ETV Bharat / state

ଜୁଆଙ୍ଗରେ ଶିକ୍ଷାନୁଷ୍ଠାନ ଓ ସ୍ବାସ୍ଥ୍ୟସେବା ବନ୍ଦ ଘଟଣା, ଦୁର୍ନୀତି ଅଭିଯୋଗ ଆଣିଲେ ଟ୍ରଷ୍ଟି ମାଇକେଲ ଏ.ଦୋବେ

author img

By ETV Bharat Odisha Team

Published : Aug 27, 2023, 3:28 PM IST

Education and health problem in niali
Education and health problem in niali

ଜୁଆଙ୍ଗ ଗାଁରେ ଶିକ୍ଷାନୁଷ୍ଠାନ ଓ ସ୍ବାସ୍ଥ୍ୟ ସେବା ବନ୍ଦ ଘଟଣା ନେଇ ପ୍ରତିକ୍ରିୟା ରଖିଲେ ଟ୍ରଷ୍ଟି ମାଇକେଲ ଏ.ଦୋବେ । ଅଧିକ ପଢ଼ନ୍ତୁ

Education and health problem in niali

ନିଆଳି: ତିହୁଡି ପଞ୍ଚାୟତର ଜୁଆଙ୍ଗ ଗାଁରେ ଶିକ୍ଷାନୁଷ୍ଠାନ ଓ ସ୍ବାସ୍ଥ୍ୟସେବା ବନ୍ଦ ଘଟଣା । ପ୍ରତିକ୍ରିୟା ରଖିଲେ ଟ୍ରଷ୍ଟି ମାଇକେଲ ଏ.ଦୋବେ । ଦୁଇ ବିଭାଗରେ ବଡ଼ ଧରଣର ଦୁର୍ନୀତି ସାଙ୍ଗକୁ ନିଯୁକ୍ତିରେ ମଧ୍ୟ ଜାଲିଆତି ହୋଇଥିବା କହିଲେ ମାଇକେଲ। ଆଗକୁ ଏହାର ସମାଧାନ ହେବ । ଏନେଇ ଜୁଆଙ୍ଗ ଗାଁର ଛାତ୍ରଛାତ୍ରୀ ମାନଙ୍କ ଅଭିଭାବକଙ୍କ ସହିତ ଆଲୋଚନା ହୋଇଥିବା ବେଳେ ସ୍ବାସ୍ଥ୍ୟ କେନ୍ଦ୍ର ଓ ଗୃହ ନିର୍ମାଣରେ ବ୍ଯାପକ ଟଙ୍କା ହେରଫେର ହୋଇଥିବା ନେଇ କହିଛନ୍ତି ମାଇକେଲ ଏ.ଦୋବେ ।

ନିଆଳି ବ୍ଲକ ଜୁଆଙ୍ଗ ଗାଁରେ ମାଇକେଲ ଜୈନିକ ଏକ ବ୍ୟକ୍ତିଙ୍କ ମାଧ୍ୟମରେ 1997 ମସିହାରେ ଏକ ମେଡ଼ିକାଲ ଖୋଲି ମାଗଣାରେ ସ୍ବାସ୍ଥ୍ୟ ସେବା ଯୋଗାଇ ଦେଇଥିଲେ । ପରବର୍ତ୍ତୀ ସମୟରେ 2022 ମସିହାରେ ଏକ ବିବେକାନନ୍ଦ ପବ୍ଲିକ ବିଦ୍ୟାଳୟ ସ୍ଥାପନ କରି ମାଗଣାରେ ଶିକ୍ଷାଦାନ ଦିଆଯାଉଥିଲା । ବିଦ୍ୟାଳୟରେ 350 ଜଣ ଛାତ୍ରଛାତ୍ରୀ ଶିକ୍ଷାଲାଭ କରୁଥିଲେ । ଉଭୟ ଶିକ୍ଷାନୁଷ୍ଠାନ ଏବଂ ସ୍ବାସ୍ଥ୍ୟକେନ୍ଦ୍ରରେ 85ରୁ ଅଧିକ କର୍ମଚାରୀ ନିଯୁକ୍ତି ହୋଇଥିଲେ । କିନ୍ତୁ ୧୦ ମାସ ହେବ ହଠାତ୍ ବନ୍ଦ ହୋଇଯାଇଛି ଦୁଇ ବିଭାଗ । ଫଳରେ ଶିକ୍ଷାଦାନ ବନ୍ଦ ଯୋଗୁଁ ଛାତ୍ରଛାତ୍ରୀଙ୍କ ପାଠପଢା ବ୍ୟାଘାତ ହେବା ସହ ସ୍ବାସ୍ଥ୍ୟସେବା ବି ଠପ୍ ହୋଇଯାଇଛି । ଏ ସମ୍ପର୍କରେ ଖବର ପ୍ରସାରଣ ପରେ ପ୍ରତିକ୍ରିୟା ରଖି ଦୁଇ ବିଭାଗରେ ଦୁର୍ନୀତି ହୋଇଥିବା ଟ୍ରଷ୍ଟି ମାଇକେଲ ଏ.ଦୋବେ ଅଭିଯୋଗ ଆଣିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ବନ୍ଦ ହେଲା ଡାକ୍ତରଖାନା ଓ ଶିକ୍ଷାନୁଷ୍ଠାନ, ଅସନ୍ତୋଷ ବ୍ୟକ୍ତ କଲେ ସ୍ଥାନୀୟ ବାସିନ୍ଦା

ଅନ୍ଯ ପକ୍ଷରେ ଏହି ଅନୁଷ୍ଠାନରେ କାର୍ଯ୍ଯରତ କର୍ମଚାରୀଙ୍କ କହିବା କଥା ଯିଏ ଦୃର୍ନୀତି କରିଛନ୍ତି ତାଙ୍କ ବିରୋଧରେ ମାଇକେଲ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ । ବର୍ତ୍ତମାନ ଛାତ୍ରଛାତ୍ରୀ ଏବଂ ଆମ୍ଭ ମାନଙ୍କ ଭବିଷ୍ୟତ ଅନ୍ଧାର ଆଡ଼କୁ ଠେଲି ହୋଇଯାଇଛି । ସବୁ ଆଡ଼ୁ ନିରାଶ ହେବା ପରେ ଲେବର କୋର୍ଟରେ ଗତ ତିନି ମାସ ହେବ ଆଶ୍ରୟ ନେଇଛୁ । ମାଇକେଲ ଆମ ଅସୁବିଧା ବୁଝିଲେ କେସ୍‌ ପ୍ରତ୍ୟାହାର କରିନେବୁ, ନ ହେଲେ ଆତ୍ମହତ୍ୟା କରିବୁ ବୋଲି କହିଛନ୍ତି କର୍ମଚାରୀ । ସେପଟେ ଛାତ୍ରଛାତ୍ରୀ, ରୋଗୀ ଏବଂ କର୍ମଚାରୀ ଭବିଷ୍ୟତକୁ ଦୃଷ୍ଟିରେ ରଖି ତୁରନ୍ତ ପଦକ୍ଷେପ ନେବା ପାଇଁ ଦାବି କରିଛନ୍ତି ଅଭିଭାବକ ଏବଂ ସ୍ଥାନୀୟ ବାସିନ୍ଦା ।

25 ବର୍ଷ ତଳେ ଶିକ୍ଷା ଓ ସ୍ବାସ୍ଥ୍ୟ ବିକାଶ ପାଇଁ ଆମେରିକାରୁ ଓଡ଼ିଶା ଆସି ଜୁଆଙ୍ଗ ଗାଁରେ ଭିତ୍ତିଭୂମି ନିର୍ମାଣ କରିବା ସହିତ ମାଇକେଲ ଏ. ଦୋବେ ନାମରେ ଟ୍ରଷ୍ଟ ମାଧ୍ୟମରେ ବିଦ୍ୟାଳୟ ଓ ସ୍ବାସ୍ଥ୍ୟକେନ୍ଦ୍ର ଖୋଲି ଦେବ ଦୂତ ସାଜିଥିଲେ । ଏବେ ଏହି 2 ବିଭାଗ ବନ୍ଦ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.