛି । ବର୍ତ୍ତମାନ ଭାଇରାଲ ଅଡିଓ ଘଟଣାରେ ତଦନ୍ତ ଆରମ୍ଭ ହୋଇଛି । ଜଣେ ଅତିରିକ୍ତ ଏସପି ପାହ୍ୟାର ଅଧିକାରୀ ଏହି ଘଟଣାର ତଦନ୍ତ କରୁଛନ୍ତି ।

ଇଟିଭି ଭାରତ, କଟକ

Last Updated : Aug 18, 2023, 2:49 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.