ETV Bharat / state

କଣ୍ଠଶିଳ୍ପୀ ସୌରିନଙ୍କ ବଢ଼ିଲା ଅଡ଼ୁଆ, NBW ପାଇଁ କୋର୍ଟରେ ଆବେଦନ କରିବ ପୋଲିସ

author img

By ETV Bharat Odisha Team

Published : Oct 2, 2023, 8:20 PM IST

Updated : Oct 2, 2023, 8:51 PM IST

କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ମାମଲା । 2 ଦିନ ମଧ୍ୟରେ ଜାମିନ ବିହୀନ ଗିରଫ ପରଓ୍ବାନା ଲାଗି କୋର୍ଟରେ ଆବେଦନ କରିବ କଟକ ପୋଲିସ । ଅଧିକ ପଢନ୍ତୁ

singer Sourin Bhatt
singer Sourin Bhatt

କଣ୍ଠଶିଳ୍ପୀ ସୌରିନଙ୍କ ବଢ଼ିଲା ଅଡ଼ୁଆ, NBW ପାଇଁ କୋର୍ଟରେ ଆବେଦନ କରିବ ପୋଲିସ

କଟକ: କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ପାଇଁ ବଢିଲା ଅଡୁଆ । ମହଙ୍ଗା ପଡିପାରେ ପୋଲିସକୁ ତଦନ୍ତରେ ଅସହଯୋଗ କରିବା । ବାରମ୍ବାର ନୋଟିସ ଦେବା ସତ୍ତ୍ବେ ତଦନ୍ତରେ ସହଯୋଗ କରୁ ନାହାନ୍ତି କଣ୍ଠଶିଳ୍ପୀ ସୌରିନ ଭଟ୍ଟ । ପୋଲିସ ଖୋଜାଖୋଜି କରି ବିଫଳ ହେବା ପରେ ପ୍ରଥମେ ଲୁକ ଆଉଟ ସର୍କୁଲାର, ପରେ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ ଏବଂ ଏବେ ଜାମିନ ବିହୀନ ଗିରଫ ପରଓ୍ବାନା ପାଇଁ ପ୍ରସ୍ତୁତି ଚଳାଉଛି । ଏ ନେଇ କଟକ ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି ।

ଫେରାର ଥିବା ଦୁଷ୍କର୍ମ ଅଭିଯୁକ୍ତ କଥା କଣ୍ଠଶିଳ୍ପୀ ସୌରିନ ଭଟ୍ଟ ବିରୁଦ୍ଧରେ ଆଇନର ପଞ୍ଝାକୁ ଅଧିକରୁ ଅଧିକ ଶକ୍ତ କରି ଚାଲିଛି କଟକ କମିଶନରେଟ ପୋଲିସ । ଆସନ୍ତା ଦିନେ କିମ୍ବା 2 ଦିନ ମଧ୍ୟରେ ଜାମିନ ବିହୀନ ଗିରଫ ପରଓ୍ବାନା ଜାରି କରିବା ପାଇଁ କୋର୍ଟରେ ଆବେଦନ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ପୂର୍ବରୁ କୋଲକାତାର ବ୍ୟାଙ୍କ ଅଫ ବରୋଦା ଓ କର୍ପୋରେସନ ବ୍ୟାଙ୍କରେ ଥିବା ସୌରିନଙ୍କ 2ଟି ଆକାଉଣ୍ଟକୁ ଫ୍ରିଜ କରିସାରିଛି କଟକ କମିଶନରେଟ ପୋଲିସ । ଏହା ସହିତ ପୋଲିସ ସୌରିନଙ୍କ ବିରୁଦ୍ଧରେ ଲୁକ ଆଉଟ ସର୍କୁଲାର ଜାରି ସାରିଛି ।

ଏହା ବି ପଢନ୍ତୁ- ଧରାଛୁଆଁ ଦେଉନାହାନ୍ତି ସୌରିନ ଭଟ୍ଟ: ଲୁଚକାଳି ଖେଳ ବଢାଇବ କି ଅଡୁଆ ? ଶୁଣନ୍ତୁ କ'ଣ କହୁଛନ୍ତି ଆଇନଜୀବୀ

ତେବେ ସୌରିନଙ୍କ ଧରିବା ପାଇଁ କଲିକତା ଯାଇ ପୋଲିସ ଦୁଇ ଦୁଇ ଉଦ୍ୟମ କରିଥିଲା । କିନ୍ତୁ ତାଙ୍କ ବାବଦରେ କୌଣସି ସୂଚନା ନମିଳିବାରୁ ଶେଷରେ ପୋଲିସ ବିହୀନ ଗିରଫ ପରଓ୍ବାନା ଜାରି କରିବା ପାଇଁ କୋର୍ଟରେ ଆବେଦନ କରିବ ବୋଲି କହିଛନ୍ତି କଟକ ଡିସିପି । ସୌରିନଙ୍କ ବିରୁଦ୍ଧରେ କଟକର ଜଣେ ଯୁବତୀ ଦୁଷ୍କର୍ମ ଅଭିଯୋଗ ଆଣି କଟକ ମହିଳା ଥାନାରେ ଏକ ମାମଲା ରୁଜୁ କରିଛନ୍ତି । ମହିଳା ଥାନା ପୋଲିସ ଏହି ମାମଲା ତଦନ୍ତ ଜାରି ରଖିଥିବା ବେଳେ ଅଭିଯୁକ୍ତ ସୌରିନ ଭଟ୍ଟଙ୍କ କୌଣସି ପତ୍ତା ମିଳିପାରିନାହିଁ ।

ଏହା ବି ପଢନ୍ତୁ- ଫ୍ରିଜ ହେବ ସିଙ୍ଗର ସୌରିନଙ୍କ ବ୍ୟାଙ୍କ ଆକାଉଣ୍ଟ, ଲୁକ ଆଉଟ ସର୍କୁଲାର ପରେ ବଢ଼ିଲା ଅଡ଼ୁଆ

ପୂର୍ବରୁ ହାଇକୋର୍ଟରୁ ଅନ୍ତରୀଣ ସୁରକ୍ଷା ପାଇ ସୌରିନ ଗୋଟିଏ ଥର ହିଁ ଥାନାରେ ହାଜର ହୋଇଥିଲେ । ଏହାପରେ ସେ ପୋଲିସକୁ ଆଉ ଧରାଛୁଆଁ ନ ଦେବାରୁ ସୌରିନଙ୍କ ଦ୍ବିତୀୟ ଜାମିନ ଆବେଦନକୁ କୋର୍ଟ ଖାରଜ କରି ଦେଇଥିଲେ । ପୋଲିସ ପାଖରେ ହାଜର ହେବା ପାଇଁ କୋର୍ଟ ସୌରିନଙ୍କୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଏହା ପରେ ମଧ୍ୟ ସୌରିନଙ୍କ କୌଣସି ଅତ୍ତାପତ୍ତା ମିଳୁନାହିଁ । କଟକରେ ରହୁଥିବା ଅଭିଯୋଗକାରୀ ଯୁବତୀଙ୍କ ଅଭିଯୋଗ ମୁତାବକ ସୌରିନ ତାଙ୍କୁ ବିବାହ ପ୍ରତିଶୃତି ଦେଇ ସୌରିନ ତାଙ୍କୁ ଶାରୀରିକ ଶୋଷଣ କରିବା ସହ ତାଙ୍କଠାରୁ 9 ଲକ୍ଷ ଟଙ୍କା ଠକେଇ କରିଛନ୍ତି ।

ଇଟିଭି ଭାରତ, କଟକ

Last Updated : Oct 2, 2023, 8:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.