ETV Bharat / state

ପ୍ରି ଆକ୍ଟିଭ ସିମ ଜାଲିଆତି ମାମଲା: ପୁଣି ୩ ଗିରଫ

author img

By

Published : May 21, 2022, 10:00 PM IST

ପ୍ରି ଆକ୍ଟିଭ ସିମ ଜାଲିଆତି ମାମଲା: ପୁଣି ୩ ଗିରଫ
ପ୍ରି ଆକ୍ଟିଭ ସିମ ଜାଲିଆତି ମାମଲା: ପୁଣି ୩ ଗିରଫ

ପ୍ରି ଆକ୍ଟିଭ ସିମ ଜାଲିଆତି ମାମଲାରେ ପୁଣି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ । ଗିରଫ ସମସ୍ତ ଅଭିଯୁକ୍ତ ଭୋଡାଫୋନ କମ୍ପାନୀର କର୍ମଚାରୀ ଥିଲେ । ଏହି ୩ ଜଣ ମୁଖ୍ୟ ଅଭିଯୁକ୍ତ ଦୁଷ୍ମନ୍ତ ସାହୁକୁ ସିମକାର୍ଡ ଯୋଗାଉଥିଲେ । ଅଧିକ ପଢନ୍ତୁ

କଟକ: ପ୍ରି ଆକ୍ଟିଭ ସିମ ଜାଲିଆତି ମାମଲାରେ ପୁଣି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ । ଗିରଫ ସମସ୍ତ ଅଭିଯୁକ୍ତ ଭୋଡାଫୋନ କମ୍ପାନୀର କର୍ମଚାରୀ ଥିଲେ । ଏହି ୩ ଜଣ ମୁଖ୍ୟ ଅଭିଯୁକ୍ତ ଦୁଷ୍ମନ୍ତ ସାହୁକୁ ସିମକାର୍ଡ ଯୋଗାଉଥିଲେ । ଏହି ମାମଲାରେ ଗିରଫଦାରୀ ସଂଖ୍ୟା ୯ରେ ପହଞ୍ଚିଲା ।

ଏହି ଗ୍ରୁପ ନାଁରେ ଦିଲ୍ଲୀ ଓ କେରଳ ପୋଲିସରେ ମଧ୍ୟ ମାମଲା ରୁଜ୍ଜୁ ହୋଇଥିବା ସୂଚନା ଦେଇଛି କ୍ରାଇମବ୍ରାଞ୍ଚ । ତେବେ ଗିରଫ ହୋଇଥିବା ୩ ଜଣ ଅଭିଯୁକ୍ତ ହେଉଛନ୍ତି ପ୍ରକାଶ ଚନ୍ଦ୍ର ସାହୁ, ଶାନ୍ତନୁ କୁମାର ସାହୁ ଓ ଉମାକାନ୍ତ ମହାନ୍ତି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.