ETV Bharat / state

ଦକ୍ଷ ହେବେ କ୍ରିକେଟ କୋଚ, ଓସିଏର ଦୁଇ ଦିନିଆ କୋଚ କ୍ୟାମ୍ପ ଅନୁଷ୍ଠିତ

author img

By

Published : May 13, 2023, 4:00 PM IST

oca two day coach camp held in cuttack
oca two day coach camp held in cuttack

କୋଚଙ୍କୁ ନେଇ ଓସିଏରେ ଦୁଇ ଦିନିଆ ପ୍ରଶିକ୍ଷଣ କ୍ୟାମ୍ପ । ସାମିଲ ହେଲେ 48 ଜଣ କୋଚ । ଅଧିକ ପଢନ୍ତୁ

oca two day coach camp held in cuttack

କଟକ: ଆଗକୁ ଓଡିଶାର ଖେଳାଳି କିପରି ଭଲ ପ୍ରଦର୍ଶନ କରିବେ । ସେନେଇ ଓସିଏ ତରଫରୁ ଆରମ୍ଭ ହୋଇଛି ପ୍ରୟାସ । କିଛି ଦିନ ପୂର୍ବେ ଓସିଏ ତରଫରୁ ସ୍ପିନର ହଣ୍ଟ କ୍ୟାମ୍ପ ଆରମ୍ଭ ହୋଇଥିବା ବେଳେ ଏବେ କୋଚଙ୍କୁ ନେଇ ଓସିଏରେ ପ୍ରଶିକ୍ଷଣ କ୍ୟାମ୍ପ ଆରମ୍ଭ ହୋଇଛି ।

ଓସିଏର ଭିଜନ 2024କୁ ନେଇ ଯେଉଁ ପରିକଳ୍ପନା କରାଯାଇଛି ସେଥିରେ କୋଚଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ । କାହିଁକି ନା ଗୋଟିଏ ଭଲ ଖେଳାଳି ସେତେବେଳେ ଗଠିତ ହେବେ ଯେତେବେଳେ ତା କୋଚ ମଜବୁତ ଥିବ । ଏନେଇ ଗୁରୁବାର ଓ ଶୁକ୍ରବାର ଓସିଏରେ ଦୁଇ ଦିନିଆ କୋଚ କ୍ୟାମ୍ପ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ପ୍ରତ୍ୟେକ ଜିଲ୍ଲାରୁ ମୋଟ 48 ଜଣ କୋଚ ସାମିଲ ହୋଇଥିଲେ ।

ଟ୍ରିକ, ଟେକନିକରେ କିପରି ଜଣେ ଦକ୍ଷ ହୋଇ ପାରିବ ସେନେଇ ଏହି କ୍ୟାମ୍ପରେ ସମସ୍ତଙ୍କୁ ବୁଝାଇଥିଲେ ଓସିଏର ଟେକ୍ନିକାଲ ନିର୍ଦେଶକ ଭେଙ୍କଟରାମ । ଓସିଏରେ ବର୍ତ୍ତମାନ ଜିଲ୍ଲା ସ୍ତରରେ 20ଟି କ୍ରିକେଟ ଏକାଡେମୀ ନିର୍ମାଣ ହୋଇଛି । ଆଗାମୀ ଦିନରେ ଏହା ରାଜ୍ୟର ସମସ୍ତ ଜିଲ୍ଲାରେ ରହିବ, ତେଣୁ ଏହାକୁ ନଜରରେ ରଖି ଏକଡେମୀରେ ଉତ୍ତମ ପ୍ରଶିକ୍ଷଣ ପାଇବା ଦିଗରେ ଏହି କ୍ୟାମ୍ପ ଆୟୋଜନ କରିଥିଲା ଓସିଏ ।

ପୂର୍ବରୁ ଯେଉଁ ସୁଯୋଗ ସୁବିଧା ନଥିଲା ତାହା ଏବେ ଉପଲବ୍ଧ ରହିଛି । ଅତିରିକ୍ତ ଜ୍ଞାନ କୌଶଳ ଓ ନୂଆ ନୂଆ ଯୋଜନା ମାନ ଏହି କ୍ୟାମ୍ପରୁ ଶିକ୍ଷା କରିଛନ୍ତି କୋଚ। ଏହି କାର୍ଯ୍ୟକ୍ରମ ଆଗାମୀ ଦିନରେ ଓସିଏକୁ ଏକ ନୂଆ ପରିଚୟ ଦେବ ବୋଲି ଆଶା ରଖିଛି ଓଡିଶା କ୍ରିକେଟ ସଂଘ । ତେବେ ଓସିଏରେ ନୂତନ ଟେକ୍ନିକାଲ ନିର୍ଦ୍ଦେଶକ ଭି ଭେଙ୍କଟରାମ ନିଯୁକ୍ତ ହେବା ପରେ ଏଭଳି ଯୋଜନା ହାତକୁ ନେଇଛି ଓସିଏ । ବିଗତ ଅନେକ ବର୍ଷ ଧରି ବିସିସିଆଇର ଘରୋଇ ସିଜିନରେ ଓଡିଶା ଜୁନିୟର ଓ ସିନିୟର ଖେଳାଳି ନିରାଶ କରି ଆସୁଛନ୍ତି ।

କିଛି ଆଖି ଦୃଷ୍ଟିଆ ଖେଳାଳି ଭଲ ପଦର୍ଶନ କରୁଥିବା ସତ୍ତ୍ୱେ ଓଡିଶାର ପ୍ରଦର୍ଶନ ବେଶ ନୈରାଶ୍ୟଜନକ ରହିଛି । ତେଣୁ ଓସିଏର ଭିଜନ 2024କୁ ଆଖି ଆଗରେ ରଖି ଜୁନିୟର ଓ ସିନିୟର କ୍ରିକେଟକୁ ଏକ ନୂତନ ସ୍ତରରେ ପହଞ୍ଚାଇବା ପାଇଁ ପ୍ରୟାସ ଆରମ୍ଭ କରିଛି ଓସିଏ । ତେବେ ଓସିଏର ନୂଆ କମିଟିର ଯେଉଁ ଭିଜନ ରହଛି ତାହାକୁ ସଫଳ କରାଇବା ପାଇଁ ଓସିଏ ସବୁ ଦିଗରୁ ପ୍ରୟାସ ଜାରି ରଖିଛି । ଅଭିଜ୍ଞ ହିସାବରେ ପ୍ରଥମେ ହେଡ କୋଚ ଦିନେସ ମୋଙ୍ଗିଆ, ଟେକ୍ନିକାଲ ନିର୍ଦେଶକ ଭେଙ୍କଟରାମ ଭଳି ଦକ୍ଷ ଚେହେରା ଓସିଏ ସହ ଜଡିତ ହୋଇଛନ୍ତି । କାହିଁକି ନା ଆଗକୁ ବିସିସିଆଇର ଘରୋଇ ସିଜିନ ଆରମ୍ଭ ହେବ । ତେଣୁ ଏହାକୁ ନଜରରେ ରଖି କୋଚଙ୍କୁ ପ୍ରାଥମିକ ସ୍ତରରେ ସଶକ୍ତ କରେଇବା ପାଇଁ ପ୍ରୟାସ ଆରମ୍ଭ କରିଛି ଓସିଏ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.