ETV Bharat / state

ସାଂସଦ ଏବଂ ବିଧାୟକଙ୍କ ବିରୋଧରେ 423ଟି ଫୌଜଦାରୀ ମାମଲା ବିଚାରାଧୀନ, ସତ୍ୟପାଠ ଦାଖଲ ନିର୍ଦ୍ଦେଶ

author img

By ETV Bharat Odisha Team

Published : Jan 12, 2024, 7:04 AM IST

ରାଜ୍ୟରେ ନେତାମାନଙ୍କ ନାଁରେ ବିଚାରାଧିନ ଥିବା ଫୌଜଦାରୀ ମାମଲାର ହେବ ଶୁଣାଣି
ରାଜ୍ୟରେ ନେତାମାନଙ୍କ ନାଁରେ ବିଚାରାଧିନ ଥିବା ଫୌଜଦାରୀ ମାମଲାର ହେବ ଶୁଣାଣି

423 criminal cases pending against MLAs ans MPs in Odisha: ରାଜ୍ୟରେ ବିଭିନ୍ନ ସାଂସଦ ଏବଂ ବିଧାୟକଙ୍କ ବିରୋଧରେ 423 ଟି ଫୌଜଦାରୀ ମାମଲା ବିଚାରାଧୀନ ରହିଛି । ଏସବୁ ମାମଲା ଗୁଡିକର ତ୍ୱରିତ ଶୁଣାଣି ପାଇଁ କଣ ପଦକ୍ଷେପ ଗ୍ରହଣ କରାଯାଉଛି ସେନେଇ ସତ୍ୟପାଠ ଦାଖଲ କରିବାକୁ ସରକାରୀ ଓକିଲଙ୍କୁ ନିର୍ଦ୍ଦେଶ । ଅଧିକ ପଢନ୍ତୁ

କଟକ: ରାଜ୍ୟରେ ବିଭିନ୍ନ ସାଂସଦ ଏବଂ ବିଧାୟକଙ୍କ ବିରୋଧରେ ସମୁଦାୟ 423 ଟି ଫୌଜଦାରୀ ମାମଲା ବିଚାରାଧୀନ ରହିଛି । ସୁପ୍ରିମ କୋର୍ଟଙ୍କ ନିର୍ଦେଶ ଅନୁଯାୟୀ ହାଇକୋର୍ଟ ନିଜ ଆଡୁ ଦାୟର କରିଥିବା ମାମଲାରେ ଏହି ତଥ୍ୟ ସାମ୍ନାକୁ ଆସିଛି । ତେବେ ଏସବୁ ମାମଲା ଗୁଡିକର ତ୍ୱରିତ ଶୁଣାଣି ପାଇଁ କଣ ପଦକ୍ଷେପ ଗ୍ରହଣ କରାଯାଉଛି । ସତ୍ୟପାଠ ଦାଖଲ କରିବାକୁ ସରକାରୀ ଓକିଲ ଙ୍କୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି । ଦୁଇ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି। ତେବେ ଏସବୁ ମାମଲା ଗୁଡିକର ତ୍ୱରିତ ଶୁଣାଣି ପାଇଁ କଣ ପଦକ୍ଷେପ ଗ୍ରହଣ କରାଯାଉଛି ସେନେଇ ସତ୍ୟପାଠ ଦାଖଲ କରିବାକୁ ସରକାରୀ ଓକିଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଦୁଇ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି ।



ଏହାମଧ୍ୟ ପଢନ୍ତୁ.. ନୂଆ ଜିଲ୍ଲା ଘୋଷଣାରେ ଅଙ୍କୁଶ, ଜିଲ୍ଲା ଗଠନ ପାଇଁ ଜରୁରୀ ହାଇକୋର୍ଟଙ୍କ ଅନୁମତି


ରାଜ୍ୟରେ ସାଂସଦ ଓ ବିଧାୟକଙ୍କ ବିରୋଧରେ ବିଚାରାଧୀନ ଫୌଜଦାରୀ ମାମଲା ଗୁଡିକର ହେବ ତ୍ବରିତ ଶୁଣାଣି । ଏନେଇ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ହାଇକୋର୍ଟ ନିଜ ଆଡ଼ୁ ରୁଜୁ କରିଥିବା ମାମଲାର ଶୁଣାଣି ସମୟରେ ସାଂସଦ ଓ ବିଧାୟକଙ୍କ ବିରୋଧରେ ମୋଟ ୪୨୩ଟି ମାମଲା ବିଭିନ୍ନ ଅଦାଲତରେ ବିଚାରାଧୀନ ଥିବା ସ୍ପଷ୍ଟ ହୋଇଛି । ୨୦୨୩, ଡିସେମ୍ବର ୩୧ ଶେଷ ସୁଦ୍ଧା ରହିଥିବା ଏହି ସବୁ ମାମଲାଗୁଡିକୁ ପ୍ରାଥମିକତା ଭିତ୍ତିରେ ଫଏସଲା କରିବା ପାଇଁ ପଦକ୍ଷେପ ନେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାରେ କଣ ପଦକ୍ଷେପ ଗ୍ରହଣ କରାଯାଉଛି ସେ ନେଇ ସତ୍ୟପାଠ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସରକାରୀ ଓକିଲଙ୍କୁ ଏହି ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।



ସୁପ୍ରିମକୋର୍ଟ ‘ଅଶ୍ବିନୀ କୁମାର ଉପାଧ୍ୟାୟ ବନାମ କେନ୍ଦ୍ର ସରକାର’ ମାମଲାର ଶୁଣାଣି କରି ୨୦୨୩, ନଭେମ୍ବର ୯ରେ ପ୍ରଦାନ କରିଥିବା ନିର୍ଦ୍ଦେଶ ଆଧାରରେ ସାଂସଦ ଓ ବିଧାୟକଙ୍କ ବିରୋଧରେ ଥିବା ମାମଲା ଗୁଡ଼ିକର ତ୍ବରିତ ଫଏସଲା ପ୍ରସଙ୍ଗ ତଦାରଖ ପାଇଁ ହାଇକୋର୍ଟ ନିଜ ଆଡ଼ୁ ଏହି ମାମଲା ରୁଜୁ କରିଥିଲେ । ଗତ ଡିସେମ୍ବର ୧୧ ରେ ହାଇକୋର୍ଟ ମାମଲାର ଶୁଣାଣି କରି ସାଂସଦ ଓ ବିଧାୟକଙ୍କ ବିରୋଧରେ ନୂଆକରି ରୁଜୁ ହେଉଥିବା ମାମଲା, ଫଏସଲା ହେଉଥିବା ମାମଲା ଓ ବିଚାରାଧୀନ ମାମଲାର ତଥ୍ୟ ପ୍ରତି ମାସର ୩ ତାରିଖ ସୁଦ୍ଧା ଦାଖଲ ପାଇଁ ସବୁ ଜିଲ୍ଲା ଜଜ୍‌ଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମୃତ୍ୟୁଦଣ୍ଡ ଓ ଆଜୀବନ କରାଦଣ୍ଡ ସଂପର୍କିତ ମାମଲା ଗୁଡ଼ିକୁ ପ୍ରଥମେ ଗୁରୁତ୍ବ ଦିଆଯିବ। ଏହାପରେ ୫ ବର୍ଷ ବା ତା ଠାରୁ ଅଧିକ ଜେଲ ଦଣ୍ଡ ଥିବା ମାମଲା ଓ ତା ପରେ ଅନ୍ୟ ମାମଲା ଗୁଡ଼ିକର ଶୁଣାଣି କରାଯିବ। ସ୍ବତନ୍ତ୍ର ଅଦାଲତ ଏହି ସବୁ ମାମଲାର ତ୍ବରିତ ଶୁଣାଣି କରିବେ। ଶୁଣାଣି ଘୁଞ୍ଚାଇବା ପାଇଁ କେବଳ ବିଶେଷ ପରିସ୍ଥିତିରେ ଅନୁମତି ଦିଆଯିବ। ସ୍ବତନ୍ତ୍ର ଅଦାଲତ ଗୁଡ଼ିକୁ ଆବଶ୍ୟକ ଭିତ୍ତଭୂମି ପ୍ରଦାନ ପ୍ରସଙ୍ଗ ଜିଲ୍ଲା ଜଜ୍ ସୁନିଶ୍ଚିତ କରିବେ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.