ETV Bharat / state

ଜଙ୍ଗଲରୁ ମିଳିଲା କ୍ରିକେଟର ରାଜଶ୍ରୀଙ୍କ ମୃତଦେହ, ହତ୍ୟା ସନ୍ଦେହ

author img

By

Published : Jan 13, 2023, 12:07 PM IST

Updated : Jan 13, 2023, 1:12 PM IST

ମହିଳା କ୍ରିକେଟର ରାଜଶ୍ରୀ ସ୍ବାଇଁ ନିଖୋଜ ଘଟଣା । ଖୁଣ୍ଟୁଣି ଜଙ୍ଗଲରୁ ରାଜଶ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଥିବା ମଙ୍ଗଳାବାଗ ଥାନା ଅଧିକାରୀ ସୁଧାଂଶୁ ଜେନା ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ

Missing woman cricketer Rajashree Swain
ଜଙ୍ଗଲରୁ ମିଳିଲା କ୍ରିକେଟର ରାଜଶ୍ରୀଙ୍କ ମୃତଦେହ

ଜଙ୍ଗଲରୁ ମିଳିଲା କ୍ରିକେଟର ରାଜଶ୍ରୀଙ୍କ ମୃତଦେହ

କଟକ: ନିଖୋଜ ଓସିଏ ମହିଳା କ୍ରିକେଟର ରାଜଶ୍ରୀ ସ୍ବାଇଁ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଖୁଣ୍ଟୁଣି ଜଙ୍ଗଲରୁ ରାଜଶ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଥିବା ମଙ୍ଗଳାବାଗ ଥାନା ଅଧିକାରୀ ସୁଧାଂଶୁ ଜେନା ସୂଚନା ଦେଇଛନ୍ତି । ସ୍କୁଟିଠୁ 200 ମିଟର ଦୂରରେ ମୃତଦେହ ମିଳିଥିବା ପୋଲିସ କହିଛି । ମୃତଦେହ ଜବତ କରି ତଦନ୍ତ ଜାରି ରଖିଛି ପୋଲିସ । ରାଜଶ୍ରୀଙ୍କ ଶରୀରର ଅନେକ ସ୍ଥାନରେ କ୍ଷତ ଚିହ୍ନ ରହିଛି । ରାଜଶ୍ରୀଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।

କଟକ ଖୁଣ୍ଟୁଣି ଗୁରୁଡିଝାରିଆ ଜଙ୍ଗଲରୁ ରାଜଶ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଆଠଗଡ କପୁରସିଂ ଜଙ୍ଗଲରୁ ତାଙ୍କ ଗାଡି ଓ ହେଲମେଟ ମିଳିଥିଲା । ସେଠାରୁ 200ମିଟର ଦୂରରେ ତାଙ୍କର ମୃତଦେହ ଉଦ୍ଧାର ହୋଇଛି । ତାଙ୍କ ଦୁଇ ଆଖିରେ ଗଭୀର ଆଘାତ ଲାଗିଥିବା ଦେଖିବାକୁ ମିଳିଛି । ମୁହଁରେ ମଧ୍ୟ କ୍ଷତ ଚିହ୍ନ ରହିଛି । ଶରୀରରେ ମଧ୍ୟ ଏକାଧିକ କ୍ଷତ ଚିହ୍ନ ରହିଛି । କ୍ରିକେଟର ରାଜଶ୍ରୀଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ପୋଲିସ ମୃତଦେହ ଜବତ କରି ତଦନ୍ତ ଜାରି ରଖିଛି ।

ଏହା ବି ପଢନ୍ତୁ...ମହିଳା କ୍ରିକେଟର ରାଜଶ୍ରୀ ସ୍ବାଇଁ ନିଖୋଜ, ହୋଟେଲରେ ପୋଲିସର ଛାନଭିନ

ସୂଚନାଅନୁସାରେ, ଗତ 11 ତାରିଖରୁ ନିଖୋଜ ଥିଲେ କ୍ରିକେଟର ରାଜଶ୍ରୀ ସ୍ବାଇଁ । ଜାନୁଆରୀ 11 ତାରିଖରେ ବଜ୍ରକବାଟୀରେ ପଡିଥିବା କ୍ୟାମ୍ପରୁ ଘରକୁ ଯାଉଛନ୍ତି କହି ଫେରିନଥିଲେ ରାଜଶ୍ରୀ । ଓଡିଶା ଦଳରେ ସ୍ଥାନ ପାଇ ନଥିଲେ ରାଜଶ୍ରୀ । ଦଳରେ ସ୍ଥାନ ପାଇ ନଥିବା ନେଇ ରାଜଶ୍ରୀ ନିରାଶ ଥିବା ଅନୁମାନ କରାଯାଉଥିଲା । ଦୁଇଦିନ ହେବ ତାଙ୍କ ଫୋନ ସୁଇଚ ଅଫ୍ ରହିଥିଲା । ପରିବାର ଲୋକଙ୍କ ପାଖରେ ମଧ୍ୟ ରାଜଶ୍ରୀଙ୍କ ବିଷୟରେ କୌଣସି ସୂଚନା ନଥିଲା । ମଙ୍ଗଳବାଗ ଥାନାରେ ରାଜଶ୍ରୀଙ୍କ ନିଖୋଜ ନେଇ କୋଚ ଏତଲା ଦେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଏତଲା ଆଧାରରେ ଗୋଟିଏ ଟିମ ଆଠଗଡ଼ ଯାଇଥିଲା ଛାନଭିନ କରିଥିଲା । ରାଜଶ୍ରୀଙ୍କ ସ୍କୁଟି ମିଳିବା ସ୍ଥାନରୁ ତାଙ୍କୁ ମୃତଦେହ ମିଳିଛି । କଟକ ମହାବୀର ବାଲେକ୍ସି ହୋଟେଲ ରୁମ ନମ୍ବର 211ରେ ରହୁଥିଲେ ରାଜଶ୍ରୀ ।

ଏହା ବି ପଢନ୍ତୁ...ଅଧାରେ ରହିଲା ଶିରିଡି ଦର୍ଶନ: ମର୍ମନ୍ତୁଦ ଦୁର୍ଘଟଣାରେ ଲିଭିଗଲା 10 ଜୀବନ ଦୀପ

ଦଳରେ ସ୍ଥାନ ନ ପାଇବାରୁ ଚାପରେ ଥିଲେ କି ରାଜଶ୍ରୀ । ମାନସିକ ଭାପସାମ୍ୟ ହରାଇ ଚାପରେ ଥିଲେ କି । ରାଜଶ୍ରୀ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ସେ ନେଇ ସନ୍ଦେହ ଉପୁଜିଛି । ପୋଲିସର ତଦନ୍ତ ପରେ ହିଁ ରହସ୍ୟ ଉପରୁ ପରଦା ହଟିବ । ସେପଟେ ରାଜଶ୍ରୀଙ୍କ ମାଆ ତାଙ୍କ ଝିଅଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି । ତଦନ୍ତ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ।

ଇଟିଭି ଭାରତ, କଟକ

Last Updated :Jan 13, 2023, 1:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.