ETV Bharat / state

ପୋଲିସର ଫ୍ଲାଗ ମାର୍ଚ୍ଚ, ଦଶହରା ଜଗିବେ 60 ପ୍ଲାଟୁନ ଫୋର୍ସ

author img

By

Published : Oct 1, 2022, 11:04 AM IST

ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ,ଦଶହରା ଜଗିବେ 60 ପ୍ଲାଟୁନ
ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ,ଦଶହରା ଜଗିବେ 60 ପ୍ଲାଟୁନ

କଟକରେ କମିଶନରେଟ ପୋଲିସର ଫ୍ଲାଗ ମାର୍ଚ୍ଚ । ଦୁର୍ଗା ପୂଜା ଉପଲକ୍ଷେ ଶୁକ୍ରବାର କଟକରେ କମିଶନରେଟ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇଛି । ଅଧିକ ପଢନ୍ତୁ

କଟକ: ଦୁର୍ଗାପୂଜା ଉପଲକ୍ଷେ କମିଶନରେଟ ପୋଲିସର ଫ୍ଲାଗ ମାର୍ଚ୍ଚ । ଡିସିପିଙ୍କ ନେତୃତ୍ବରେ 10 ପ୍ଲାଟୁନ ପୋଲିସ ଫୋର୍ସ ଏହି ଫ୍ଲାଗ ମାର୍ଚ୍ଚରେ ସାମିଲ ହୋଇଥିଲେ । ରେଳ ଷ୍ଟେସନ ନିକଟରୁ ବାହାରି କଟକର ପ୍ରମୁଖ ଛକ ବଜାର ଦେଇ ପ୍ରତ୍ୟେକ ଗଳି ସାହିରେ ବୁଲିଥିଲା ଏହି ଟିମ । ତେବେ ଏହି ଫ୍ଲାଗ ମାର୍ଚ୍ଚର ମୂଳ ଲକ୍ଷ୍ୟ ରହିଛି କିପରି ଦୁର୍ଗାପୂଜା ସମୟରେ ସହରରେ ଶାନ୍ତି ଶୃଙ୍ଖଳା ବଜାୟ ରହିବ ।

ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ,ଦଶହରା ଜଗିବେ 60 ପ୍ଲାଟୁନ

ଗୋଟିଏ ପଟେ ପୂଜା ସମୟରେ ରାଜ୍ୟ ତଥା ରାଜ୍ୟ ବାହାରୁ ଶ୍ରଦ୍ଧାଳୁ ଓ ଭକ୍ତ କଟକ ଆସିବେ । ଏନେଇ ସେମାନଙ୍କ ସୁରକ୍ଷା ଓ ଟ୍ରାଫିକ ଦିଗକୁ କିପରି ସୂଚାର ରୂପେ ପାଳନ କରାଯିବ ସେନେଇ ବ୍ଲୁ ପ୍ରିଣ୍ଟ ଶେଷ କରାଯାଇଛି । ଏହାସହ ଦଶହରା ସମୟରେ 60 ପ୍ଲାଟୁନ ଫୋର୍ସ ସହ 100ରୁ ଊର୍ଦ୍ଧ୍ବ ପୋଲିସ ଅଧିକାରୀ କଟକରେ ମୁତୟନ ରହିବେ ।

ତେବେ ଏନେଇ କଟକ ଡିସିପି ପିନାକ ମିଶ୍ର କହିଛନ୍ତି," ପୂଜାରେ ସମାଗମ ବହୁତ ରହିବ । ସେଥିପାଇଁ କମିଶନରେଟ ପୋଲିସ ତରଫରୁ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତି କରାଯାଇଛି । ଚଳିତ ବର୍ଷ ପୂଜା ପାଇଁ ଆମେ ପୂରା ପ୍ରସ୍ତୁତ । ଏହି ଦଶହରାକୁ କଟକ ସହରରେ କେମିତି ସୁରୁଖୁରୁରେ ପାଳନ କରିବେ ସେଥିପ୍ରତି ଧ୍ୟାନ ଦିଆଯାଉଛି । ଏଥିସହିତ ପୂଜାରେ ବହୁତ ଭିଡ ହେବା ନେଇ ଆମେ ଆଶା କରୁଥିବାରୁ ଏନେଇ ଆଜି ଆମେ ଫ୍ଲାଗ ମାର୍ଚ୍ଚ କରିଥିଲୁ । "

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.