ETV Bharat / state

ନୋଟାରୀ ମ୍ୟାରେଜ କରୁଛନ୍ତି କି ? ହୋଇଯାଆନ୍ତୁ ସାବଧାନ

author img

By ETV Bharat Odisha Team

Published : Oct 10, 2023, 3:46 PM IST

Updated : Oct 10, 2023, 4:06 PM IST

Notary Marriage
Notary Marriage

ନୋଟାରୀ ମ୍ୟାରେଜ କରୁଥିଲେ ହୋଇଯାଆନ୍ତୁ ସାବଧାନ । ନୋଟାରୀମାନେ ଆଇନ ବହିର୍ଭୁତ କାମ କରୁଥିବା ନେଇ ହାଇକୋର୍ଟ ଅନୁଭବ କରିବା ପରେ ଏହାକୁ ଅବୈଧ ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ

ନୋଟାରୀ ମ୍ୟାରେଜ କରୁଛନ୍ତି କି ? ହୋଇଯାଆନ୍ତୁ ସାବଧାନ

କଟକ: ନୋଟାରୀରେ ବିବାହ କରୁଛନ୍ତି କି ? ହୋଇଯାଆନ୍ତୁ ସାବଧାନ । ଏହି ବିବାହ ଅବୈଧ ଥିବା କଥା ଅନେକ ଜାଣି ନାହାନ୍ତି । ଯାହାକୁ ନେଇ ଅନେକ ନୋଟାରୀମାନେ ଜାଣିଶୁଣି କିମ୍ବା ଅଜଣାତରେ ଆପଣଙ୍କୁ ଅସୁବିଧାରେ ପକାଇପାରନ୍ତି । ଏହା ଅବୈଧ ଥିବା ସତ୍ତ୍ବେ ଅନେକ ଯୁବକ ଯୁବତୀ ଏହା ମାଧ୍ୟମରେ ବିବାହ କରୁଛନ୍ତି । ଫଳରେ ଏହାଦ୍ବାରା କୌଣସି ସଫଳ ହୋଇ ପାରିବେ ନାହିଁ। କାରଣ ସୁପ୍ରିମକୋର୍ଟ ଏବଂ ହାଇକୋର୍ଟ ଏହି ବିବାହକୁ ଅବୈଧ ଘୋଷଣା କରିଛନ୍ତି । ଏନେଇ ସୂଚନା ଦେଇଛନ୍ତି ଆବେଦନକାରୀଙ୍କ ଓକିଲ ଚିତ୍ତରଞ୍ଜନ ସ୍ବାଇଁ ।

ଯଦିଓ ବର୍ତ୍ତମାନ ସମୟରେ ଅନେକ ଯୁବକ ଯୁବତୀମାନେ ଭଲ ପାଇବାର କିଛି ଦିନ ପରେ ଉଭୟ ନୋଟାରୀ ପାଖରେ ପହଞ୍ଚି ବିବାହ ପାଇଁ କହୁଛନ୍ତି । ଆଉ ନୋଟାରୀମାନେ ବି ଏହି ସୁଯୋଗର ହାତଛଡ଼ା କରନ୍ତି ନାହିଁ । କାରଣ ଏହି ବିବାହ କରି ଅନେକ ଟଙ୍କା ବି ରୋଜଗାର କରିଥାଆନ୍ତି । ଫଳରେ ଏହାଦ୍ବାରା ବିବାହ କରାଇଥାଆନ୍ତି । ତେବେ ଏଭଳି ଏକ ବିବାହ ପ୍ରସଙ୍ଗ ହାଇକୋର୍ଟରେ ଆସିବା ପରେ କୋର୍ଟ ଏହି ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି ।

ନୋଟାରୀରେ ବିବାହକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ଓଡ଼ିଶା ହାଇକୋର୍ଟ । ନୋଟାରୀ ବିବାହ ବୈଧ ହୋଇନଥିଲେ ବି ମଧ୍ୟ ଜାଣିଶୁଣି ହେଉ ବା ଅଜଣାତରେ ହେଉ ନୋଟାରୀମାନେ ଆଇନ ବହିର୍ଭୁତ କାମ କରୁଥିବା ନେଇ ହାଇକୋର୍ଟ ଅନୁଭବ କରିଛନ୍ତି । ଏହି ସବୁକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ନୋଟାରୀମାନଙ୍କ ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ କରିବା ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ବି ପଢନ୍ତୁ- ମାଟ୍ରିମୋନି ସାଇଟରୁ ବର ଖୋଜି ଝିଅକୁ ବିବାହ ଦେଇଥିଲେ, ଯୌତୁକ ପାଇଁ ଝିଅକୁ ହତ୍ୟା ଅଭିଯୋଗ

କେବଳ ସେତିକି ନୁହେଁ, ବର୍ଷକୁ ଅତି କମରେ ଦୁଇଥର ସେମାନଙ୍କର ରେକର୍ଡ ପତ୍ର ଯାଞ୍ଚ କରିବାକୁ କୋର୍ଟ କହିଛନ୍ତି । ବାଲେଶ୍ଵର ଶିମୁଳିଆ ଅଞ୍ଚଳର ଏକ ନୋଟାରୀ ନିକଟରେ ବିବାହ ଘୋଷଣାନାମାକୁ ନେଇ ଦାଖଲ ହୋଇଥିବା ଏକ ମାମଲାର ଅନ୍ତ ଘଟାଇ ହାଇକୋର୍ଟ ଏପରି କହିଛନ୍ତି । ନୋଟାରୀ ଆଇନର ଧାରା ୮(୧) ରେ ନୋଟାରୀମାନଙ୍କ ଦାୟିତ୍ବ ଏବଂ କ୍ଷମତା ପ୍ରସଙ୍ଗରେ ଲିଖିତ ରହିଛି ।

ନୋଟାରୀମାନଙ୍କ ଦ୍ବାରା କେଉଁ କାର୍ଯ୍ୟ ସମ୍ପାଦନ କରାଯାଇପାରିବ ଏବଂ ସେମାନଙ୍କର କର୍ତ୍ତବ୍ୟ ସମ୍ପର୍କରେ ଏଥିରେ ସ୍ପଷ୍ଟ ଭାବରେ ଉଲେଖ ରହିଛି । ପୂର୍ବରୁ ଅନେକ ଥର ନୋଟରୀରେ ବିବାହ ଅବୈଧ ବୋଲି ସୁପ୍ରିମକୋର୍ଟ ଏବଂ ହାଇକୋର୍ଟଙ୍କର ନିର୍ଦ୍ଦେଶ ରହିଛି । ଏସବୁ ସତ୍ତ୍ବେ ନୋଟାରୀମାନେ ଜାଣିଶୁଣି ହେଉ ବା ଅଜଣାତରେ ଏହି ନିୟମର ଉଲ୍ଲଙ୍ଘନ କରୁଥିବା ଅଭିଯୋଗ ହୋଇଥିଲା ।

ଇଟିଭି ଭାରତ, କଟକ

Last Updated :Oct 10, 2023, 4:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.