ETV Bharat / state

କଳାପାହାଡ଼ କହି ଅଡୁଆରେ ମେୟର, ଶୀଘ୍ର ସିଏମସିରୁ ବିଦା ହୁଅନ୍ତୁ ସୁବାସ: ମୋକିମ

author img

By ETV Bharat Odisha Team

Published : Dec 13, 2023, 9:03 PM IST

କଳାପାହାଡ଼ କହି ଅଡ଼ୁଆରେ ମେୟର , ଶୀଘ୍ର ସିଏମସିରୁ ବିଦା ହୁଅନ୍ତୁ ସୁବାସ : ମୋକିମ
କଳାପାହାଡ଼ କହି ଅଡ଼ୁଆରେ ମେୟର , ଶୀଘ୍ର ସିଏମସିରୁ ବିଦା ହୁଅନ୍ତୁ ସୁବାସ : ମୋକିମ

Corruption in baliyatra:"ମେୟରଙ୍କ ପାଇଁ କଟକ ବଦନାମ"। ଚଳିତ ବର୍ଷ ବାଲିଯାତ୍ରାର ଖୋଲୁଛି ଗୋଟିଏ ପରେ ଗୋଟିଏ ଦୁର୍ନୀତିର ଫର୍ଦ୍ଦ । ତେଜୁଛି ରାଜନୈତିକ ବିବାଦ । ସୁବାସ ସିଂଙ୍କୁ ବିଧାୟକ ମହମ୍ମଦ ମୋକିମଙ୍କ ଟାର୍ଗେଟ । ଅଧିକ ପଢନ୍ତୁ

କଳାପାହାଡ଼ କହି ଅଡ଼ୁଆରେ ମେୟର , ଶୀଘ୍ର ସିଏମସିରୁ ବିଦା ହୁଅନ୍ତୁ ସୁବାସ : ମୋକିମ

କଟକ: କଳା ପାହାଡ଼ ନେତା କହି ଅଡ଼ୁଆରେ ମେୟର । ଏହି ପ୍ରସଙ୍ଗକୁ ନେଇ ସୁବାସ ସିଂଙ୍କୁ ବିଧାୟକ ମହମ୍ମଦ ମୋକିମଙ୍କ ଟାର୍ଗେଟ । ହଁ ମୁଁ କଳାପାହାଡ଼ ହୋଇପାରେ । କାହିଁକି ନା ଲୋକ ମାନଙ୍କ ଟଙ୍କାକୁ ହରିଲୁଟ କରିବାରେ କେବେ ବି ମୁଁ କରାଇ ଦେବିନି । ଲୋକମାନେ ମଧ୍ୟ ବିଶ୍ୱାସ କରି ମତେ ବିଧାୟକ କରିଛନ୍ତି । ତେବେ ସିଏମସି କୋଟି କୋଟି ଟଙ୍କାର ଦୁର୍ନୀତି କରିକି ଲୋକଙ୍କୁ ଭୁଆଁ ବୁଲେଇବା ଦିଗରେ ମୋର ସ୍ୱର ଯେପରି ରହିଛି ତାହା ଆଗକୁ ମଧ୍ୟ ରହିବ ବୋଲି କହିଛନ୍ତି ବିଧାୟକ ମୋକିମ । ଚଳିତ ବର୍ଷ ବାଲିଯାତ୍ରାରେ ଗୋଟିଏ ପରେ ଗୋଟିଏ ଖୋଲୁଛି ଦୁର୍ନୀତିର ଫର୍ଦ୍ଦ । ବାଲିଯାତ୍ରରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଥିବା ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରିଥିଲେ କଟକ ବାରବାଟି ବିଧାୟକ ମହମ୍ମଦ ମୋକିମ ।

ବିଧାୟକ ମୋକିମ କହିଛନ୍ତି "ବାଲିଯାତ୍ରା ଇତିହାସରେ ଏପରି ଦୁର୍ନୀତି ହୋଇନଥିଲା । ଯାହା ସୁବାସ ସିଂ ମେୟର ହେବା ପରେ ହୋଇଛି । ଏତେ ମାତ୍ରାରେ ପିସି କାରବାର ବଢିଛି ଯେ ତାହା ନକହିବା ଭଲ । ଏହାଛଡା ଜଣେ ଶ୍ରମିକ ନେତାରୁ ମେୟର ହେବା ଓ ହାତ ପାହାନ୍ତାରେ ଏତେ ଟଙ୍କା ଦେଖି ପାଗଳ ଭଳି ଆଚରଣ କରିବା ସ୍ୱାଭାବିକ । କିପରି ହରିଲୁଟ ହେବ ଓ ଟଙ୍କାକୁ ପକେଟରେ ରଖାଯିବ ସେନେଇ ଅଧିକ ଉତ୍ସାହିତ ହୋଇପଡୁଛନ୍ତି ମେୟର । ତେବେ କାଉନ୍ସିଲର ୨ ବର୍ଷ ପୂର୍ତ୍ତି ଯେବେ ହେବ ସେବେ ଆମେଣ୍ଡମେଣ୍ଟ ଆଣି ମେୟର ସୁବାସ ସିଂକୁ ସିଏମସିରୁ ବିଦା କରାଯାଉ ।"

ଏହା ମଧ୍ୟ ପଢନ୍ତୁ....ବାଲିଯାତ୍ରାରେ ଦୁର୍ନୀତି ପ୍ରସଙ୍ଗ; କଳାପାହାଡ଼ ନେତା ଯୋଗୁ କଟକ ବଦନାମ: ମେୟର

ସେ ଆହୁରି ମଧ୍ୟ କହିଛନ୍ତି " ଏହାସହ ଯେଉଁ ତଦନ୍ତ କମିଟି ଗଠନ ହୋଇଛି ସେଥିରେ ସିଏମସିର ଅଧିକାରୀ ହିଁ ରହିଛନ୍ତି । ଯାହା କେବେବି ଗ୍ରହଣୀୟ ନୁହଁ । ପୂର୍ବରୁ ଦାବି ଅନୁସାରେ ଏକ ରାଜ୍ୟସ୍ତରୀୟ କମିଟି ଗଠନ କରାଯାଇ ପାରିଥାନ୍ତା । ହେଲେ ଏଭଳି କାର୍ଯ୍ୟକ୍ରମ ଯାହା ବାଲିଯାତ୍ରା ନୁହଁ ବରଂ କଟକକୁ ମଧ୍ୟ ବଦନାମ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ।"

ମେୟର ଏବଂ ସିଏମସି କମିଶନରଙ୍କ ମଧୁଚନ୍ଦ୍ରିକାରେ ସବୁ ଦୁର୍ନୀତି ହୋଇଛି । ରାଜ୍ୟ ସରକାର ଏକ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ସେ ଦାବି କରିଛନ୍ତି । ଯଦି ସଠିକ ତଦନ୍ତ ନହୁଏ ତେବେ ଆଗମୀ ଦିନରେ ସିଏମସି ଘେରାଉ କରିବା ନଗର କଂଗ୍ରେସ । ବାଲିଯାତ୍ରା ଗେଟ ପାଇଁ ଖର୍ଚ୍ଚ ହୋଇଛି 6 ଲକ୍ଷ କିନ୍ତୁ ଟେଣ୍ଡର ହୋଇଛି 32 ଲକ୍ଷ ଟଙ୍କା । ଏହାଛଡା ବାଣ ଫୁଟା, ପରିମଳ, ଲେଜର ଲାଇଟରେ ହେଇଛି ଲକ୍ଷାଧିକ ଟଙ୍କାର ଦୁର୍ନୀତି । ତେବେ ବାଲିଯାତ୍ରରେ ମୋଟ ସାଢ଼େ ଚାରି କୋଟି ଟଙ୍କାର ବ୍ୟୟ ବରାଦ କରିଛି ମହାନଗର ନିଗମ । ବାଲିଯାତ୍ରରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଛି ।ତେବେ ଏହି ଦିଗରର ସିବିଆଇ ତଦନ୍ତ ମଧ୍ୟ ହେବା ଆବଶ୍ୟକ ବୋଲି ଦାବି ହୋଇଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.