ETV Bharat / state

ସ୍ୱେରେଜ ଟାଙ୍କିରେ ପଡ଼ି ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟଣା, ରିପୋର୍ଟ ମାଗିଲେ NHRC

author img

By

Published : Dec 15, 2022, 3:37 PM IST

ସ୍ୱେରେଜ ଟାଙ୍କିରେ ପଡ଼ି ଦୁଇ ଶ୍ରମିକଙ୍କ ମୃତ୍ୟୁ
ସ୍ୱେରେଜ ଟାଙ୍କିରେ ପଡ଼ି ଦୁଇ ଶ୍ରମିକଙ୍କ ମୃତ୍ୟୁ

ସ୍ୱେରଜ୍ ଚାମ୍ବର ଭିତରେ ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟଣା । କଟକ ମହାନଗର ନିଗମ କମିଶନର ଓ ପୋଲିସ କମିଶନରଙ୍କୁ ରିପୋର୍ଟ ତଲବ କରିଛନ୍ତି NHRC। ଅଧିକ ପଢନ୍ତୁ

କଟକ: ସ୍ୱେରେଜ ଟାଙ୍କିରେ ପଡ଼ି ୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟଣା । ପ୍ରଶାସନ ଓ ପୋଲିସକୁ ରିପୋର୍ଟ ତଲବ କରିଛନ୍ତି NHRC । ସ୍ୱେରଜ୍ ଚାମ୍ବର ଭିତରେ ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ଏନଏଚଆରସି(National Human Rights Commission of India)ଙ୍କ ହସ୍ତକ୍ଷେପ ପରେ ଗୃହ ଓ ନଗର ଉନୟନ୍ନ ସଚିବ, କଟକ ମହାନଗର ନିଗମ କମିଶନର ଓ ପୋଲିସ କମିଶନରଙ୍କୁ ରିପୋର୍ଟ ତଲବ କରିଛନ୍ତି । ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସ୍ୱେରେଜ ଟାଙ୍କିରେ ପଡ଼ି ଦୁଇ ଶ୍ରମିକଙ୍କ ମୃତ୍ୟୁ
ସ୍ୱେରେଜ ଟାଙ୍କିରେ ପଡ଼ି ଦୁଇ ଶ୍ରମିକଙ୍କ ମୃତ୍ୟୁ

ମିଳିଥିବା ସୂଚନା ଅନୁଯାୟୀ, ଗତ ୨୦୨୧ ଏପ୍ରିଲ ୧୫ ତାରିଖରେ ଟାଙ୍କିରେ ପଡ଼ି ୨ ଶ୍ରମିକ ପ୍ରାଣ ହରାଇଥିଲେ । କଟକ ସିଡିଏ ସେକ୍ଟର-୧୦ରେ ସ୍ୱେରେଜ ଚାମ୍ବର ସଫା କରୁଥିବା ବେଳେ ଦୁଇ ଶ୍ରମିକଙ୍କ ମୃତ୍ୟୁ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିଲା । ପାଟପୁରର ପି.ଶଙ୍କର ଓ ବଡମ୍ବାର ବିଷ୍ଣୁ ନାୟକଙ୍କର ମୃତ୍ୟୁ ହୋଇଥିଲା ବେଳେ ଆଉ ଜଣ ଗୁରୁତର ଆହତ ହୋଇଥିଲେ । ସାରା ଦେଶରେ ମାନୁଆଲ୍ ସ୍କାଭେଜିକୁ ନିଶେଦ୍ଧ କରାଯାଇଥିବା ବେଳେ ଓଡିଶାର ବିଭିନ୍ନ ସ୍ଥାନରେ ଏବେ ବି ଲୋକଙ୍କ ଦ୍ୱାରା ନିଜ ହାତରେ ମଇଳା ସଫା କରାଯାଉଛି । ପୁନଶ୍ଚ କୌଣସି ନିରାପତ୍ତା ସାମଗ୍ରୀ ମଧ୍ୟ ବ୍ୟବହାର କରାଯାଉନାହିଁ ।

କଟକ ମହାନଗର ନିଗମର ଚରମ ଅବହେଳା ଯୋଗୁଁ ବାରମ୍ବାର ଏପରି ଘଟଣା ଘଟୁଛି ବୋଲି ଦର୍ଶାଇ ମାନବିକ ଅଧିକାର କର୍ମୀ ଜାତୀୟ ମାନବିକ ଅଧିକାର କମିଶନଙ୍କ ନିକଟରେ ପିଟିସନ ଦାୟର କରିଥିଲେ । କମିଶନ ଏହାକୁ ଗୁରୁତର ସହ ବିଚାର କରି କମିଶନ ଗୃହ ଓ ନଗର ଉନୟନ୍ନ ବିଭାଗ ପ୍ରମୁଖ ସଚିବ, କଟକ ମହାନଗର ନିଗମ କମିଶନର ଓ ପୋଲିସ କମିଶନରଙ୍କୁ ଜବାବ ମାଗିଛନ୍ତି । ତିନି ସପ୍ତାହ ମଧ୍ୟରେ ସବିଶେଷ ରିପୋର୍ଟ ଦାଖଲ କରିବାକୁ କମିଶନ ଏହି ତିନି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଓଡିଶା ସରକାର ମାନୁଆଲ୍ ସ୍କାଭେଜିଂକୁ ସପୂର୍ଣ୍ଣ ଭାବେ ରୋକିବାକୁ ଚାହୁଁନାହାନ୍ତି । ଯାହାଫଳରେ ଅନେକ ଶ୍ରମିକ ପ୍ରାଣ ହରାଉଛନ୍ତି ବୋଲି ଶ୍ରୀ ଅଖଣ୍ଡ ଅଭିଯୋଗ କରିଛନ୍ତି । ଏଭଳି ବେନିୟମ କାମ କରାଉଥିବା ଠିକାଦାର ଓ ଅଫିସରଙ୍କ ବିରୋଧରେ ଅପରାଧିକ ମାମାଲା କରିବାକୁ ସେ ଦାବି କରିଛନ୍ତି । ଆସନ୍ତା ଜାନୁୟାରୀ ୯ରେ ମାମାଲାର ପରବର୍ତ୍ତୀ ଶୁଣାଣୀ ହେବ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.