ETV Bharat / state

ମାଆ ଦୁର୍ଗାଙ୍କ ମୂର୍ତ୍ତି ପାଇଁ ଉଠିଲା ମାଟି, ଆସନ୍ତାକାଲିଠୁ ନିର୍ମାଣ କାମ ଆରମ୍ଭ

author img

By

Published : Aug 19, 2022, 5:09 PM IST

ମାଆ ଦୁର୍ଗାଙ୍କ ମୂର୍ତ୍ତି ପାଇଁ ଉଠିଲା ମାଟି, ଆସନ୍ତାକାଲିଠୁ ନିର୍ମାଣ କାମ ଆରମ୍ଭ
ମାଆ ଦୁର୍ଗାଙ୍କ ମୂର୍ତ୍ତି ପାଇଁ ଉଠିଲା ମାଟି, ଆସନ୍ତାକାଲିଠୁ ନିର୍ମାଣ କାମ ଆରମ୍ଭ

ଶାରଦୀୟ ଦୁର୍ଗା ପୂଜା ପାଇଁ ମା ଦୁର୍ଗାଙ୍କ ମାଟି କଟକରେ ଅନୁକୂଳ କରାଯାଇଛି । ଆସନ୍ତାକାଲିଠୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଅଧିକ ପଢନ୍ତୁ

କଟକ: ଚଳିତ ବର୍ଷ ଦଶହରା ପର୍ବ (Dussehra 2022) ପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି । ପବିତ୍ର ନନ୍ଦଉତ୍ସବ ଅବସରରେ କଟକରେ ଆଜି (ଶୁକ୍ରବାର) ଶାରଦୀୟ ଦୁର୍ଗା ପୂଜା ପାଇଁ ମାଆ ଦୁର୍ଗାଙ୍କ ମାଟି ଅନୁକୂଳ କରାଯାଇଛି । ତେବେ ଆସନ୍ତାକାଲିଠୁ ମା'ଙ୍କ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ।

ମାଆ ଦୁର୍ଗାଙ୍କ ମୂର୍ତ୍ତି ପାଇଁ ଉଠିଲା ମାଟି, ଆସନ୍ତାକାଲିଠୁ ନିର୍ମାଣ କାମ ଆରମ୍ଭ

ଆଜି ଦ୍ବିତୀୟ ଦିନରେ ଛତ୍ରବଜାର ପୂଜା କମିଟି ସମେତ ଅନେକ ପୂଜା କମିଟି ନଦୀକୂଳ ଓ ବେଲ ଗଛ ମୂଳରୁ ରୀତିନୀତି ଅନୁଯାୟୀ ପୂଜା ଅର୍ଚ୍ଚନା କରି ମାଟି ଅଣାଯାଇଛି । ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ପରେ ଦୋମାଟିଆ ହୋଇ ମା' ଙ୍କର ରଙ୍ଗ ସାଜସଜ୍ଜା କରାଯିବ। ଦୁଇବର୍ଷ କୋଭିଡ଼ କଟକଣା ପରେ ଚଳିତ ବର୍ଷ ବେଶ୍‌ ଧୁମଧାମରେ ପାଳନ କରିବା ନେଇ ବେଶ ଖୁସି କଟକର ସମସ୍ତ ପୂଜା କମିଟି ।

କୋରୋନା କଟକଣା ପାଇଁ ମା'ଙ୍କ ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତାଠୁ ଆରମ୍ଭ କରି ସାଜସଜ୍ଜା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଲାଗି ନିୟମ ରହିଥିଲା । ମାତ୍ର ଚଳିତ ବର୍ଷ କୋରୋନା ପ୍ରକୋପ କମିଥିବାବେଳେ, ଧୁମଧାମରେ କଟକର ଐତିହାସିକ ଦୁର୍ଗା ପୂଜା ପାଳନ ହେବ ବୋଲି ସହରବାସୀ ଆଶା ରଖିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.